Categories: ଟେକ୍

ଲୋକସଭା ନିର୍ବାଚନ ପାଇଁ ଆକ୍ସନ୍ ମୋଡରେ Facebook, ଦୈନିକ ୧୦ଲକ୍ଷ ଆକାଉଣ୍ଟକୁ କରୁଛି ଡିଲିଟ୍

ଭାରତରେ ଲୋକସଭା ନିର୍ବାଚନ ପୂର୍ବରୁ artificial intelligence ବା ଏଆଇ ଏବଂ ମେସିନ୍ ଲର୍ଣ୍ଣିଙ୍ଗର ଉପଯୋଗ କରି ଦୈନିକ ପାଖାପାଖି ଏକ ମିଲିୟନ୍ ବା ୧୦ଲକ୍ଷ ଆକାଉଣ୍ଟକୁ ଡିଲିଟ୍ କରୁଥିବା ସୋମବାର ଦିନ ଫେସବୁକ୍ ପକ୍ଷରୁ କୁହାଯାଇଛି । ଫେସବୁକ୍ ର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଭାରତର ଉପାଧକ୍ଷ ଅଜିତ୍ ମୋହନ ଏକ ବ୍ଳଗ୍ ପୋଷ୍ଟ କରି ଲେଖିଛନ୍ତି କି, ‘ଦେଢ ବର୍ଷ ହେଲା ଆମେ ଭାରତୀୟ ନିର୍ବାଚନରେ ନିଜର କାମ ପାଇଁ ଏକ ବ୍ୟାପକ ଏବଂ ରମଣୀୟ ଦୃଷ୍ଟିକୋଣ ପାଇବା ପାଇଁ ସୂଚାରୁ ରୂପେ କାମ କରୁଛୁ’।

ସେ ଯୋର ଦେଇ କହିଛନ୍ତି କି ଫେସବୁକ୍ ନିର୍ବାଚନର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପୁରା ଦମ୍ ରେ ପ୍ରତିବଦ୍ଧ ଏବଂ ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରେ କି ନିର୍ବାଚନ ନିରପେକ୍ଷ ଅଟେ ଏବଂ ଉଭୟ ବିଦେଶୀ ଓ ଘରୋଇ ଠାରୁ ମୁକ୍ତ ଅଟେ । ଏହି କାମ ଭାରତ ଏବଂ ଦୁନିଆ ସାରା ବହୁତ ଟିମ୍ ମାନଙ୍କ ଦ୍ବାରା କରାଯାଉଛି ଏବଂ ଆମ ପ୍ଳାଟଫର୍ମରେ ବିଶତୃତ ଯୋଜନା ସହିତ ଏହାକୁ ୧୮ମାସ ପୂର୍ବରୁ ଆରମ୍ଭ କରାଯାଇଛି। ସେଥିରୁ ଯେଉଁ ଫଳାଫଳ ବାହାରିଲା ତାହା ଆମକୁ ଆଗକୁ ବଢିବାକୁ ଅନୁମତି ଦେଇଥିଲା । ଯେଉଁଥିରେ ନକଲି ଆକାଉଣ୍ଟକୁ ଡିଲିଟ୍ କରିବା, ଭୁଲ୍ ସୂଚନା ପ୍ରସାର ବିପକ୍ଷରେ ଲଢିବା, ଘରୋଇ ଅଭିନେତା ମାନଙ୍କ ଦ୍ବାରା ର୍ଦୁପୋଯୋଗକୁ ଅଟକାଇବା,ବିଦେଶୀ ପଦକ ଉପରେ ପ୍ରୟାସ କରିବା ଏବଂ ଅମାନବୀୟ ଅଭିଯାନ ବିପକ୍ଷରେ ତଦନ୍ତ କରୁଥିବା ସେ କହିଛନ୍ତି ।

ଏହାସହ ସେ କହିଛନ୍ତି ଫେସବୁକ୍ ଏଆଇ ଏବଂ ମେସିନ୍ ଲର୍ଣ୍ଣିଙ୍ଗର ଉପଯୋଗ କରି ଏହା ଆହୁରି ଅଧିକ ଉନ୍ନତ ହୋଇଗଲାଣି । ସେ କହିଛନ୍ତି କି ଏହି ଉପକରଣ ଏକ ଦିନରେ ପାଖାପାଖି ୧୦ ଲକ୍ଷ ଆକାଉଣ୍ଟକୁ ବ୍ଳକ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରୁଛି । ଏହା ବହୁତ ବିଶ୍ବସ୍ତ ଭାବେ କାର୍ଯ୍ୟ କରିଥାଏ, ଅପମାନ ଜନକ କିମ୍ବା ଉଲ୍ଲଘଂନ କରୁଥିବା ସାମଗ୍ରୀର ପରିଚୟ କରିଥାଏ ଏବଂ ଖୁବ୍ ଶିଘ୍ର ଏହାକୁ ପୁରା ପ୍ଳାଟଫର୍ମରେ ଚିହ୍ନଟ କରି ହଟାଇ ଦେଇଥାଏ ।

ସେ କହିଛନ୍ତି କି ଗତ ୨ବର୍ଷରେ ଆମେ ଯାହା ସବକ୍ ଶିଖିଛୁ ତାହାକୁ ନେଇ ଏହି ସପ୍ତାହରେ ଆମେ ସିଙ୍ଗାପୁର ଏବଂ ଡବଲିନ୍ ରେ ନିର୍ବାଚନର ଅଖଣ୍ଡତା ଉପରେ କେନ୍ଦ୍ରିତ ହୋଇ କ୍ଷେତ୍ରୀୟ ସଞ୍ଚାଳନ କେନ୍ଦ୍ରଗୁଡିକୁ ସକ୍ରିୟ କରିବ । ଦେଶକୁ ମଜବୁତ୍ କରିବା ସହ ଆମର ପ୍ରତିକ୍ରୀୟା ସମୟରେ ଗତି ଦେବାରେ ଏହା ସାହାଯ୍ୟ କରିବା ପାଇଁ ମିଛ ଖବର,ଭୁଲ୍ ସୂଚନା, ଘୃଣା ଭାଷଣ ଏବଂ ମତଦାତାଙ୍କୁ ଦମନ କରିବା ବିପକ୍ଷରୁ ରକ୍ଷା କରିବା କ୍ଷେତ୍ରରେ ଏହା ଏକ ନୂତନ ଫର୍ଦ୍ଦ ଯୋଡିବ ।

Sonalisa

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

3 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

18 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

35 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

47 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

60 mins ago