ଏଣିକି ବାରମ୍ବାର ଆପଣଙ୍କୁ କୌଣସି ଆଧାର କାର୍ଡ଼ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ: UIDAI ଲଞ୍ଚ କଲା FaceRD App, ଏପରି କରନ୍ତୁ ଡାଉନଲୋଡ

ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ। ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଡାକଘର ଓ ପାସପୋର୍ଟ ପର୍ଯ୍ୟନ୍ତ ଆଧାର କାର୍ଡ଼ ରହିବା ଆବଶ୍ୟକ। UIDAI, ଆଧାର ପ୍ରଦାନକାରୀ ସଂସ୍ଥା, ସମୟ ସମୟରେ ଏହା ସହ ଜଡିତ ସୂଚନା ବାଣ୍ଟିଥାଏ। ବର୍ତ୍ତମାନ ଏହି କ୍ରମରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ନୂଆ ସୁବିଧା ଆରମ୍ଭ କରିଛି।

ଏଣିକି ଆଧାର କାର୍ଡଧାରୀଙ୍କୁ ଆଉ ଆଧାର ସେଣ୍ଟରକୁ ଧାଇଁବାକୁ ପଡ଼ିବ ନାହିଁ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ଫେସଆରଡି ଆପ୍ ଲଞ୍ଚ କରାଯାଇଛି । ଏହାଫଳରେ କାର୍ଡଧାରୀ ଏବେ ନିଜର ଫେସ୍ ପରିଚୟ ଅଥେଣ୍ଟିକେସନ ମାଧ୍ୟମରେ କନଫର୍ମ କରିପାରିବେ । ଏହି ଆପକୁ ଆଣ୍ଡ୍ରଏଡ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ତେବେ ଏହି ଆପ୍ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜି ଜରିଆରେ କୌଣସି ବ୍ୟକ୍ତିଙ୍କ ଫେସ୍କୁ ଲାଇଭ୍ କ୍ୟାଚ କରିପାରିବ ।

ଜୀବନ ପ୍ରମାଣ, ରାଶନ ଡିଷ୍ଟ୍ରିବ୍ୟୁସନ, କୋୱିନ ଭ୍ୟାକ୍ସିନେସନ ଆପ, ସ୍କଲାରସିପ୍ ସ୍କିମ, କିଷାନ କଲ୍ୟାଣ ଯୋଜନା ପରି ବିଭିନ୍ନ ଆଧାର ଅଥେଣ୍ଟିକେସନ ଆପ ପାଇଁ ଏହି ଫେସ୍ ଅଥେଣ୍ଟିକେସନ କରାଯାଇ ପାରିବ । ଏନେଇ ୟୁଆଇଡିଏଆଇ ପକ୍ଷରୁ ଗତ ୧୨ ତାରିଖରେ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ଆଧାର ଫେସ୍ ଅଥେଣ୍ଟିକେସନ ଫିଚରର ବ୍ୟବହାର ୟୁଆଇଡିଏଆଇ ଆରଡି ଆପ ମାଧ୍ୟମରେ କରାଯାଇ ପାରିବେ । ବିଭିନ୍ନ ଆଧାର ଅଥେଣ୍ଟିକେସନ ଆପ ପାଇଁ ଏହାର ବ୍ୟବହାର କରାଯାଇ ପାରିବ । ତେବେ ଆଧାର ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜିର ଡେଭଲପ୍ ୟୁଆଇଡିଏଆଇ ପକ୍ଷରୁ କରାଯାଇଛି ।

ସୂଚନା ଅନୁସାରେ କାର୍ଡଧାରୀଙ୍କୁ ଏଣିକି ଆଉ ଏନରୋଲମେଣ୍ଟ ସେଣ୍ଟରକୁ ଯାଇ ଫିଜିକାଲ ଆଇଡେଣ୍ଟିଫିକେସନ ପାଇଁ ଆଇରିସ ଓ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଆଧାର ଫେସଆରଡି ଆପକୁ ଡାଉନଲୋଡ କରିବା ପରେ ଗାଇଡ୍ ଫଲୋ କରି ପ୍ରୋସିଡ୍ ଉପରେ କ୍ଲିକ୍ କରିବେ । ଫେସ୍ ଅଥେଣ୍ଟିକେସନ ପାଇଁ ଆପଣଙ୍କ ଫେସ୍ ଲାଇଟରେ ରହିବା ସହ ଆପଣଙ୍କର ବ୍ରାକଗ୍ରାଉଣ୍ଟ କ୍ଲିୟର ରହିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.