Airtel ର ୯୦ ଦିନିଆ ପ୍ଲାନ ଦେଲା ରିଲାକ୍ସ, ଫ୍ରି କଲିଂ ସହିତ ମିଳିବ ଅନେକ ବେନିଫିଟ୍ସ

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ଡିମାଣ୍ଡ ବେସ୍ ଅଧିକ ରହିଛି । କଥାରେ ଅଛି ଯଦି ପାଖରେ ଗୋଟଏ ସ୍ମାର୍ଟଫୋନ୍ ନାହିଁ ତ କିଛି ବି ନାହିଁ । ପ୍ରକୃତରେ ସ୍ମାର୍ଟଫୋନକୁ ଚଲାଇବାର ମଜା କିଛି ଅଲଗା । ଏହା ସହ ମୋବାଇଲ ବିନା କିଛି ଘଣ୍ଟା ବିତାଇବା ଅସମ୍ଭବ । ଆଜିର ସମୟରେ ଅନେକ ଦୈନଦିନ କାର୍ଯ୍ୟ ବର୍ତ୍ତମାନ ମୋବାଇଲ ଉପରେ ନିର୍ଭରଶୀଳ ହୋଇଛି । ଏପରି ସ୍ଥିତିରେ ଏହାକୁ ରିଚାର୍ଜ ରଖିବା ନିହାତି ଆବଶ୍ୟକ । କିନ୍ତୁ ମହଙ୍ଗା ରିଚାର୍ଜ ପ୍ଲାନ୍ ୟୁଜର୍ସମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ Airtel ର ଏକ ଜବରଦସ୍ତ ପ୍ଲାନ୍ ବିଷୟରେ କହିବୁ ।

Airtel ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଏହାର ପ୍ରାୟ ୩୮ କୋଟି ୟୁଜର୍ସ ରହିଛନ୍ତି ଏବଂ ନିଜର ୟୁଜର୍ସମାନଙ୍କ ପାଇଁ ଅନେକ ପ୍ରକାରର ପ୍ଲାନ୍ ଉପଲବ୍ଧ କରୁଛି । କମ୍ପାନୀର ଉଭୟ ଶସ୍ତା ଏବଂ ମହଙ୍ଗା ପ୍ଲାନ୍ ଅଛି । ଗ୍ରାହକଙ୍କ ସୁବିଧା ପାଇଁ Airtel ନିଜର ରିଚାର୍ଜ ପୋର୍ଟଫୋଲିଓକୁ ବିଭିନ୍ନ କ୍ୟାଟେଗୋରୀରେ ଡିଭାଇଡ୍ କରିଛି । ଯସି ଆପଣ ଲମ୍ବା ଭ୍ୟାଲିଡିଟି ପରି ପ୍ଲାନ୍ ଖୋଜୁଛନ୍ତି, ତେବେ Airtel ମଧ୍ୟ ଏପରି ଅନେକ ପ୍ଲାନ୍ ଅଫର କରିଥାଏ । ତେବେ ଜାଣନ୍ତୁ Airtel ର ଜବରଦସ୍ତ ପ୍ଲାନ୍ ବିଷୟରେ ।

ଆପଣଙ୍କୁ କହିବୁ ଯେ Airtel ଲିଷ୍ଟରେ ଗ୍ରାହକଙ୍କ ପାଇଁ ୯୦ ଦିନର ଏକ ଦମଦାର୍ ରିଚାର୍ଜ ପ୍ଲାନ୍ ସାମିଲ ଅଛି । ଏହି ପ୍ଲାନର ପ୍ରାଇସ୍ ୯୨୯ ଟଙ୍କା ରହିଛି । ଯଦି ଆପଣ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ କିଣନ୍ତି ତେବେ ଆପଣ ୩ ମାସ ରିଚାର୍ଜ ପ୍ଲାନରୁ ମୁକ୍ତି ପାଇପାରିବେ । Airtel ନିଜର ଗ୍ରାହକଙ୍କଚ ଏହି ପ୍ଲାନରେ ୯୦ ଦିନ ପାଇଁ ସମସ୍ତ ନେଟୱାର୍କକୁ ଫ୍ରି କଲିଂ ଅଫର କରିଥାଏ ।

ଫ୍ରି ଅନଲିମିଟେଡ୍, ଫ୍ରି କଲିଂ ସହିତ ଏହି ପ୍ଲାନରେ ପ୍ରତ୍ୟେକ ଦିନ ୧୦୦ ଫ୍ରି SMS ମଧ୍ୟ ଅଫର କରାଯାଇଥାଏ । ଏହା ବ୍ୟତୀତ ଏହାର ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ମଧ୍ୟ ଏଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏହି ରିଚାର୍ଜ ପ୍ଲାନରେ ପୁରା ଭ୍ୟାଲିଡିଟି ପାଇଁ ମୋଟ୍ ୧୩୫ GB ଡାଟା ମିଳିଥାଏ । ଏହି ଉପାୟରେ ଆପଣ ପ୍ରତିଦିନ ୧.୫ GB ଡାଟା ବ୍ୟବହାର କରିପାରିବେ । ଏହା ବ୍ୟତୀତ ଏଥିରେ ଆପଣଙ୍କୁ Extreme Play ରେ free TV, shows, movies ଏବଂ live channels ଦେଖିବାକୁ ସୁଯୋଗ ମିଳିବ ।

You might also like