Aadhar Card ହଜିଗଲେ ଭୟ କରନ୍ତୁ ନାହିଁ, ଅଳ୍ପ ସମୟ ମଧ୍ୟରେ ଘରେ ବନାନ୍ତୁ ଆଧାର କାର୍ଡ

ଆଧାର କାର୍ଡ ଏବେ ସମୟର ସବୁଠୁ ଜରୁରୀ ଦସ୍ତାବିଜ । ଯାହାକୁ ସବୁବେଳେ ପାଖରେ ରଖିବାକୁ ପଡିଥାଏ ।ଯଦି କେବେ ଆପଣଙ୍କ ଆଧାର କାର୍ଡ ହଜିଯାଇଛି ତେବେ ଭୟ କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ନୂଆ ଆଧାର କାର୍ଡ ପାଇବାର ସହଜ ପ୍ଲାନ କହିବୁ । ଯାହାକୁ ଆପଣ ଆଧାର ୱେବାସାଇଟରେ ଯାଇ ସହଜରେ କରିପାରିବେ । କିନ୍ତୁ ଏହାପୂର୍ବରୁ ଆପଣ ଏଫଆଇଆର ଲେଖିବା ଉଚିତ । କାରଣ ଏହାକୁ ଆମେ ଆଇଡି ପ୍ରୁଫ ଭାବେ ବ୍ୟବହାର କରିଥାଉ । ଏହାକୁ ବ୍ଲକ କରିଦେବା ଦ୍ୱାରା ଆପଣ ତଥ୍ୟ ଲିକ ହେବାର ସମ୍ଭାବନା ରହିବନି।

UIDAI ୱେବସାଇଟକୁ ଯାଇ ଆପଣ ନିଜେ ଆଧାର କାର୍ଡ ଡାଉନଲୋଡ କରିପାରିବେ । ଏହି ୱେବସାଇଟରେ ଆପଣ ନୂଆ ଆଧାର କାର୍ଡ ମଧ୍ୟ ତିଆରି କରିପାରିବେ ।

– ପ୍ରଥମେ ଆଧାର ୱେବସାଇଟ https://uidai.gov.in/ଯାଆନ୍ତୁ ।

–  PVC Card ରେ କ୍ଲିକ କରନ୍ତୁ ।
– ୧୨ ଡିଜିଟର ଆଧାର ନମ୍ବର ସହ ସିକ୍ୟୁରିଟି କୋର୍ଡ ଦିଅନ୍ତୁ ।

– ଏହାପରେ OTP ରେଜିଷ୍ଟ୍ରର ନମ୍ବରକୁ ପଠାଯିବ । ଉକ୍ତ ନମ୍ବରକୁ Submit  କରନ୍ତୁ ।

– ପେମେଣ୍ଟ ଗେଟୱେ ପେଜ ଖୋଲିବା ପରେ ଆପଣଙ୍କୂୁ ୫୦ ଟଙ୍କାର ଶୁଳ୍କ ଦେବାକୁ ପଡିବ ।

– ଶେଷରେ ସ୍ପିଡ ପୋଷ୍ଟ ମାଧ୍ୟମରେ ୧୫ ଦିନ ମଧ୍ୟରେ ଆଧାର କାର୍ଡ ହାର୍ଡ କପି ଆପଣଙ୍କ ପାଖକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.