୨୪ ବର୍ଷ ପରେ ବଦଳିଲା BSNLର ଲୋଗୋ ଏବଂ ସ୍ଲୋଗାନ୍, ଲଞ୍ଚ ହେଲା ୭ଟି ନୂଆ ସର୍ଭିସ

BSNL ଏହାର ସର୍ଭିସକୁ ଅପଗ୍ରେଡ୍ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛି । ସରକାରୀ ଟେଲିକମ୍ କମ୍ପାନୀ ଖୁବ ଶୀଘ୍ର କମର୍ସିଆଲ ଭାବେ 4G ସର୍ଭିସ ଆରମ୍ଭ କରିବାକୁ ଯାଉଛି । ଏଥି ସହିତ, BSNL ଆସନ୍ତା ବର୍ଷ ଜୁନରେ 5G ସର୍ଭିସ ଘୋଷଣା କରିପାରେ ବୋଲି ମଧ୍ୟ ସୂଚନା ରହିଛି । ନିକଟରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (IMC) ରେ BSNL ଏହାର ଅନେକ ଅପକମିଂ ସର୍ଭିସ ଶୋକେସ୍ କରିଥିଲା । ନିକଟରେ ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ କମ୍ପାନୀ ଏହାର ନୂଆ ଲୋଗୋ ଏବଂ ସ୍ଲୋଗାନ ଲଞ୍ଚ କରିଛି ।
ଏହା ବ୍ୟତୀତ କମ୍ପାନୀ ୭ ଟି ନୂତନ ସର୍ଭିସ ମଧ୍ୟ ଆଣିଛି । ୨୦୦୦ ମସିହା ପରେ ଅର୍ଥାତ ଦୀର୍ଘ ୨୪ ବର୍ଷ ପରେ BSNL ଏହାର ଲୋଗୋ ପରିବର୍ତ୍ତନ କରିଛି । ଏଥିସହ ଏହି ସ୍ଲୋଗାନକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି । BSNL ର ଲୋଗୋ ପୂର୍ବରୁ ନୀଳ ଏବଂ ନାଲି ରଙ୍ଗର ଆରୋ ଥିଲା, ଯାହା ବର୍ତ୍ତମାନ ଧଳା ଏବଂ ସବୁଜ ରଙ୍ଗରେ ପରିବର୍ତ୍ତିତ ହୋଇଛି । ଯେଉଁଠାରେ, ପୂର୍ବ ଲୋଗୋରେ ଏକ ଧୂସର ରଙ୍ଗର ଗୋଲ ଥିଲା, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଛି । କିନ୍ତୁ ଲୋଗୋର ଡିଜାଇନ୍ ପୂର୍ବ ପରି ସମାନ ରଖାଯାଇଛି ।
ମଝିରେ ଥିବା ଗୋଲର ରଙ୍ଗକୁ ନାରଙ୍ଗୀରେ ପରିବର୍ତ୍ତନ କରାଯାଇଛି । ଏହି ଗୋଲରେ ଭାରତର ମାନଚିତ୍ର ମଧ୍ୟ ଦୃଶ୍ୟମାନ ହେଉଛି । ବିଏସଏନଏଲର ନୂଆ ଲୋଗୋରେ ସରକାର ଭାରତୀୟ ପତାକାର ତିନୋଟି ରଙ୍ଗ ବ୍ୟବହାର କରିଛନ୍ତି । BSNL ଏହାର ପୁରୁଣା ସ୍ଲୋଗାନ ‘Connecting India’ କୁ ‘Connecting Bharat’ ରେ ପରିବର୍ତ୍ତନ କରିଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବିଏସଏନଏଲର ବରିଷ୍ଠ ଅଧିକାରୀମାନେ କମ୍ପାନୀର ନୂତନ ଲୋଗୋ ଉନ୍ମୋଚନ କରିଛନ୍ତି । ଏହା ସହ କମ୍ପାନୀ ୭ଟି ନୂଆ ସର୍ଭିସ ମଧ୍ୟ ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ଏହି ସର୍ଭିସଗୁଡିକ ବିଷୟରେ…
ସ୍ପାମ୍ ଫ୍ରି ନେଟୱାର୍କ:
