ଏହି ଭୁଲ କରୁଥିଲେ AC ଶୀଘ୍ର ହୋଇଯିବ ଖରାପ, ଜାଣନ୍ତୁ ଜରୁରୀ ଟିପ୍ସ ଯାହା ଏସିକୁ ରଖିବ ଏକଦମ କୁଲ

ଖରାରେ AC କୁ ରଖନ୍ତୁ ଏକଦମ Cool । ଏସି ବ୍ୟବହାର କରିବା ଆଗରୁ ଏହାକୁ ଠିକ ରୂପେ ଯାଞ୍ଚ କରନ୍ତୁ । କିଛ ି ସମସ୍ୟା ଥିଲେ ଏହାକୁ ସଜାଡ଼ି ଦିଅନ୍ତୁ। ଯଦି ଏହା ପୁରୁଣା ହୋଇଗଲାଣି ତେବେ ଭଲ ହେବ ସିଜିନ ଆରମ୍ଭ ପୂର୍ବରୁ ତାହାର ଠିକ ଭାବେ ମରାମତି କରିବା। ଯେମିତିକି ଖରା ଦିନରେ ଏହା ସମୂର୍ଣ୍ଣ ରୂପେ ଠିକ ରେ ଚାଲିବ।

ଗରମ ଦିନ ଆରମ୍ଭ ହେଲାଣି। ଏବେ ସମସ୍ତେ ଏସି ମୁହାଁ ହେବେ। କାରଣ ଏସି ଠୁ ବଳି ଥଣ୍ଡା ଆଉ କେଉଁ ମେସିନ ଦେଇପାରିବ ନାହିଁ। ଆଜିକାଲି ସମସ୍ତେ ଏସି ବ୍ୟବହାର କରୁଛନ୍ତି ସତ। କିନ୍ତୁ ଏହାର ସଠିକ ଯତ୍ନ ନନେବା କାରଣରୁ ଏସି ଶୀଘ୍ର ଖରାପ ହୋଇଯାଉଛି। ଏହାକୁ ବ୍ୟବହାର କରିବା ଆଗରୁ କିଛି ଜରୁରୀ କଥାକୁ ଜାଣିନିଅନ୍ତୁ।

ଏସି ବ୍ୟବହାର କରିବା ଆଗରୁ ଏହାକୁ ଠିକ ରୂପେ ଯାଞ୍ଚ କରନ୍ତୁ । କିଛ ି ସମସ୍ୟା ଥିଲେ ଏହାକୁ ସଜାଡ଼ି ଦିଅନ୍ତୁ। ଯଦି ଏହା ପୁରୁଣା ହୋଇଗଲାଣି ତେବେ ଭଲ ହେବ ସିଜିନ ଆରମ୍ଭ ପୂର୍ବରୁ ତାହାର ଠିକ ଭାବେ ମରାମତି କରିବା। ଯେମିତିକି ଖରା ଦିନରେ ଏହା ସମୂର୍ଣ୍ଣ ରୂପେ ଠିକ ରେ ଚାଲିବ। ଆଜି ଆମେ ଏପରି ୫ଟି ଟିପ୍ସ ସମ୍ପର୍କରେ କହିବୁ। ଯାହାପରେ ଆପଣ ପୁରୁଣା ଏସିକ ୁ ନୂଆ କରିେଦେବେ ।

ଯଦି ଆପଣ ବ୍ୟବହାର କରୁଥିବା ଏୟାର କଣ୍ଡିସନର ବା ଏସିର ୟୁଜକୁ ବନ୍ଦ କରିବାକୁ ଚାହୁଁଛନ୍ତି କିମ୍ବା ଏହାକୁ ପ୍ୟାକ କରିବା ପ୍ରସ୍ତୁତିରେ ଅଛନ୍ତି, ତାହେଲେ ଆପଣ କରୁଥିବା କିଛି ଭୁଲକୁ ଧ୍ୟାନ ରଖିବା ଉଚିତ। ଆପଣ ଯଦି ଆର ବର୍ଷ ଗରମ ସିଜନ ପାଇଁ ଏସିକୁ ବନ୍ଦ କରିବାକୁ ଭାବୁଛନ୍ତି, ତେବେ ତାକୁ ପ୍ୟାକ କରିବା ପୂର୍ବରୁ କିଛି ଜରୁରୀ କାମ ନିଶ୍ଚୟ କରନ୍ତୁ। ଯଦି ଆପଣ ଏପରି କରିବେ ତ ଆପଣଙ୍କ ଏସିକୁ ଆଉ ଆସନ୍ତା ବର୍ଷ ସିଜନରେ ଏୟାର କଣ୍ଡିସନରର କୁଲେଣ୍ଟକୁ ରିଫିଲ କରିବାର ଆବଶ୍ୟକ ପଡିବନାହିଁ। ଆଜି ଆମେ ଆପଣଙ୍କୁ ଏୟାର କଣ୍ଡିସନରର କୁଲିଙ୍ଗ୍‌ କେମିତି ଠିକ୍‌ ରହିବ ସେହି ବିଷୟରେ କିଛି ଟିପ୍ସ ବତାଇବାକୁ ଯାଉଛୁ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଟିପ୍ସ।

