MAadhaar App ମାଧ୍ୟମରେ ଯେକୌଣସି ସମୟ ଓ ସ୍ଥାନରେ ଡାଉନଲୋଡ କରିପାରିବେ ଇ-ଆଧାର କାର୍ଡ: ଜାଣନ୍ତୁ ଷ୍ଟେପ

ଭାରତର ଦେଶବାସୀଙ୍କ ପାଇଁ ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯାହାକି ବ୍ୟାଙ୍କିଂ, ଟ୍ୟାକ୍ସ ଓ ଅନ୍ୟ ସରକାରୀ କାମ ପାଇଁ ଆବଶ୍ୟକ ହୋଇଥାଏ । ଦେଶର ନାଗରିକଙ୍କ ପରିଚୟ ଏବଂ ଠିକଣା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ । ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ନମ୍ବର ରହିଛି, ଯାହାକୁ ଭାରତର ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଦ୍ୱାରା ଜାରି କରାଯାଇଥାଏ । ଆଧାର କାର୍ଡରେ ବ୍ୟକ୍ତିଙ୍କ ନାମ, ଜନ୍ମ ତାରିଖ, ଫଟୋଗ୍ରାଫ୍, ଠିକଣା ଏବଂ ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ କରାଯାଏ ।ଏହିସବୁ କାରଣରୁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ହୋଇଥାଏ ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଯେକୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକ । ଏହା ସହ ଆପଣଙ୍କର ଆଧାର କାର୍ଡ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହେବା ଜରୁରୀ । ଆୟକର ସମ୍ବନ୍ଧୀୟ ଯକୌଣସି କାମ ପାଇଁ ଆଧାର କାର୍ଡର ପାନ ଆକାଉଣ୍ଟ ସହିତ ଲିଙ୍କ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏପରି ପରିସ୍ଥିତିରେ, ଯଦି ଆପଣ ଆଧାର କାର୍ଡର ମୂଳ କପି କିମ୍ବା ଫଟୋଗ୍ରାଫି ଆପଣଙ୍କ ପାଖରେ ରଖନ୍ତି ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ମୋବାଇଲରେ ରଖାଯାଇପାରିବ । UIDAI ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହା mAadhar ଆପ୍ ମାଧ୍ୟମରେ ମଧ୍ୟ ଡାଉନଲୋଡ୍ ହୋଇପାରିବ । କିନ୍ତୁ ସର୍ବସାଧାରଣ କମ୍ପୁଟରରୁ ଏହାକୁ ଡାଉନଲୋଡ କରନ୍ତୁ ନାହିଁ ।

ଆଧାର କାର୍ଡ ଡାଉନଲୋଡ୍ କରିବେ କିପରି:-

– ସର୍ବପ୍ରଥମେ UIDAI ର ଅଫିସିଆଲ୍ ୱେବସାଇଟ୍ uidai.gov.in/କୁ ଯାଆନ୍ତୁ ।
– ଏଠାରେ Download Aadhaar ର ଅପସନ ଚୟନ କରନ୍ତୁ କିମ୍ବା eaadhaar.uidai.gov.in/ ଏହି ଲିଙ୍କକୁ ଯାଅ ।
– ଆଇ ଆଭ୍ ସେକ୍ସନରେ Aadhaar ଅପସନକୁ ଚୟନ କରନ୍ତୁ ।
– ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରନ୍ତୁ ।
– ଯଦି ଆପଣ ଆଧାର ନମ୍ବର ଦେଖାଇବାକୁ ଚାହୁଁନାହାଁନ୍ତି, ତେବେ ‘Masked Aadhaar’କୁ ଚୟନ କରନ୍ତୁ ।
– କ୍ୟାପଚା କୋଡ୍ ଏଣ୍ଟର କର ଓ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ପାଇବାକୁ Send OTP କୁ ବାଛନ୍ତୁ ।
– ମୋବାଇଲ୍ ନମ୍ବରରେ ଆସିଥିବା OTP ନମ୍ବର ଏଣ୍ଟର କରନ୍ତୁ ।
– ଇ-ଆଧାର କାର୍ଡ ଡାଉନଲୋଡ୍ କରିବାକୁ ‘Verify And Download’ ଉପରେ କ୍ଲିକ୍ କରନ୍ତୁ ।

ସାର୍ବଜନିନ କମ୍ପ୍ୟୁଟରରୁ ଡାଉନଲୋଡ କରନ୍ତୁ ନାହିଁ

ଏମିତି ଅନେକ ଥର ହୋଇଥାଏ ଯେବେ ତୁରନ୍ତ ଆଧାର କାର୍ଡର ଆବଶ୍ୟକତା ହୋଇଥାଏ । ତେଣୁ ଆମେ କୌଣସି ସାର୍ବଜନିକ କମ୍ପ୍ୟୁଟରରୁ ଏହାକୁ ଡାଉନଲୋଡ କରିଥାଉ । ଆମେ ଏମିତି ଭୁଲ୍ କରିବା ଅନୁଚିତ । UIDAI ଏମିତି କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି । ୟୁଆଇଡିଏଆଇର କହିବାନୁସାରେ ୟୁଜର୍ସଙ୍କୁ କୌଣସି ବି ସାର୍ବଜନିକ କମ୍ପ୍ୟୁଟରରୁ ଇ-ଆଧାର ଡାଉନଲୋଡ କରିବାରୁ ବଞ୍ଚିତ ରହିବା ଉଚିତ୍ । ସାର୍ବଜନିକ କମ୍ପ୍ୟୁଟରରୁ ଆଧାର କାର୍ଡ ଡାଉନଲୋଡ କରିବା ଦ୍ୱାରା ଡାଟା ଚୋରି ହେବା ଭୟ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.