OTA ଅପଡେଟ୍‌ ପରେ ଲୋକେ ନିଜ ଫୋନ୍‌ରେ ପାଇପାରିବେ 5G ସିଗ୍ନାଲ! ୨୦୨୪ ସୁଦ୍ଧା ପୂରା ଦେଶରେ ମିଳିଯିବ Airtel 5G

Airtel 5G ଏବଂ Jio 5G ଲଞ୍ଚ୍‌ ହେବା ପରେ ଲୋକେ ନିଜ ଫୋନ୍‌ରେ 5G ସିଗ୍ନାଲକୁ ଅପେକ୍ଷା କରିଛନ୍ତି। ଅନେକ ଲୋକଙ୍କ ଅଭିଯୋଗ ରହୁଛି କି, ସେମାନଙ୍କ ଫୋନରେ 5G ସିଗ୍ନାଲ ଆସୁନାହିଁ, ଯେତେବେଳେ କି, ସେମାନେ ଏକ୍‌ଦମ 5G ରେଡି ଫୋନ୍‌ କିଣିଛନ୍ତି। କହି ରଖୁଛୁ, ଏମିତି ୟୁଜରମାନଙ୍କୁ ବହୁତ ଜଲ୍‌ଦି ଏକ OTA ଅପଡେଟ୍‌ ମିଳିବ, ଯାହା ପରେ ସେମାନେ 5G ସିଗ୍ନାଲ ପାଇବାକୁ ସକ୍ଷମ ହୋଇପାରିବେ। ଅନେକ ଫୋନରେ 5G ଇନାବେଲ ରହିଛି।

ନିକଟରେ Airtel ଏମିତି କେତେଗୁଡ଼ିଏ ଫୋନ୍‌ର ତାଲିକା ସେୟାର କରିଥିଲା, ଯେଉଁଥିରେ ଲୋକମାନେ Airtel ନେଟ୍‌ଓ୍ଵାର୍କ ହିଁ ପାଇ ପାରିବେ। ଉକ୍ତ ତାଲିକାରେ କେବଳ 5G ଇନାବେଲ ଫୋନ୍‌ ନ ଥିଲା, ବରଂ ଯେଉଁଥିରେ 5G ଅପ୍‌ଡେଟର ଅପେକ୍ଷା ମଧ୍ୟ ରହିଛି, ସେହି ଫୋନଗୁଡ଼ିକର ନାମ ସାମିଲ ରହିଥିଲା। ଟେଲିକମ୍‌ ଅପରେଟର ୧୧୬ ହ୍ୟାଣ୍ଡ୍‌ସେଟର ତାଲିକା ଜାରି କରିଥିଲା, ଯେଉଁଥିରେ ଗ୍ରାହକ Airtel 5G Plus ପାଇ ପାରିବେ।

କହି ରଖୁଛୁ, ୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସର୍ଭିସ୍‌କୁ ଲଞ୍ଚ୍‌ କରିଥିବା ବେଳେ ଏୟାରଟେଲ ମଧ୍ୟ ଦେଶର ୮ ସହରରେ ନିଜର 5G ସେବାକୁ ଲଞ୍ଚ୍‌ କରିଥିଲା। ଯଦି ଆପଣ ଏହି ସହରଗୁଡ଼ିକରେ ରହୁଛନ୍ତି, ତା’ ହେଲେ ପାଇ ପାରିବେ 5G ନେଟ୍‌ଓ୍ଵାର୍କ। ଏହି ନେଟ୍‌ଓ୍ଵାର୍କ ଉପରେ ଆପଣ ବଢ଼ିଆ ସ୍ପିଡ୍‌ ସହିତ କଲ୍‌ କନେକ୍ଟିଭିଟି ଏକ୍ସପେରିୟନ୍ସ ମଧ୍ୟ ଲାଭ କରି ପାରିବେ।

ଏୟାରଟେଲ ଜାରି କରିଥିବା 5G ରେଡି ୧୧୬ ସ୍ମାର୍ଟଫୋନ୍‌ ତାଲିକାରେ 5G ସପୋର୍ଟ କରୁଥିବା ଅଧିକାଂଶ ଫୋନ୍‌କୁ ସାମିଲ କରାଯାଇଛି, ଯେଉଁଥିରେ Airtel 5Gର ସପୋର୍ଟ ରହିବ। ଏଥି ସହିତ 5G ସପୋର୍ଟ ନ ଥିବା ଫୋନ୍‌ଗୁଡ଼ିକ ମଧ୍ୟ ତାଲିକାଭୁକ୍ତ ରହିଥିଲା। କହି ରଖୁଛୁ, OTA ଅପ୍‌ଡେଟ ଜରିଆରେ ଏହି ଫୋନ୍‌ଗୁଡ଼ିକୁ ଆପଣ 5G ଇନାବେଲ କରି ପାରିବେ। ଏହି ତାଲିକାରେ Realme, Xiaomi, Oppo, Vivo, iQoo, Apple, OnePlus ଏବଂ Samsungର ଫୋନ୍‌ଗୁଡ଼ିକ ସାମିଲ ଅଛି।

ଆସନ୍ତା ବର୍ଷ ଶେଷ ସୁଦ୍ଧା ବହୁତ ସହରରେ ମିଳିବ 5G ସର୍ଭିସ୍‌

Airtel 5G Plus ବର୍ତ୍ତମାନ ୮ ସହରରେ ଉପଲବ୍ଧ ରହିଛି। ଯଦିଓ ଏହି ସହରଗୁଡ଼ିକରେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସର୍ଭିସ୍‌ ଆକ୍ଟିଭେଟ୍‌ ହୋଇନାହିଁ। ଆସନ୍ତା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ପୂରା ଦେଶରେ Airtel 5G ଉପଲବ୍ଧ ହୋଇଯିବ। ସେହିପରି ଜିଓ ବର୍ତ୍ତମାନ ୪ ସହରରେ ସର୍ଭିସ୍‌ ଲଞ୍ଚ୍‌ କରିଥିବା ବେଳେ ଡିସେମ୍ବର ୨୦୨୩ ସୁଦ୍ଧା ପାଖାପାଖି ପୂରା ଦେଶରେ ଜିଓ 5G ସର୍ଭିସ୍‌ ଲାଇଭ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.