– ଭାରତରେ ଏବେ ଗରମର ମାତ୍ରା ବଢ଼ିବାକୁ ଲାଗିଲାଣି। ଏମିତିରେ ବର୍ଷର ୬ ମାସ ପର୍ଯ୍ୟନ୍ତ ଏସିର ଆବଶ୍ୟକତା ନଥାଏ। ତେବେ ବି ପୁଣି ଥରେ ଚଲାଇବା ପାଇଁ ଫିଲଟର ସଫା କରିଦେବା ଉଚିତ। ଅଧିକ ମଇଳା ହେଲେ ଏସି କୁଲିଂ ହୋଇପାରିବ ନାହିଁ। ଏମିତିରେ ବିଜୁଳି ଅଧିକ ସରିବ। ଏୟାର କଣ୍ଡିସନରକୁ ପ୍ରପର ଡଷ୍ଟିଙ୍ଗ କରିବାର ଆବଶ୍ୟକତା ରହିଛି, କାହିଁକିନା ଏଥିରେ ଯଦି ଧୂଳି ମଇଳା କିଛି ରହିଯାଇଥାଏ ତାହେଲେ ଏହା କୁଲିଙ୍ଗ୍‌ ଉପରେ ବହୁତ ଅଧିକ ପ୍ରଭାବ ପକାଇପାରେ। ତେଣୁ ଯଦି ଆପଣ ଏମିତି ନ ହେଉ ବୋଲି ଚାହୁଁଛନ୍ତି ତାହେଲେ ସବୁବେଳେ ଏୟାର କଣ୍ଡିସନରର ବ୍ୟବହାର କରିବା ପୂର୍ବରୁ ଏହାର ପ୍ରପର ଡଷ୍ଟିଙ୍ଗ ନିଶ୍ଚୟ କରନ୍ତୁ।

-ଯଦି ଆପଣ ନିଜ ଏୟାର କଣ୍ଡିସନରକୁ ବନ୍ଦ କରିବାକୁ ଯାଉଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ ଓ୍ଵାଟର ସ୍ପ୍ରେର ବ୍ୟବହାର କରିବା ଜରୁରୀ। ଏମିତି କରିବା ଦ୍ୱାରା ଆପଣଙ୍କ ଏୟାର କଣ୍ଡିସନର ଭଲଭାବେ କ୍ଲିନ୍‌ ହୋଇଯାଇଥା ଏବଂ ଆସନ୍ତା ବର୍ଷ ସିଜନରେ ଭଲ କୁଲିଙ୍ଗ୍‌ ପ୍ରଦାନ କରିଥାଏ।

–ଯଦି ଏସି ଅଚାନକ ବନ୍ଦ ହୋଇଯାଉଛି ତେବେ ଆପଣଙ୍କୁ ତାହାର ଥର୍ମୋଷ୍ଟେଟ ର ଯାଞ୍ଚ କରିବା ଉଚିତ। ଏମିତିରେ ଘରର ତାପମାତ୍ରାକୁ ଦେଖି ଏସି ତାପମାତ୍ରାକୁ ସେଟ କରିବାକୁ ପଡ଼ିଥାଏ।

-ଯଦି ଆପଣ ନିଜ ଏୟାର କଣ୍ଡିସନରର କ୍ଲିନ ଠିକ୍‌ ଭାବେ କରିନେଇଛନ୍ତି ଏବଂ ଆପଣ ତାକୁ ବନ୍ଦ କରିବାକୁ ଭାବୁଛନ୍ତି ତାହେଲେ ଆପଣ ଏହାକୁ ଓ୍ଵାଇପ ମଧ୍ୟ କରିନେବା ଉଚିତ। କାହିଁକିନା ପାଣିର ବୁନ୍ଦା କୌଣସି ମେଟାଲ ପୋର୍ଟକୁ ଖରାପ କରିପାରେ। ଏମିତିରେ ଆପଣଙ୍କୁ ଏହାକୁ ଭଲଭାବେ କ୍ଲିନ୍‌ କରିବା ଉଚିତ। ତେବେ ଦର୍ଶକବନ୍ଧୁ ଯଦି ଆପଣ ଏହି ଟିପ୍ସକୁ ଫଲୋ କରୁଛନ୍ତି ତାହେଲେ ଆପଣଙ୍କୁ ଏହାଦ୍ୱାରା ଭଲ କୁଲିଙ୍ଗ ମିଳିବ। ଅଧିକାଂଶ ଲୋକ ଏୟାର କଣ୍ଡିସନରର ବ୍ୟବହାର ଯେତେବେଳେ ବନ୍ଦ କରନ୍ତି ସେତେବେଳେ ଏହି ଟିପ୍ସକୁ ଫଲୋ କରନ୍ତିନାହିଁ ଏବଂ ଏୟାର କଣ୍ଡିସନରକୁ ସେମିତି ହିଁ ରଖନ୍ତି। ତେଣୁ ଆପଣଙ୍କୁ ଏହି ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ଏବଂ ପ୍ୟାକ୍‌ କରିବା ପୂର୍ବରୁ ଏୟାର କଣ୍ଡିସନରକୁ କ୍ଲିନ୍‌ ନିହାତି କରନ୍ତୁ।