AI ମାଧ୍ୟମରେ ସ୍ପାମ୍ କଲ୍ ଏବଂ ମେସେଜଗୁଡ଼ିକୁ ବ୍ଲକ କରିବା ପାଇଁ BSNL ଏକ ନୂଆ ଟେକ୍ନୋଲୋଜି ଲଞ୍ଚ କରିଛି । ବର୍ତ୍ତମାନ ନେଟୱର୍କ ଲେବଲରେ ୟୁଜର୍ସଙ୍କୁ ଦିଆଯାଇଥିବା ଫ୍ରଡ୍ କଲ୍ ଏବଂ ମେସେଜଗୁଡ଼ିକୁ ବ୍ଲକ୍ କରାଯିବ ।
ନ୍ୟାସନାଲ ୱାଇ-ଫାଇ ରୋମିଂ:
ସରକାରୀ ଟେଲିକମ୍ କମ୍ପାନୀ ପ୍ରଥମ FTTH ବେସ୍ଡ ୱାଇ-ଫାଇ ରୋମିଂ ସର୍ଭିସ ଆରମ୍ଭ କରିଛି । BSNL ୟୁଜର୍ସମାନେ କୌଣସି ଏକ୍ସଟ୍ରା ଚାର୍ଜ ବିନା ହଟ-ସ୍ପଟରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ଆକ୍ସେସ କରିବାକୁ ସୁବିଧା ମିଳିବ ।
IFTV:
BSNL ପ୍ରଥମ ଫାଇବର ବେସ୍ଡ ଇଣ୍ଟରନେଟ୍ ଲାଇଭ୍ ଟିଭି ସର୍ଭିସ ଆରମ୍ଭ କରିଛି । FTH ନେଟୱାର୍କ ମାଧ୍ୟମରେ, ୟୁଜର୍ସମାନେ ପେ’ ଟିଭିରେ ୫୦୦ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ଦେଖିପାରିବେ ।
ATS Kiosk:
ଭାରତ ସଞ୍ଚାର ନିଗମ ଲିମିଟେଡ୍ ସିମ୍ କାର୍ଡ ପାଇଁ କିଓସ୍କ ପରି ଏଟିଏମର ସୁବିଧା ଆରମ୍ଭ କରିଛି । ଦେଶର ରେଳ ଷ୍ଟେସନ ସମେତ ସର୍ବସାଧାରଣ ସ୍ଥାନରେ ଏହି କିଓସ୍କ ସ୍ଥାପନ କରାଯିବ, ଯାହା ଦ୍ୱାରା ଗ୍ରାହକମାନେ 24 * 7 ସିମ୍ କିଣିବା ଠାରୁ ଆରମ୍ଭ କରି ଅପଗ୍ରେଡ୍ ପର୍ଯ୍ୟନ୍ତ ସବୁ ସୁବିଧା ପାଇପାରିବେ ।
D2D ସର୍ଭିସ:
BSNL ଡ଼ାଇରେକ୍ଟ ଟୁ-ଡିଭାଇସ୍ ସର୍ଭିସ ମଧ୍ୟ ଘୋଷଣା କରିଛି, ଯାହା ମୋବାଇଲ୍ ନେଟୱାର୍କକୁ ସାଟେଲାଇଟ୍ ସହିତ ଇଣ୍ଟିଗ୍ରେଟ୍ କରି ଉନ୍ନତ କନେକ୍ଟିଭିଟି ଯୋଗାଇବ ।
ବିପର୍ଯ୍ୟୟ ମୁକାବିଲା ସର୍ଭିସ:
ସରକାରୀ ଟେଲିକମ୍ କମ୍ପାନୀ ବନ୍ୟା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କନେକ୍ଟିଭିଟି ପାଇଁ ଏମର୍ଜେନ୍ସି ଏନକ୍ରିପ୍ଟେଡ୍ କମ୍ୟୁନିକେସନ୍ ଡିଜାଷ୍ଟର ରେସପନ୍ସ କମ୍ୟୁନିକେସନ ସର୍ଭିସ ଆରମ୍ଭ କରିଛି, ଯାହା ପ୍ରଭାବିତ ଅଞ୍ଚଳରେ ସରକାର ଏବଂ ରିଲିଫ୍ ଏଜେନ୍ସିଗୁଡ଼ିକୁ କନେକ୍ଟିଭିଟି ଯୋଗାଇବାରେ ସାହାଯ୍ୟ କରିବ । ଏହା ଏକ ଡ୍ରୋନ୍ କିମ୍ବା ବେଲୁନ୍ ବେସ୍ଡ କମ୍ୟୁନିକେସନ ସିଷ୍ଟମ ହେବ ।
ଖଣି ପାଇଁ ପ୍ରାଇଭେଟ 5G ନେଟୱାର୍କ:
C-DAC ସହଯୋଗରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ଖଣିରେ ସୁପରଫାଷ୍ଟ କନେକ୍ଟିଭିଟି ଯୋଗାଇବା ପାଇଁ 5G ସର୍ଭିସ ଆରମ୍ଭ କରିଛି । ଏହି ସର୍ଭିସ AI ଏବଂ IoT ମାଧ୍ୟମରେ ଅଣ୍ଡରଗ୍ରାଉଣ୍ଡ ଖଣିରେ ହାଇ ସ୍ପିଡର କଭରେଜ୍ ପ୍ରଦାନ କରିବାକୁ କାର୍ଯ୍ୟ କରିବ ।