AI ଛଡ଼ାଇ ନେଲା ପାଖାପାଖି ୪,୦୦୦ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମେ ମାସ ୨୦୨୩ ଅର୍ଥାତ ଗତ ମାସରେ ଟେକ ସେକ୍ଟର ମାନଙ୍କରେ AI ର ବ୍ୟବହାର ଦ୍ୱାରା ପାଖାପାଖି ୪,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଛି । ଅନ୍ୟ ଫିଲ୍ଡରେ କାର୍ଯ୍ୟ କରୁଥିବା ପାଖାପାଖି ୮୦ ହଜାର କର୍ମଚାରୀଙ୍କ ଚାକିରି ଯାଇଥିବା ଜଣାପଡ଼ିଛି । ଏହାର ପ୍ରମୁଖ କାରଣ ହେଉଛି ଚାଟଜିପିଟି ଏବଂ ବାର୍ଡ ଓ୍ଵିଙ୍ଗ ର ଲଞ୍ଚିଙ୍ଗ ।

(କେନ୍ୟୁଜ ବ୍ୟୁରୋ): ଗତ କିଛି ମାସ ଧରି ଟେକ୍‌ ଫିଲ୍ଡରେ ଚାକିରିରେ ପରିବର୍ତ୍ତନ ଦେଖାଯାଉଛି । ଏହାର ପ୍ରମୁଖ କାରଣ ହେଉଛି ଚାଟଜିପିଟି ଏବଂ ବାର୍ଡ ଓ୍ଵିଙ୍ଗ ର ଲଞ୍ଚିଙ୍ଗ । ପ୍ରତିଯୋଗିତା ରେ ପରିବର୍ତ୍ତନ ହେଉଛି । ଖବର ଅନୁସାରେ ନଭେମ୍ବର ୨୦୨୨ରେ ଚାଟଜିପିଟି ଲଞ୍ଚ ହେବା ପରେ ଗୁଗଲ ଏବଂ ମାଇକ୍ରୋସଫ୍ଟ ଫେବୃଆରୀରେ ନିଜର AI ଟୁଲ ବାର୍ଡ ଏବଂ ଓ୍ଵିଙ୍ଗ ବାହାର କରିଥିଲେ । ଏହି AI ଟୁଲ, ଟେକ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ରୁ ଅଧିକ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ଗତ ମେ ମାସ ୨୦୨୩ରେ ପାଖାପାଖି ୪, ୦୦୦ କର୍ମଚାରୀଙ୍କ ଚାକିରି ଯାଇଛି ।

ମେ ମାସ ୨୦୨୩ ଅର୍ଥାତ ଗତ ମାସରେ ଟେକ ସେକ୍ଟର ମାନଙ୍କରେ AI ର ବ୍ୟବହାର ଦ୍ୱାରା ପାଖାପାଖି ୪,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଛି । ଅନ୍ୟ ଫିଲ୍ଡରେ କାର୍ଯ୍ୟ କରୁଥିବା ପାଖାପାଖି ୮୦ ହଜାର କର୍ମଚାରୀଙ୍କ ଚାକିରି ଯାଇଥିବା ଜଣାପଡ଼ିଛି । ଯେଉଁ କାରଣରୁ ଅର୍ଥନେତିକ ବ୍ୟବସ୍ଥା, ମୂଲ୍ୟ କଟିବା, କମ୍ପାନୀ ପୁନଃନିର୍ମାଣ ଭଳି ଘଟଣା ଘଟିଥିଲା ।

ସୂଚନା ଅନୁସାରେ ଜାନୁଆରୀ ରୁ ମେ ୨୦୨୩ ମାସ ମଧ୍ୟରେ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୪ ଲକ୍ଷ ରେ ପହଞ୍ଚିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯୋଗୁଁ ଟେକ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ପ୍ରଥମ ଥର ପାଇଁ ଚାକିରି ହରାଇବାକୁ ପଡ଼ିଛି ।

ଫେବୃଆରୀରେ ଲୋକଙ୍କ ଚାକିରୀକୁ ନେଇ ଏକ ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଆମେରିକାର ଅନେକ କମ୍ପାନୀ ମଣିଷ ମାନଙ୍କ ପରିବର୍ତ୍ତେ ଚାଟଜିପିଟ ଦ୍ୱାରା କମ୍ପାନୀର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସର୍ଭେରେ ପାଖାପାଖି ୧୦୦୦ ବିଜେନେସ ଲିଡର୍ସ ଅଂଶଗ୍ରହଣ କରିଥିଲେ । ଏବଂ ଏହି ସର୍ଭେରେ ଅଂଶଗ୍ରହଣ କରିଥିବା କମ୍ପାନୀର ମୁଖ୍ୟ କହିଛନ୍ତି ଯେ, କମ୍ପାନୀରେ ଥିବା କର୍ମଚାରୀଙ୍କୁ ଚାଟଜିପିଟି ଏବଂ ଚାଟବୋଟ ଦ୍ୱାରା ପରିବର୍ତ୍ତନ କରାଯାଇଛି । କର୍ମଚାରୀଙ୍କ ଚାକିରି ଯିବା ଫଳରେ ସେମାନେ ଚିନ୍ତାରେ ଅଛନ୍ତି ।

Leave A Reply

Your email address will not be published.