ସ୍ମାର୍ଟଫୋନ ପରେ ଶସ୍ତା ଲାପଟପ୍ ଲଞ୍ଚ କରିବ ଜିଓ, ମିଳିବ ଜବରଦସ୍ତ ଫିଚର୍ସ

ଦୁନିଆର ସବୁଠାରୁ ବଡ ଏବଂ ଲୋକପ୍ରିୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ କିଛିଦିନ ତଳେ jioPhone Next ଉପରୁ ପରଦା ଉଠାଇଥିଲା। କିନ୍ତୁ ଏବେ ଏହାର ଲଞ୍ଚ ତାରିଖକୁ ଘୁଞ୍ଚାଇଦେଇଛି। ଏହା ମଧ୍ୟରେ କମ୍ପାନୀ ଲାପଟପ୍ ଲଞ୍ଚ କରିବାକୁ ଯାଉଛି। ଯାହା ଶସ୍ତା ଏବଂ ଦମଦାର ଫିଚର୍ସ jioBook ଲାପଟପ୍ ଲଞ୍ଚ କରିବାକୁ ଯାଉଛି। କିନ୍ତୁ କେବେ ବଜାରରୁ ଆସିବ ତାହା ଜଣାନାହିଁ।

ଖବର ମୁତାବକ, Bureau of Indian Standards ରିପୋର୍ଟ ଅନୁଯାୟୀ ଜିଓ ୟୁଜର୍ସଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଜିଓ ବୁକ୍ ଲାପଟପକୁ ନେଇ ଟ୍ବିଟରରେ ଟିପଷ୍ଟର ମୁକୁଲ ଶର୍ମା ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟରେ ସୂଚନା ଦିଆଯାଇଛି ଯେ, ଜିଓବୁକ ଲାପଟପ୍ NB1118QMW, NB1148QMW ଏବଂ NB1112MM ତିନିଟି ମଡେଲରେ ଲିଷ୍ଟ କରାଯାଇଛି। ଏହାକୁ ୩ଟି ଅଲଗା ଅଲଗା ମଡେଲରେ ଲଞ୍ଚ କରାଯାଇଛି।

ସ୍ପେସିଫିକେସନ:

ଖବର ମୁତାବକ, ଏଥିରେ ୧୩୬୬x୭୬୮ ପିକ୍ସେଲ ସ୍କ୍ରିନ ରିଜୋଲ୍ଯୁସନ ସହିତ ଏଚଡି ଡିସପ୍ଲେ ମିଳିବ। ଏହି ଲାପଟପ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସରରେ କାମ କରିବ ଏବଂ ଏଥିରେ ୪ ଜିବି LPDDR4 x ରାମ୍ ମିଳିବ। ଏହାଛଡା 64GB eMMC ଷ୍ଟୋରେଜ ମିଳିବ। କନେକ୍ଟିଭିଟି ପାଇଁ ମିନି ଏଚଡିଏମଆଇ କନେକ୍ଟର, ଡୁଆଲ ବ୍ଯାଣ୍ଡ ୱାଇଫାଇ- ବ୍ଲୁଟୁଥ ସପୋର୍ଟ ଭଳି ଫିଚର ମିଳିବ।କିନ୍ତୁ ଏପର୍ଯ୍ଯନ୍ତ ଏହାର ଦାମ୍ ବିଷୟରେ କିଛି ଖୁଲାସା ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.