ଟେକ୍

ଟ୍ଵିଟର ଓ ମେଟା ପରେ ଏବେ Amazonରୁ ଛଟେଇ! ଅନେକ କର୍ମଚାରୀଙ୍କ ଉପରେ ଝୁଲିଛି ଖଣ୍ଡା

ସାରା ବିଶ୍ୱରେ ବୃହତ୍‌ ଆର୍ଥିକ ସଙ୍କଟ ଆଶଙ୍କା ମଧ୍ୟରେ ଇ-କମର୍ସ କମ୍ପାନୀ ‘ଆମାଜନ’ରୁ ବି ଛଟେଇ ହେବାର ଅଟକଳ ବୃଦ୍ଧି ପାଇଛି। ଖବର ରହିଛି କି, ଟ୍ୱିଟର ଓ ଫେସବୁକ୍ ପରେ ଏବେ ଆମାଜନ ବଡ଼ ସଂଖ୍ୟାରେ କର୍ମଚାରୀ ଛଟେଇ କରିବାକୁ ଯାଉଛି। କୁହାଯାଉଛି ଯେ କମ୍ପାନୀର ଆର୍ଥିକ ସ୍ଥିତିକୁ ନଜରରେ ରଖି ନିଯୁକ୍ତିକୁ ତତ୍କାଳ ପ୍ରଭାବରେ ଫ୍ରିଜ୍ କରିବାକୁ ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ, କମ୍ପାନୀ ବହୁତ ଜଲ୍‌ଦି ନିଜ ଏହି ପଦକ୍ଷେପକୁ ସାର୍ବଜନୀନ କରିପାରେ।

କହି ରଖୁଛୁ, ଏହା ପୂର୍ବରୁ ଟ୍ୱିଟରରୁ ଏଲନ୍ ମସ୍କ ବଡ଼ ଧରଣର ଛଟେଇ କରିଥିଲେ। ସେଠି ଫେସବୁକ୍ ମଧ୍ୟ ଅନେକ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ସାରିଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କର୍ମଚାରୀମାନଙ୍କୁ ଏକ ଇଣ୍ଟରନାଲ ମେମୋ ଜାରି କରାଯାଇଛି। ଏହି ମେମୋରେ ନୂତନ ନିଯୁକ୍ତିକୁ ଫ୍ରିଜ୍ କରିବାକୁ ସୂଚନା ଦିଆଯାଇଛି। ଏହି ପଦକ୍ଷେପ ପରେ ଅନୁମାନ କରାଯାଉଛି କି, କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରାଯାଇ ପାରିବ।

ଆମାଜନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଲିଙ୍କଡଇନରେ ଏହି ସୂଚନା ଦେଇଛନ୍ତି କି, ତାଙ୍କୁ ବାହାର କରାଯାଇଛି। ତାଙ୍କ ନାମ ଜେମି ଝାଙ୍ଗ୍‌।, ଯିଏକି, ଆମାଜନରେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ଏହା ବ୍ୟତୀତ ଜଣେ ପୂର୍ବତନ କର୍ମଚାରୀ ବି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ପୁରା ରୋବୋଟିକ୍ସ ଟିମ୍‌କୁ ପିଙ୍କ୍‌ ଚିଟ୍‌ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆମାଜନର ରୋବୋଟିକ୍ସ ଟିମ୍‌ରେ ପାଖାପାଖି ୩୭୫୦ ଲୋକ କାମ କରନ୍ତି।

ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୧୧,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ସୂଚନା ଅନୁସାରେ, ମେଟା ପ୍ଲାଟଫର୍ମସ୍ ଇଙ୍କ୍‌ ବ୍ୟାପକ ରୂପେ ନିଜ କମ୍ପାନୀରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର ଆୟ ହ୍ରାସ ପରେ ସୋସିଆଲ ମିଡିଆ କମ୍ପାନୀ ତରଫରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜୁକରବର୍ଗ କହିଛନ୍ତି, ‘ଆମେ ଖର୍ଚ୍ଚ କାଟିବା ସହ Q1 ମାଧ୍ୟମରେ ନିଜର ହାୟରିଙ୍ଗ୍‌ ଫ୍ରିଜ୍‌କୁ ବଢ଼ାଇ ଏକ ଅଧିକ କୁଶଳୀ କମ୍ପାନୀ କରିବା ପାଇଁ କେତେକ ଅତିରିକ୍ତ ପଦକ୍ଷେପ ଉଠାଉଛୁ’। ଏତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ ଦର୍ଶାଉଛି କି, କମ୍ପାନୀ ତରଫରୁ ବଡ ବଜେଟ୍ ହ୍ରାସ କରାଯିବାକୁ ପ୍ରସ୍ତୁତି ଚାଲିଛି। ସୂଚନାଥାଉ କି, ଡିଜିଟାଲ ବିଜ୍ଞାପନ ରାଜସ୍ୱରେ ହ୍ରାସ କାରଣରୁ କମ୍ପାନୀକୁ ଏହି ପଦକ୍ଷେପ ଉଠାଇବାକୁ ପଡ଼ିଛି। ଚାକିରିରୁ ବହିଷ୍କାର ହୋଇଥିବା କର୍ମଚାରୀମାନଙ୍କୁ କମ୍ପାନୀ ତରଫରୁ ୬ ସପ୍ତାହର ମୂଳ ବେତନ ଦିଆଯିବ। କମ୍ପାନୀ କହିଛି, କର୍ମଚାରୀମାନଙ୍କୁ ୬ ମାସ ପାଇଁ ସ୍ୱାସ୍ଥ୍ୟସେବାର ଖର୍ଚ୍ଚ ପ୍ରଦାନ କରାଯିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago