AI ଫିଚର୍ସ ଏବଂ 16GB RAM! ୯୯୯୯ ଟଙ୍କାରେ ଲଞ୍ଚ ହେଲା Infinix Hot 50 5G

କମ୍ ବଜେଟରେ 5G ସ୍ମାର୍ଟଫୋନ୍ ଖୋଜୁଥିବା ଗ୍ରାହକଙ୍କ ପାଇଁ ଇନଫିନିକ୍ସ ଏକ ନୂଆ ମୋବାଇଲ୍ ଫୋନ୍ ଲଞ୍ଚ କରିଛି । Infinix Hot 50 5G ନାମ ସହିତ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନର ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ବିଷୟରେ କହିବାକୁ ଗଲେ ଏହି ଫୋନରେ ଏକ ଇଣ୍ଟରାକ୍ଟିଭ୍ ଡାଇନାମିକ୍ ବାର୍ ଅଛି, ଏହା ସହିତ କମ୍ପାନୀ ଏହି ଫୋନରେ ଗ୍ରାହକଙ୍କ ପାଇଁ AI ଫିଚର୍ସ ମଧ୍ୟ ସାମିଲ କରିଛି । କମ୍ପାନୀ ଦାବି କରିଛି ଯେ Infinix Hot 50 5G ଫୋନ୍ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଲଞ୍ଚ ହୋଇଛି ।
ଏହି ଦାମ ଭିତରେ ସବୁଠାରୁ ପତଳା ସ୍ମାର୍ଟଫୋନ୍ ଯାହା ୭. ୮mm ସ୍ଲିମ୍ ଡିଜାଇନ୍ ସହିତ ଆସିଛି । USB ଟାଇପ୍-ସି ଚାର୍ଜିଂ ପୋର୍ଟ ସହିତ ଏହି ଫୋନରେ AI ଚାର୍ଜ ପ୍ରୋଟେକ୍ସନ ସପୋର୍ଟ ଦିଆଯାଇଛି । ଏହି ଫିଚର୍ ଫୋନର ଚାର୍ଜିଂ ପ୍ୟାଟର୍ନ ବୁଝିବା ଫୋନର ବ୍ୟାଟେରୀ ହେଲଥ୍ ମେଣ୍ଟେନ କରିବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହି ଫୋନର ଦାମ ଏବଂ ଫିଚର୍ସ ବିଷୟରେ ।
Infinix Hot 50 5G ଦାମ୍:
ଏହି ଇନଫିନିକ୍ସ ମୋବାଇଲ୍ ଫୋନର ଦୁଇଟି ଭରିଆଣ୍ଟ ଲଞ୍ଚ କରାଯାଇଛି । ୪GB / ୧୨୮GB ଭାରିଆଣ୍ଟର ମୂଲ୍ୟ ୯, ୯୯୯ ଟଙ୍କା ହୋଇଥିବାବେଳେ ୮GB / ୧୨୮GB ର ଟପ୍ ଭାରିଆଣ୍ଟର ମୂଲ୍ୟ ୧୦, ୯୯୯ ଟଙ୍କା ସ୍ଥିର କରାଯାଇଛି । ଉପଲବ୍ଧତା ବିଷୟରେ କହିବାକୁ ଗଲେ, ଏହି ଫୋନର ସେଲ୍ ଗତକାଲି ଠାରୁ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆରମ୍ଭ ହେବ ।
ଫୋନ୍ କିଣିବାବେଳେ, ଯଦି ଆପଣ ଆକ୍ସିସ୍ କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍-କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ତୁରନ୍ତ ୧୦୦୦ ଟଙ୍କା ଡିସକାଉଣ୍ଟ ମିଳିବ । ଆପଣ ଏହି ଫୋନକୁ ଭିବ୍ରାଣ୍ଟ ବ୍ଲୁ, ସ୍ଲିକ୍ ବ୍ଲାକ୍, ଡ୍ରିମି ପର୍ପଲ (ଭେଗାନ୍ ଲେଦର) ଏବଂ ସେଜ୍ ଗ୍ରୀନ୍ କଲରରେ କିଣିପାରିବେ ।
Infinix Hot 50 5G ଫିଚର୍ସ:
ଡିସପ୍ଲେ: ଏହି ବଜେଟ୍ ସ୍ମାର୍ଟଫୋନରେ ୧୨୦ Hz ରିଫ୍ରେସ ରେଟ ସପୋର୍ଟ ସହିତ ୬. ୭ ଇଞ୍ଚ HD ପ୍ଲସ୍ ରିଜୋଲ୍ୟୁସନ୍ ଡିସପ୍ଲେ ଅଛି ।
ପ୍ରୋସେସର୍: ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଫୋନରେ ମିଡିଆ ଟେକ୍ ଡାଇମେନ୍ସିଟି ୬୩୦୦ ପ୍ରୋସେସର୍ ବ୍ୟବହାର କରାଯାଇଛି ।
କ୍ୟାମେରା ସେଟଅପ୍: ଫୋନର ପଛ ଭାଗରେ ୪୮ ମେଗାପିକ୍ସେଲ Sony IMX582 ଡୁଆଲ୍ AI କ୍ୟାମେରା ସେଟଅପ୍ ପ୍ରଦାନ କରାଯାଇଛି । ଫୋନ ସମ୍ମୁଖରେ ଏକ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ଉପଲବ୍ଧ ହେବ ।
ବ୍ୟାଟେରୀ କ୍ଷମତା: ଫୋନକୁ ୫୦୦୦ mAh ର ଶକ୍ତିଶାଳୀ ବ୍ୟାଟେରୀ ଯୋଗାଇ ଦିଆଯାଇଛି ଯାହା ୧୮ ୱାଟ ଫାଷ୍ଟ ଚାର୍ଜକୁ ସପୋର୍ଟ କରେ ।
RAM ଏବଂ ଷ୍ଟୋରେଜ୍: ଯଦିଓ ଫୋନରେ ୮ GB RAM ଅଛି, ୮ GB ଭର୍ଚୁଆଲ୍ RAM ସାହାଯ୍ୟରେ RAM କୁ ୧୬ GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ଫୋନରେ ୧୨୮ ଜିବି ଷ୍ଟୋରେଜ୍ ଅଛି ଯାହା ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୧ ଟିବି ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ ।