ଲଞ୍ଚ ହେଲା AI-ବେସ୍ଡ ବ୍ଲଡ୍ ଟେଷ୍ଟ ଆପ୍, ହାଇଦ୍ରାବାଦର ନିଲୁଫର୍ ହସ୍ପିଟାଲରେ ହେଲା ଆରମ୍ଭ

ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି । ହାଇଦ୍ରାବାଦସ୍ଥିତ ନିଲୋଫର୍ ହସ୍ପିଟାଲ ଦେଶର ପ୍ରଥମ AI-ବେସ୍ଡ (non-invasive) ନନ୍-ଇନଭାସିଭ୍ ବ୍ଲଡ ଟେଷ୍ଟ, ଲଞ୍ଚ କରିଛି । ଯାହା କୌଣସି ଛୁଞ୍ଚି, ବ୍ଲଡ୍ କିମ୍ବା ଲ୍ୟାବ ଟେଷ୍ଟ ବିନା ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିପାରିବ । ଏହି ଟେକ୍ନୋଲୋଜୀକୁ କେବଳ ବିଜ୍ଞାନର ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉନାହିଁ, ବରଂ ଏହା ଦେଶର ଗ୍ରାମୀଣ ଏବଂ ପଛୁଆ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବ ।

ଏହି ଇନୋଭେଟିଭ୍ ଟେକ୍ନୋଲୋଜୀ ହେଲଥଟେକ୍ ଷ୍ଟାର୍ଟଅପ୍ କ୍ୱିକ୍ ଭାଇଟାଲ୍ସ ଦ୍ୱାରା ଡେଭ୍ଲପ କରାଯାଇଛି ଏବଂ ଏହାର ନାମ ‘‘ଅମୃତ ସ୍ୱାସ୍ଥ୍ୟ ଭାରତ’’ ରଖାଯାଇଛି । ଏହା ଏକ ମୋବାଇଲ୍ ଆପ୍ ଯାହା ଫେସ୍ ସ୍କାନିଂ ମାଧ୍ୟମରେ ୨୦ ରୁ ୬୦ ସେକେଣ୍ଡ ମଧ୍ୟରେ ବ୍ଲଡ୍ ଟେଷ୍ଟ ଫଳାଫଳ ପ୍ରଦାନ କରେ । ଫେସ୍ ସ୍କାନିଂ ଟେକ୍ନୋଲୋଜୀକୁ ଫଟୋପ୍ଲେଥିସ୍ମୋଗ୍ରାଫି (PPG) କୁହାଯାଏ । ଯାହା ଶରୀରର ଚର୍ମରେ ଆଲୋକ ଅବଶୋଷଣରେ ପରିବର୍ତ୍ତନ ରେକର୍ଡ କରି ବିଭିନ୍ନ ସ୍ୱାସ୍ଥ୍ୟ ସଙ୍କେତ ଚିହ୍ନଟ କରିପାରିବ । ତେବେ ଆସନ୍ତୁ ଜାଣିବା ଏହି ସିଷ୍ଟମ କ’ଣ ମେଜର କରିପାରିବ?

୧) ବ୍ଲଡ୍ ପ୍ରେସର (Blood Pressure)
୨) ଅକ୍ସିଜେନ୍ ସାଚୁରେସନ୍ (Oxygen saturation (SpO2))
୩) ହାର୍ଟ ରେଟ୍ (Heart Rate)
୪) ରିସପିରେସନ ରେଟ୍ (Respiration Rate)
୫) ହାର୍ଟ ରେଟ୍ ଭେରିବିଲିଟି (Heart Rate Variability (HRV))
୬) ହିମୋଗ୍ଲୋବିନ୍ A1c
୭) ଷ୍ଟ୍ରେସ୍ ଲିଭଲ୍ (Stress Levels)
୮) ପଲ୍ସ ରେସପିରେଟୋରୀ କୋଫିସିଏଣ୍ଟ (Pulse Respiratory Coefficient (PRQ))

ଏଥି ସହ ମନେ ରଖନ୍ତୁ ଯେ ଏହି ଟେଷ୍ଟ ‘‘ସେଲଫି ପରି ସହଜ’’ । ଏହି କୌଶଳ ଏତେ ସରଳ ଯେ ଯେକୌଣସି ବ୍ୟକ୍ତି ଏହାକୁ ନିଜ ମୋବାଇଲ୍ କ୍ୟାମେରାରେ ସେଲଫି ପରି ମଧ୍ୟ ବ୍ୟବହାର କରିପାରିବେ । ଏହି ଟେକ୍ନୋଲୋଜୀ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବ । ବିଶେଷକରି ଦୁର୍ବଳ ଏବଂ ଗ୍ରାମାଞ୍ଚଳରେ ଯେଉଁଠାରେ ପ୍ରାୟତଃ ଲ୍ୟାବ୍ ଏବଂ ଟେଷ୍ଟିଂ ସୁବିଧାର ଅଭାବ ଥାଏ ।

