ଏୟାରଟେଲର ଦମଦାର ପ୍ଲାନ୍‌, ଫ୍ରିରେ ଦେଖିପାରିବେ ଭାରତ ଓ ପାକିସ୍ତାନର ଟି-20 ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -20 ଓ୍ଵାର୍ଲ୍ଡକପର ଏକ ବଡ଼ ମ୍ୟାଚ୍ ଖେଳାଯିବ। ଆପଣଙ୍କ ସ୍ମାର୍ଟ ଟିଭି, ମୋବାଇଲ୍, ଟ୍ୟାବଲେଟ୍ ଇତ୍ୟାଦିରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଆପଣ ଦେଖିପାରିବେ । ୟୁଜରମାନେ ସ୍ମାର୍ଟଫୋନରେ ଡିସନୀ + ହଟଷ୍ଟାର ଆପରେ ଏହି ମ୍ୟାଚ୍ ଦେଖିପାରିବେ । OTT ପ୍ଲାଟଫର୍ମର ମୋବାଇଲ୍ ସବସ୍କ୍ରିପସନ୍ ଅଫର ଦିଆଯାଇଛି, ଯାହାର ଆରମ୍ଭ ଦାମ୍‌ ସମଗ୍ର ବର୍ଷ ପାଇଁ ୪୯୯ ଟଙ୍କା । କିନ୍ତୁ ଟେଲିକମ୍ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ୍‌ ଦ୍ୱାରା ଆପଣ ମାଗଣାରେ ସବସ୍କ୍ରିପସନ୍‌ ପାଇପାରିବେ ।

ଏୟାରଟେଲ ନିକଟରେ ଏକ ନୂଆ ପ୍ଲାନ୍‌ ଆରମ୍ଭ କରିଛି, ଯାହା ୨୮ ଦିନର ଭ୍ୟାଲିଡିଟି ସହ ଆସୁଛି । ଏହି ପ୍ଲାନରେ ପ୍ରତିଦିନ ୩ GB ଡାଟା ଏବଂ ଅନଲିମିଟେଡ୍‌ ଭଏସ୍ କଲିଂର ସୁବିଧା ମିଳିବ । ଏହି ପ୍ଲାନର ଦାମ୍‌ ୪୯୯ ଟଙ୍କା ଏବଂ ଏହା ୨୦ ଟି OTT ଆପ ପାଇଁ ସବସ୍କ୍ରିପସନ୍ ସୁବିଧା ଦେବ, ଯେଉଁଥିରେ ଡିସନୀ + ହଟଷ୍ଟାର, ସୋନି ଲିଭ୍ ଇତ୍ୟାଦି ସାମିଲ ଅଛି ।

ଅନ୍ୟପଟେ ଏୟାରଟେଲର ୮୩୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ୮୪ ଦିନର ଭ୍ୟାଲିଡିଟି ଦିଆଯାଉଛି । ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ଏବଂ ଡିସନୀ + ହଟଷ୍ଟାରର ସବସ୍କ୍ରିପସନ୍‌ ମିଳିବ । ଏଥି ସହିତ ୩,୩୫୯ ଟଙ୍କା ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ ୨.୫ ଜିବି ଡାଟା ପାଇବେ । ଏହି ପ୍ଲାନର ଭ୍ୟାଲିଡିଟି ହେଉଛି ୩୬୫ ଦିନ । ଏହା ସହିତ ଡିସନୀ + ହଟଷ୍ଟାରର ବାର୍ଷିକ ସବସ୍କ୍ରିପସନ୍‌ ମିଳିବ ।

ଏହି ରିଚାର୍ଜ ପ୍ଲାନ ବ୍ୟତୀତ ଏୟାରଟେଲ ୪୯୯, ୫୯୯, ୯୯୯, ୧୧୯୯ ଏବଂ ୧୪୯୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ୧ ବର୍ଷର ଡିସନୀ + ହଟଷ୍ଟାର ସବସ୍କ୍ରିପସନ୍‌ ମଧ୍ୟ ଦେଉଛି । ଆହୁରି ମଧ୍ୟ ୨୦ଟି OTT ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ମିଳିବ । ୪୯୯ ଟଙ୍କା ଏବଂ ୫୯୯ ଟଙ୍କା ପ୍ଲାନରେ ୭୫ ଜିବି ଡାଟା ମିଳିବ । ୯୯୯,୧୧୯୯, ଏବଂ ୧୪୯୯ ଟଙ୍କା ପ୍ଲାନରେ ୧୦୦ GB, ୧୫୦ GB ଏବଂ ୨୦୦ GB ଡାଟା ୟୁଜରଙ୍କୁ ଦିଆଯାଉଛି ।

ସୂଚନା ଥାଉ କି ଏୟାରଟେଲ ଏହାର ରିଚାର୍ଜ ପ୍ଲାନ ସହିତ ମାଗଣା ଡିସନୀ + ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ ଦେଉଛି , ଯାହାର ଅର୍ଥ ହେଉଛି ୟୁଜରମାନେ କେବଳ ମୋବାଇଲ୍ ଡିଭାଇସ ଦ୍ୱାରା ଆପରେ ଆକ୍ସେସ୍‌ କରିପାରିବେ ।

You might also like