ଟେକ୍

ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ଟାରଗେଟ୍‌ କରୁଛି ଖତରନାକ୍‌ ମାଲୱେୟାର, ହ୍ଵାଟସଆପ୍‌ ବ୍ୟବହାରକାରୀ ସାବଧାନ୍‌

ନିଜ ନୂଆ ପ୍ରାଇଭେସୀକୁ ନେଇ ହ୍ଵାଟସଆପ୍‌ ପୂର୍ବରୁ ହିଁ ବିବାଦରେ ଅଛି। ଆଉ ଏବେ ଖତରନାକ ହ୍ଵାଟସଆପ୍‌ ମେସେଜ ବିଷୟରେ କିଛି ଜରୁରୀ ବିବରଣୀ ସାମ୍ନାକୁ ଆସିଛି। ଯାହା ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ଟାରଗେଟ୍‌ କରୁଛି। ଏହି ଖତରନାକ ମେସେଜ୍‌ ଆପଣଙ୍କ ଫୋନରେ ‘ଓ୍ଵାର୍ମ’ ଇନଷ୍ଟଲ କରିଦିଏ ଏବଂ ଆପଣଙ୍କ କଣ୍ଟାକ୍ଟସକୁ ମଧ୍ୟ ପ୍ରଭାବ ପକାଇଥାଏ।

ଏହି ମାମଲାର ବିବରଣୀ ଟେକ୍‌ ସିକ୍ୟୁରିଟୀ ଫର୍ମ ESETର ସିକ୍ୟୁରିଟୀ ରିସର୍ଚ୍ଚର Lukas Stefanko ଦେଇଛି। Stefanko ଏହି ମାଲୱେୟାରକୁ ଆଣ୍ଡ୍ରଏଡ୍‌ ଓ୍ଵାର୍ମ କୁହାଯାଇଛି। ଏହା ଆପଣଙ୍କ ଫୋନରେ ଆଡେଓ୍ଵୟାର ଅପଲୋଡ କରିଦେଇଥାଏ ଏବଂ ପରେ ଆପେଆପେ ଆପଣଙ୍କ କଣ୍ଟାକ୍ଟକୁ ହ୍ଵାଟସଆପ୍‌ ମେସେଜ୍‌ ପଠାଇ ଚାରିଆଡକୁ ବ୍ୟାପିଦେଇଥାଏ।

ଏହା ଆପଣଙ୍କ ଫୋନରେ ସେତେବେଳେ ଇନଷ୍ଟଲ ହୋଇଥାଏ ଯେତେବେଳେ ଆପଣ ରିସିଭ୍‌ କରିଥିବା କୌଣସି ଖତରନାକ ମେସେଜ୍‌ ଉପରେ କ୍ଲିକ କରିଥିବେ। ଏହି ମେସେଜରେ ଲେଖାହୋଇଥାଏ ଯେ ଏହି ଆପକୁ ଡାଉନଲୋଡ୍‌ କରନ୍ତୁ ଏବଂ ଏକ ନୂଆ ମୋବାଇଲ ଫୋନ୍‌ ଜିତନ୍ତୁ। ବହୁତ ୟୁଜର୍ସ ଏପରି ମେସେଜକୁ କ୍ଲିକ କରିଦିଅନ୍ତି।

ଯେମିତି ହିଁ ଆପଣ ଏହି ଲିଙ୍କ୍‌ ଉପରେ କ୍ଲିକ କରୁଛନ୍ତି, ଏହା ଆପଣଙ୍କୁ ଏକ ଗୁଗଲ ପ୍ଲେ ଷ୍ଟୋର ଭଳି ଦେଖାଯିବ। ଏହାପରେ ଏକ ମେସେଜ୍‌ ଲେଖା ହୋଇଥାଏ ଏହି ସୋଫ୍ଟେଓ୍ଵୟାରକୁ ଇନଷ୍ଟଲ କରନ୍ତୁ। ଯାହା Huawei Mobile app ଭଳି ଦେଖାଯାଇଥାଏ। ଆପଣଙ୍କ ଡିଭାଇସରେ ଏହା ଇନଷ୍ଟଲ ହେବା ପରେ ଏହା ନୋଟିଫିକେସନ୍‌ ଆକସେସ୍‌ ମାଗିଥାଏ।

ଏହି ହ୍ଵାଟସଆପ୍‌ ମାଲୱେୟାରକୁ ଏପରି ଡିଜାଇନ୍‌ କରାଯାଇଛି ଯେ ଏହି ଆପକୁ କ୍ୱିକ ରିପ୍ଲାଏ ଫିଚର ଭଳି ୟୁଜ୍‌ କରିପାରିବ। ଏହାକୁ ବ୍ୟବହାର କରି ଏହି ମାଲୱେୟାର ଆପଣଙ୍କ କଣ୍ଟାକ୍ଟସକୁ ସେମ ସ୍ପାମ୍‌ ରିସିଭ୍‌ ହୋଇଥିବା ମେସେଜରେ ରିପ୍ଲାଏ ଆକାରରେ ପଠାଇଥାଏ ଏବଂ ଆପଣଙ୍କୁ ଏହାର ସୂଚନା ମଧ୍ୟ ମିଳିନଥାଏ। ସାମ୍ନା ବାଲା କଣ୍ଟାକ୍ଟସ ବି ଆପଣଙ୍କ ଜରିଆରେ ମେସେଜ୍‌ ମିଳିବା କାରଣରୁ ପୂରା ଭରଷା ସହିତ ତାହା ଉପରେ କ୍ଲିକ ମଧ୍ୟ କରିପାରେ। ଏହା ଏହାର ବ୍ୟାପିବାର କାରଣ ଅଟେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ କୌଣସି ବି ସନ୍ଦିଗ୍ଧ ମେସେଜ ଠାରୁ ଦୂରେଇ ରହିବା ଉଚିତ। କାହିଁକିନା ଏହି ମେସେଜ୍‌ ଆପଣଙ୍କ ଫୋନରେ କେବଳ ବିଜ୍ଞାପନ ଦେଖାଇ ଟଙ୍କା କମାଇବା ଉଦ୍ଦେଶ୍ୟରେ ପଠାଯାଉଛି। କିନ୍ତୁ ର ଧାରଣା ଯେ ଏହି ସ୍କାମର ଉପଯୋଗ ଆହୁରି ବି ଖତରନାକ ମେସେଜ୍‌ ପଠାଇବା ପାଇଁ କରାଯାଇପାରେ। ଯାହା ଆପଣଙ୍କ ପ୍ରାଇଭେସୀ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ବି କ୍ଷତି ପହଁଚିପାରେ।

Pritiparna

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago