ଆଧାର ଅପଡେଟ କରିବାର ବଦଳିଲା ନିୟମ, ଲୋକଙ୍କ ଫାଇଦା ପାଇଁ ଆରମ୍ଭ ହେଲା ଏହି ସୁବିଧା
ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । କାହିଁକି ନା ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । କାହିଁକି ନା ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଲାଗୁ ହୋଇଛି ।
ଯଦି ଆପଣଙ୍କୁ ମଧ୍ୟ ନିଜ ଆଧାର କାର୍ଡରେ କୌଣସି ପ୍ରକାରର ଅପଡେସନ୍ କରିବାର ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଆଜ୍ଞା ହଁ, ବର୍ତ୍ତମାନ ସୁଦ୍ଧା ଆଧାରକୁ ଅପଡେଟ କରିବା ପାଇଁ ଆପଣଙ୍କୁ ୨୫ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ଶୁଳ୍କ ଆଉ ଲାଗିବନି । ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ବା ୟୁଆଇଡିଏଆଇ ୧୪ ଜୁନ ପର୍ଯ୍ୟନ୍ତ ଅନଲାଇନ୍ ମାଗଣାରେ ଆଧାର ଡକ୍ୟୁମେଣ୍ଟକୁ ଅପଡେଟ କରିବାର ସୁବିଧା ଦେଉଛି । ଅର୍ଥାତ୍ ଏବେ ଆପଣଙ୍କୁ ପୂର୍ବ ଭଳି ଏକ ନିର୍ଦ୍ଧିଷ୍ଟ ରାଶି ପେମେଣ୍ଟ କରିବାକୁ ପଡିବନି । ଏକ ଅଫିସିଆଲ ବୟାନରେ ୟୁଆଇଡିଏଆଇ ଏହି ସୂଚନା ଦେଇଛି ।
ଏବେ ପର୍ଯ୍ୟନ୍ତ ଲୋକଙ୍କୁ ଆଧାର ପୋର୍ଟାଲରେ ନିଜର କାଗଜପତ୍ରକୁ ଅପଡେଟ କରିବା ପାଇଁ ୨୫ ଟଙ୍କା ପେମେଣ୍ଟ କରିବାକୁ ପଡୁଥିଲା । ଅଫିସିଆଲ ବୟାନ୍ ଅନୁସାରେ ଭାରତୀୟ ବିଶିଷ୍ଟ ପ୍ରାଧିକରଣ ଲୋକଙ୍କୁ ନିଜ ଆଧାର ଡକ୍ୟୁମେଣ୍ଟକୁ ମାଗଣାରେ ଅନଲାଇନ ଅପଡେଟ କରିବାର ଅନୁମତି ଦେବା ଉପରେ ନିଷ୍ପତ୍ତି ନେଇଛି । ଏହି ପଦକ୍ଷେପରେ ଲକ୍ଷାଧିକ ଲୋକଙ୍କୁ ଫାଇଦା ମିଳିବ । ମାଗଣା ସେବା ଆଗାମୀ ତିନି ମାସ ପାଇଁ ଅର୍ଥାତ୍ ମାର୍ଚ୍ଚ ୧୫ ରୁ ଜୁନ୍ ୧୪, ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ଆଧାର ନାମାଙ୍କନ ଏବଂ ଅପଡେଟ ରେଗୁଲେସନ୍ସ ୨୦୧୬ ଅନୁସାରେ ଆଧାର ସଂଖ୍ୟା ଧାରକ ଆଧାର ପାଇଁ ନାମାଙ୍କନର ତାରିଖରୁ ପ୍ରତ୍ୟେକ ୧୦ ବର୍ଷ ପୂରଣ ହେବା ପରେ ନିଜର ସହାୟକ ଡକ୍ୟୁମେଣ୍ଟକୁ ଅତିକମରେ ଥରେ ଅପଡେଟ କରିବା ଉଚିତ । ବୟାନରେ କୁହାଯାଇଛି ଯେ ଏହି ସର୍ଭିସ କେବଳ ଆଧାର ପୋର୍ଟାଲରେ ମାଗଣା ଏବଂ ଭୌତିକ ଆଧାର କେନ୍ଦ୍ରରେ ପୂର୍ବ ଭଳି ୫୦ ଟଙ୍କାର ଶୁଳ୍କ ଦେବା ଜାରି ରହିବ ।