ମାଗଣାରେ କରନ୍ତୁ ଆଧାର ଅପଡେଟ୍
ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ କିଛିଲୋକଙ୍କର ଡାଟା ଆଧାର କାର୍ଡରେ ଭୁଲ ରହିଥାଏ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ମାଗଣାରେ ଏହାକୁ ଅପଡେଟ କରିବା ପାଇଁ ସୁଯୋଗ ଆଣିଛି UIDAI । ଜୁନ ୧୪ ମଧ୍ୟରେ ଆଧାରକାର୍ଡକୁ କରିପାରିବେ ମାଗଣାରେ ଅପଡେଟ୍, ନଚେତ ଭରିବେ ଜରିମାନା
ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ କିଛିଲୋକଙ୍କର ଡାଟା ଆଧାର କାର୍ଡରେ ଭୁଲ ରହିଥାଏ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ମାଗଣାରେ ଏହାକୁ ଅପଡେଟ କରିବା ପାଇଁ ସୁଯୋଗ ଆଣିଛି UIDAI । ଏହି କ୍ରମରେ ଏବେ ଆଧାରକାର୍ଡ ସହିତ ଜଡିତ ଏକ ବଡ ଖବର ଆସିଛି ।
ୟୁଡିଏଆଇ ତରଫରୁ ଯାହାର ଆଧାରକାର୍ଡ ୧୦ ବର୍ଷରୁ ଅଧିକ ହୋଇଛି ତାହାକୁ ଅପଡେଟ୍ କରାଇନେବାକୁ କୁହାଯାଉଛି । ସାଧାରଣ ଭାବେ ଆଧାରକାର୍ଡ ଅପଡେଟ୍ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିଥାଏ । ହେଲେ ୟୁଡିଏଆଇ ଏବେ ଏହାକୁ ମାଗଣା କରିବାର ସୁବିଧା ଦେଇଛି ।
ଆଧାର ଏକ ୟୁନିକ ଡକ୍ୟୁମେଣ୍ଟ। ଏଥିରେ ସମସ୍ତ ଜରୁରୀ ସୂଚନା ଥାଏ। କିନ୍ତୁ ଅନେକ ସମୟରେ ଆଧାର କାର୍ଡରେ ନିଜର ଜରୁରୀ ସୂଚନା ସମ୍ପର୍କରେ ଭୁଲ ବଶତଃ ଲେଖାଯାଇଥାଏ। ଯାହାକୁ ରେକ୍ଟିଫାଏ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ। କିନ୍ତୁ ଏବେ ସରକାର ନୂଆ ନିୟମ ବାହାର କରିଛନ୍ତି। ଯାହା ଅନ୍ତର୍ଗତ ଏବେ ଏହି ସମସ୍ୟାକୁ ସମାଧାନ କରିବା ଖୁବ ସହଜ ହୋଇଯିବ। ଆଧାରକାର୍ଡରେ ଲୋକଙ୍କ ନାମ, ଠିକଣା, ଫଟୋ ଓ ବାୟୋମେଟ୍ରିକ ଭଳି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ଡିଜିଟାଲ ଇଣ୍ଡିଆ କ୍ରମରେ ଚଳିତବର୍ଷ ଜୁନ ୧୪ ତାରିଖ ମଧ୍ୟରେ ଆଧାରକାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ । ଯଦି ଆପଣ ଏହି ତାରିଖ ମଧ୍ୟରେ ଯଦି ଆପଣ ଆଧାରକାର୍ଡ ଅପଡେଟ୍ କରୁନାହାଁନ୍ତି ତେବେ ଆପଣଙ୍କୁ ୧୦୦ କିମ୍ବା ତା ଠାରୁ ଅଧିକ ଟଙ୍କା ଦେବାକୁ ପଡିବ ।
କିପରି କରିବେ ଅପଡେଟ?
– ମୋବାଇଲ ନମ୍ବର ଜରିଆରେ https://myaadhaar.uidai.gov.in/ ରେ ଲଗ୍ ଇନ୍ କରନ୍ତୁ
– ଏହାପରେ ନିଜ ଆଧାର ନମ୍ବର ଏବଂ ଓଟିପି ଅପଲୋଡ କରନ୍ତୁ
– ଏହାପରେ ଡକ୍ୟୁମେଣ୍ଟ ଅପଡେଟକୁ ସିଲେକ୍ଟ କରନ୍ତୁ ଏବଂ ଭେରିଫାଏ କରନ୍ତୁ
– ଡ୍ରପ ଲିଷ୍ଟରେ ନିଜ ଆଇଡି ପ୍ରୁଫ ଏବଂ ଆଡ୍ରେସ ପ୍ରୁଫ ସ୍କାନ କରି ଅପଲୋଡ କରିନିଅନ୍ତୁ
– ସବମିଟ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଏକ ରିକ୍ୟୁଏଷ୍ଟ ନମ୍ବର ମିଳିବ ଏବଂ ଆଧାର ଅପଡେଟ ଫର୍ମ ସବମିଟ ହୋଇଯିବ ।
– ନମ୍ବର ଜରିଆରେ ନିଜ ଆଧାରର ଷ୍ଟାଟସ ଜାଣିପାରିବେ ।