ଭାରତୀୟ ବଜାରରେ Acer Aspire 5 ଗେମିଂ ଲାପଟପ, ରହିଛି ଜବରଦସ୍ତ ଫିଚର

Acer ଏହାର Aspire gaming series ରେ ଆଉଏକ ନୂଆ ଲାପଟପ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ Acer Aspire 5କୁ ଲଞ୍ଚ କରାଯାଇଛି । ଏହା କର୍ମଜୀବୀ ଓ ଗେମର ମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି । ଏଥିରେ Windows 11 Home ଅପରେଟିଂ ସିଷ୍ଟମ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ପପୁଲାର ଇଲେକଟ୍ରୋନିକ୍ସ ଗେଜେଟ ନିର୍ମାତା Acer ଏହାର Aspire gaming series ରେ ଆଉଏକ ନୂଆ ଲାପଟପ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ Acer Aspire 5କୁ ଲଞ୍ଚ କରାଯାଇଛି । ଏହାର ଡିଜାଇନ ଏହାକୁ ଅତ୍ୟନ୍ତ ହାଲୁକା କରୁଛି । ଫଳରେ ଏହି ଲାପଟପକୁ ଅତି ସହଜରେ ନେବା ଆଣିବା କରିହେବ । ଏହା କର୍ମଜୀବୀ ଓ ଗେମର ମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି । ତେବେ ଆସନ୍ତୁ ଏହାର ଫିଚର ଓ ଦାମ୍‌ ଉପରେ ନଜର ପକାଇବା ।

ଏହି ଲାପଟପର ସ୍ଲିକ୍‌ ଡିଜାଇନ ସହ ମେଟାଲ ବଡି ରହିଛି । 60Hz ରିଫ୍ରେସ ରେଟ ଓ 1900×1200 WUXGA ରିଜୋଲୁସନ ସହ 14 ଇଞ୍ଚ ଫୁଲ ଏଚଡି ଡିସପ୍ଲେ ରହିଛି । ଏହାସହ ଏହାର ଡିସପ୍ଲେ ରେସିଓ ରହିଛି 16:10 । ସେହିପରି ଏଥିରେ 170 ଡିଗ୍ରୀ ଭିୟୁ ଆଙ୍ଗେଲ ରହିଛି । ଏହାସହ ଏଥିରେ Acer Comfy view LED-Backlit TFT LCD ରହିଛି ।

ପ୍ରୋସେସର କଥା ଦେଖିଲେ ଏହା ଦୁଇଟି ପ୍ରୋସେରରେ ବଜାରକୁ ଆସିଛି । Intel Core i5 1335U ଓ Intel Core i7 1335U । ଏଥିରେ NVIDIA GeForce RTX 2050 ଗ୍ରାଫିକ୍ସ କାର୍ଡ ବ୍ୟବହାର ହୋଇଛି । ମେମୋରୀ କଥା ଦେଖିଲେ ଏଥିରେ SDRAM ସପୋର୍ଟ ସହ ଡୁଆଲ ଚାନେଲ LPDDR4 8ଜିବି ସିଷ୍ଟମ ମେମୋରୀ ରହିଛି । ଏହାକୁ 32ଜିବି ପର୍ଯ୍ୟନ୍ତ ଅପଗ୍ରେଡ କରାଯାଇ ପାରିବ । ସେହିପରି ଷ୍ଟୋରେଜ କଥା ଦେଖିଲେ ଏଥିରେ 512ଜିବି ଷ୍ଟୋରେଜ କାପାସିଟି ରହିଛି । ଏଥିରେ Windows 11 Home ଅପରେଟିଂ ସିଷ୍ଟମ ରହିଛି ।

ଏଥିରେ ମଲଟି ଟଚ ଗେସଚର ଟଚପେଡ ରହିଛି । ଏହାସହ ଏହି ଲାପଟପରେ HDMI ଆଉଟପୁଟ, USB 3.2 Gen 1 Type-A ପୋର୍ଟ, USB 3.2 Gen 2 Type-C ପୋର୍ଟ ରହିଛି । ସେହିପରି ଏଥିରେ USB ପୋର୍ଟ ସହ ନେଟଓ୍ଵାର୍କ RJ-45 ପୋର୍ଟ ରହିଛି । ଏହାସହ ଏଥିରେ ଷ୍ଟେରିଓ ସ୍ପିକର ରହିଛି ।
କନେକ୍ଟିଭିଟି କଥା ଦେଖିଲେ ଏଥିରେ Wi-Fi 6E ଓ ବ୍ଲୁ-ତୁଥ୍‌ 5.2 ସହ ଜିଗାବାଇଟ ଇଥରନେଟ ରହିଛି । 65 ଓ୍ଵାଟ ଚାର୍ଜିଂ ସପୋର୍ଟ ସହ 50 ଓ୍ଵାଟ ବ୍ୟାଟେରୀ ରହିଛି । ଏହାର ରଙ୍ଗ ଗ୍ରେ ହୋଇଥିବା ବେଳେ ଏହାର ଓଜନ ରହିଛି 1.57 କିଲୋଗ୍ରାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.