ପ୍ରଥମେ କେଉଁ ସହରକୁ ମିଳିବ 5G ସର୍ଭିସ ଓ କ’ଣ ରହିବ 5G ପ୍ଲାନର ମୂଲ୍ୟ ଜାଣନ୍ତୁ

ଭାରତରେ ହାଇ ସ୍ପିଡ୍‌ ମୋବାଇଲ ଇଣ୍ଟରନେଟ୍‌ ୫-ଜି ସେବା ଆରମ୍ଭ ହୋଇସାରିଛି। ଏହି ସେବା ପ୍ରାୟ ଅନେକ ସହରରେ ଉପଲବ୍ଧ ହେବ। ଏମିତିକି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରରେ ଆରମ୍ଭ ହୋଇଯାଇଛିି 5G ସେବା। ଦେଶରେ ସର୍ବ ପ୍ରଥମେ Airtel, ୫-ଜି ସୋବାର ଶୁଭାରମ୍ଭ କରିଛି। ଭାରତୀ ଏୟାରଟେଲ ଗତ କାଲି ୧ ଅକ୍ଟୋବରରେ ଦେଶର ପ୍ରମୁଖ ୮ଟି ସହରରେ ଏହି ସେବାର ଶୁଭାରମ୍ଭ କରିଛି । ୨୦୨୪ ସୁଧା ସାରା ଦେଶରେ 5G ପହଞ୍ଚାଇବ ବୋଲି କମ୍ପାନି କହିଛି। ଆସନ୍ତୁ ଜାଣିବା ୫-ଜି କୁ ନେଇ ଏୟାରଟେଲ ର ପ୍ଲାନ କ’ଣ ଅଛି ଏବଂ ଏହାର ୫-ଜି ରିଚର୍ଜର ମୂଲ୍ୟ କେମିତି ରହିବ।

ପ୍ରମୁଖ ୮ ସହରରେ 5G ସେବା :
ଏୟାରଟେଲ ହେଉଛି ପ୍ରଥମ କମ୍ପାନି ଯିଏ ଭାରତରେ ପ୍ରଥମେ ୫-ଜି ସେବା ଆରମ୍ଭ କରିଛି । ୧ ଅକ୍ଟୋବରରେ ଦେଶର ପ୍ରମୁଖ ୮ଟି ସହରରେ ଆରମ୍ଭ ହେଇଛି ଏହି ସେବା। ଦିଲ୍ଲୀ, ମୁମ୍ବାଇ ,ଚେନ୍ନାଇ, ବାରାଣାସୀ, ବେଙ୍ଗାଲୁରୁ ହୈଦାରାବଦ, ଶିଲିଗୁଡ଼ି ଏବଂ କୋଲକାତା ମଧ୍ୟ ସାମିଲ ଅଛି। ଏହି ସହରରେ ନେଟଓ୍ଵର୍କ ବାଲାନ୍‌ସ ହେବା ସହିତ ଲୋକଙ୍କ ଫୋନ୍‌ରେ ୫-ଜି ର ସିଗନାଲ୍‌ ମଧ୍ୟ ଆସିଲାଣି। Airtel 5G ପ୍ଲାନ୍‌ ବିଷୟରେ କହିବାକୁ ଗଲେ ଏବେ ପର୍ଯ୍ୟନ୍ତ ୫-ଜି ପ୍ଲାନ୍‌ର ରିଚାର୍ଜ ପ୍ଲାନ୍‌କୁ ନେଇ କିଛି ସ୍ଥିର ହୋଇନଥିବା ବେଳେ,ଏହା ୪-ଜି ପରି ହେବ ନାହିଁ। ଏହା ୪-ଜି ଅପେକ୍ଷା ୧୫ ପ୍ରତିଶତ ଅଧିକା ହେଇପାରେ। ଏମିତିକି ଏହା ଖୁବ୍ ଭଲ ଭାବେ ଚାଲିବ।

Airtel 5G ରୋଲଆଉଟ ବିଷୟରେ କହିବାକୁ ଗଲେ ପ୍ରଥମ ପର୍ଯ୍ୟାୟରେ ଏୟାରଟେଲ ୫-ଜି ସେବା ଦେଶର ୮ଟି ବଡ଼ ବଡ଼ ସହରରେ ଆରମ୍ଭ କରାଯାଇଛି। ଭାରତୀ ଏୟାରଟେଲ କମ୍ପାନିର ଚେୟାରମ୍ୟାନ୍‌ ସୁନିଲ ମିତ୍ତଲ ଇଣ୍ଡିଆ ମୋବାଇଲ କଂଗ୍ରେସ, ୨୦୨୨ରେ ୫-ଜି ସେବାର ଲଞ୍ଚିଂ ସମୟରେ କହିଥିଲେ। ୨୦୨୩ ସୁଧା ଦେଶର ପାଖା ପାଖି ସବୁ ସହରରେ ପହଞ୍ଚି ଯିବ 5G ସେବା। ପୁଣି ମାର୍ଚ୍ଚ ମାସ ୨୦୨୪ ସୁଧା ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହୋଇଯାଇଥିବ।

ଏଠାରେ କହି ରଖୁଛୁ କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସ (IMC 2022) ର ୬ଷ୍ଠ ସଂସ୍କରଣରେ ୫-ଜି ସେବାର ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ବଡ଼ ସହରରେ ଅହମ୍ମଦାବାଦ,ବେଙ୍ଗ୍‌ଲୁରୁ,ଚଣ୍ଡିଗଡ଼,ଚେନ୍ନାଇ ,ଦିଲ୍ଲୀ,ଗାନ୍ଧୀ ନଗର ,ଗୁରୁଗ୍ରାମ, ହାଇଦ୍ରାବାଦ,ଜାମନଗର,କୋଲକାତା,ଲକ୍ଷ୍ନୌ,ମୁମ୍ବାଇ ଏବଂ ପୁନେରେ ୫-ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପରେ ଦେଶର ପ୍ରତ୍ୟେକ ସହର ଓ ଗ୍ରାମାଞ୍ଚଳ ଅଞ୍ଚଳରେ ଏହି ସେବା ଉପଲବ୍ଧ କରାଯିବ। IMC 2022 କାର୍ଯ୍ୟକ୍ରମ ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଏମ୍‌ସିର ଶୁଭାରମ୍ଭ ପ୍ରଥମ କରି ୨୦୧୭ ରେ ଆରମ୍ଭ ହୋଇଥିଲା। ପୂର୍ବ ଦୁଇ ବର୍ଷରେ IMC ବୈଠକ ଭର୍ଚୁଆଲ ମୋଡ଼ରେ ହେଉଥିଲା। ତେବେ 5G ଆସିବା ପରେ ପ୍ରାୟ ସବୁ କାମ ସହଜ ସୁବିଧା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.