ଏହି ଟେକ୍ନୋଲୋଜୀର ପ୍ରଥମ ଅଫିସିଆଲ୍ ଲଞ୍ଚ ହାଇଦ୍ରାବାଦର ଲାଲଡିକାପୁଲରେ ଥିବା ନିଲୋଫର ହସ୍ପିଟାଲର ରେଡ ହିଲ୍ସ କ୍ୟାମ୍ପସରେ କରାଯାଇଥିଲା । ନିଲୋଫର୍ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ରବି କୁମାର କହିଛନ୍ତି, ‘‘ଏହି ଟେକ୍ନୋଲୋଜୀ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ । ଏହା ଦ୍ରୁତ, ନିରାପଦ ଏବଂ ସୁବିଧାଜନକ, ବିଶେଷକରି ପିଲା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ । ଜାତୀୟ ଚିକିତ୍ସା କମିଶନର ସଦସ୍ୟ ଡାକ୍ତର ସନ୍ତୋଷ କ୍ରାଲାଟେ କହିଛନ୍ତି ଯେ ଏହି ଟେକ୍ନୋଲୋଜୀ ମାଧ୍ୟମରେ, ଏବେ ରକ୍ତହୀନତା ଭଳି ‘ସାଇଲେଣ୍ଟ’ ରୋଗର ଶୀଘ୍ର ନିର୍ଣ୍ଣୟ ସମ୍ଭବ ହେବ । ଯାହା ସାଧାରଣତଃ ମହିଳା ଏବଂ ପିଲାମାନଙ୍କଠାରେ ଅଣଦେଖା ହୋଇ ରହିଥାଏ । ତାଙ୍କ ମତରେ, ‘‘ଏହା ସୁନିଶ୍ଚିତ କରିବ ଯେ ଆମର ସ୍ୱାସ୍ଥ୍ୟ ଅଭିଯାନରୁ କେହି ବାଦ୍ ପଡ଼ିବେ ନାହିଁ ।’’

ଏହି ଆପ୍ କେବଳ ମୋବାଇଲ୍ କିମ୍ବା ଟାବଲେଟରୁ ସ୍କାନିଂ କରିବାକୁ ଅନୁମତି ଦିଏ ନାହିଁ, ବରଂ କଣ୍ଟାକ୍ଟ-ବେସ୍ଡ ପିନ୍ଧିବା ଯୋଗ୍ୟ PPG ସେନ୍ସର ମାଧ୍ୟମରେ ରୋଗୀମାନଙ୍କୁ ନିରନ୍ତର ନଜର ରଖିପାରିବ । ଏହାର ଅର୍ଥ ହେଉଛି ଏବେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରନ୍ତର ନଜର ରଖାଯାଇପାରିବ, ତାହା ମଧ୍ୟ ବାରମ୍ବାର ଟେଷ୍ଟ ନକରି ।

ନିଲୋଫର୍ ହସ୍ପିଟାଲରେ ଲଞ୍ଚ ସମୟରେ, କ୍ୱିକ୍ ଭାଇଟାଲ୍ସର ପ୍ରତିଷ୍ଠାତା ହରିଶ ବିସମ୍ ଘୋଷଣା କରିଥିଲେ ଯେ ଏହି ଟେକ୍ନୋଲୋଜୀ ଏବେ ମହାରାଷ୍ଟ୍ର ରାଜ୍ୟରେ ମଧ୍ୟ ଖୁବ୍ ଶୀଘ୍ର ଉପସ୍ଥାପନ କରାଯିବ । ଏହାର ଉର୍ଦ୍ଦେଶ୍ୟ ହେଉଛି ଯେ, ସମଗ୍ର ଭାରତରେ AI-ବେସ୍ଡ ଡାଇଗ୍ନୋଷ୍ଟିକ୍ ସିଷ୍ଟମକୁ ବିସ୍ତାର କରିବା । ଯାହାକି କମ ସମୟ ମଧ୍ୟରେ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ସମ୍ଭବ ହୋଇପାରିବ ।

ଏଥି ସହ ଜାଣିରଖନ୍ତୁ ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନେକ ଅଧିକାରୀ ଏହାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପୋଷଣ ଅଭିଯାନ ଏବଂ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭଳି ସରକାରୀ ଅଭିଯାନ ସହିତ ଯୋଡ଼ିବା ବିଷୟରେ କହୁଛନ୍ତି । ଯଦି ଏହା ହୁଏ, ତେବେ ଏହି ଆପ୍ ପ୍ରତ୍ୟେକ ସ୍କୁଲ, ପଞ୍ଚାୟତ ଭବନ କିମ୍ବା ଅଙ୍ଗନୱାଡି କେନ୍ଦ୍ରରେ ସୁଲଭ, ସୁରକ୍ଷିତ ଏବଂ ଦ୍ରୁତ ପରୀକ୍ଷା ସୁବିଧା ଯୋଗାଇବ ।

ଏଥି ସହ ଜାଣିରଖନ୍ତୁ ଯେ, ଆଗାମୀ ବର୍ଷଗୁଡ଼ିକରେ, ଏହି ଟେକ୍ନୋଲୋଜୀ ସାରା ଦେଶରେ ବ୍ୟାପିବା ସହିତ, ଭାରତର ହେଲ୍ଥ କେୟାର କେବଳ ଦ୍ରୁତ ହେବ ନାହିଁ, ବରଂ ଜନସାଧାରଣଙ୍କ ପାଇଁ ମଧ୍ୟ ସୁଲଭ ହୋଇପାରିବ ।