ୟୁଟ୍ୟୁବ ପରେ ଗୁଗଲ୍ ମଧ୍ୟ ରୁଷକୁ ଦେଲା ଝଟକା, ବନ୍ଦ କଲା ମନିଟାଇଜେସନ

ୟୁଟ୍ୟୁବ ପରେ ଏବେ ଗୁଗଲ୍ ରୁଷର ସରକାରୀ ମିଡ୍ର ସଂସ୍ଥାRT ଏବଂ ଅନ୍ୟ ଚ୍ୟାନେଲକୁ ନିଜ ୱେବସାଇଟ ଏବଂ ଆପ୍ସରେ ଭିଡିଓରେ ଆସୁଥିବା ବିଜ୍ଞାପନରୁ ଆସୁଥିବା ପଇସାକୁ ରୋକ୍ ଲଗାଇଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଫେସବୁକ୍ ମଧ୍ୟ ରୁଷର ସରକାରୀ ମିଡିଆ ଉପରେ ରୋକ୍ ଲାଗିଛି। ୟୁଟ୍ୟୁବ ଘୋଷଣା କରିବା ପୂର୍ବରୁ ଫେସବୁକ ରୁଷ ସରକାରୀ ମିଡିଆକୁ ଫେସବୁକରେ ଡିମନିଟାଇଜ କରିସାରିଛି।
ଗୁଗଲ୍ ପୂର୍ବରୁ ୟୁଟ୍ୟୁବ ମନିଟାଇଜେସନ ଉପରେ ରୋକ୍ ଲଗାଇଥିଲା। ରୁଷ ଚ୍ୟାନେଲକୁ ସେମାନଙ୍କ ଭିଡିଓ ସହିତ ଆସୁଥିବା ବିଜ୍ଞାପନରୁ ଟଙ୍କା ରୋଜଗାର ଉପରେ ବାରଣ କରିଥିଲା। ‘ଅସାଧାରଣ ପରିସ୍ଥିତି’କୁ ଦର୍ଶାଇ ୟୁଟ୍ୟୁବ କହିଛି ଯେ, ୟୁଟ୍ୟୁବ ଅନେକ ଚ୍ୟାନେଲର ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ଲଗାଉଛି। ଏହି ପ୍ରତିବନ୍ଧକ ସହିତ ଜଡିତ ଅନେକ ରୁଷ ଚ୍ୟାନେଲ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ, ଭିଡିଓଗୁଡିକରେ ବିଜ୍ଞାପନ ସ୍ଥାନିତ କରିବା ୟୁଟ୍ୟୁବ୍ ଦ୍ୱାରା କଣ୍ଟ୍ରୋଲ ହୋଇଥାଏ। ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ମଧ୍ୟ ଏକ ଟୁଇଟରେ କହିଛି ଯେ ରୁଷର କିଛି ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।
ବିଗତ ଅନେକ ବର୍ଷ ଧରି ୟୁଟ୍ୟୁବକୁ ରୁଷ ସରକାରଙ୍କ ସହ ଜଡିତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ସେମାନେ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଛି ଏବଂ ଏଥିରୁ ସେମାନେ ଉପକୃତ ହେବା ଉଚିତ୍ ନୁହେଁ। ଏକ ଆକଳନ ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ୨୬ ଟି ୟୁଟ୍ୟୁବ୍ ଚ୍ୟାନେଲରେ ବିଜ୍ଞାପନରୁ ରୁଷ ୭ ମିଲିୟନ୍ ରୁ ୩୨ ମିଲିୟନ୍ ଡଲାର୍ ପାଇଛି।