ଏୟାରଟେଲ୍ ଲଞ୍ଚ୍ କଲା ସବୁଠୁ ଶସ୍ତା ପ୍ଲାନ୍, ଏବେ ମାତ୍ର ୫ ଟଙ୍କାରେ ଉଠାଇପାରିବେ ୧ ଜିବି ଡାଟାର ଫାଇଦା

ଟେଲିକମ୍ କମ୍ପାନୀ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ସବୁ କମ୍ପାନୀ ଚାହୁଁଛନ୍ତି ଗ୍ରାହକ ତାଙ୍କ ପାଖରେ ରୁହନ୍ତୁ ଓ ତାଙ୍କ ନେଟ୍ ଓ୍ଵାର୍କ ବ୍ୟବହାର କରନ୍ତୁ। ଏଣୁ ଗ୍ରାହକଙ୍କ ମନକୁ ପାଇଲା ଭଳି ତଥା ପକେଟ୍କୁ ସୁହାଇଲା ଭଳି ଅଫରମାନ ଆଣୁଛନ୍ତି। ଏହି ଧାରାରେ ଗତ କିଛି ଦିନ ହେବ ସବୁଠୁ ଆଗୁଆ ରହିଥିଲା ଜିଓ। ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଲୋଭାଇଲା ଭଳି ବିଭିନ୍ନ ଶସ୍ତା ପ୍ୟାକ୍ ଲଞ୍ଚ୍ କରୁଥିଲା। ଫଳରେ ଅଧିକାଂଶ ଲୋକ ଜିଓ ନେଟ୍ ଓ୍ଵାର୍କ ବ୍ୟବହାର କରୁଥିଲେ। ତେବେ ବର୍ତ୍ତମାନ ଜିଓକୁ କଡ଼ା ଟକ୍କର ଦେବାକୁ ମାର୍କେଟ୍କୁ ଓହ୍ଲାଇଛି ଏୟାରଟେଲ୍। ଜିଓକୁ ଚ୍ୟାଲେଞ୍ଜ କରି ଏୟାରଟେଲ ଏବେ ଗ୍ରାହକଙ୍କ ପାଇଁ ଅନେକ ଗୁଡ଼ିଏ ମନଲୋଭା ଅଫର ନେଇ ଆସିଛି।
ପୋଷ୍ଟ ପେଡ୍ ୟୁଜର୍ସଙ୍କ ପାଇଁ ଡାଟା ବୁଷ୍ଟର ଅଫର ଭାବେ ଏୟାରଟେଲ ଏବେ ଲଞ୍ଚ୍ କରିଛି ୫ ଟଙ୍କିଆ ପ୍ୟାକ୍। ମାତ୍ର ୫ ଟଙ୍କା ଖର୍ଚ୍ଚ କରି ଏୟାରଟେଲ ଗ୍ରାହକ ଏବେ ୧ ଜିବି ଇଣ୍ଟରନେଟ୍ର ଲାଭ ଉଠାଇପାରିବେ। ତେବେ ପ୍ରକୃତରେ ଏହି ପ୍ୟାକ୍ର ଦାମ୍ ୪୦୦ ଟଙ୍କା ଓ ଏଥିରେ ୯୦ ଜିବି ଡାଟା ମିଳୁଛି। ଅର୍ଥାତ୍, ଆପଣ କେବଳ ୫.୫୫ ଟଙ୍କା ଖର୍ଚ୍ଚ କରି ୧ ଜିବି ଡାଟା ପାଇପାରିବେ। ଏହାର ଅର୍ଥ ଏହି ପ୍ୟାକ୍ କମ୍ ଦାମ୍ରେ ଅଧିକ ଡାଟା ଦେଉଥିବା ଏକ ଶସ୍ତା ପ୍ଲାନ୍।
ଏୟାରଟେଲ୍ର ୫୦ଜିବି ଡାଟାଯୁକ୍ତ ପ୍ଲାନ୍:
ଏୟାରଟେଲ ଏବେ ଆଉ ଏକ ବୁଷ୍ଟର ପ୍ଲାନ୍ ମଧ୍ୟ ଗ୍ରାହକଙ୍କୁ ଦେଉଛି। ଏହାର ଦାମ୍ ୩୦୦ ଟଙ୍କା ରହିଛି। ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ମୋଟ୍ ୫୦ ଜିବି ହାଇ ସ୍ପିଡ୍ ଡାଟା ମିଳୁଛି। ଅର୍ଥାତ୍, ଆପଣ କେବଳ ୬ ଟଙ୍କା ଖର୍ଚ୍ଚ କରି ୧ ଜିବି ଡାଟାର ଲାଭ ଉଠାଇପାରିବେ।
ଏୟାରଟେଲ୍ର ସବୁଠୁ ଶସ୍ତା ଡାଟା ବୁଷ୍ଟର ପ୍ଲାନ୍:
ଏୟାରଟେଲ୍ର ସବୁଠୁ ଶସ୍ତା ଡାଟା ବୁଷ୍ଟର ପ୍ଲାନ୍ର ଦାମ୍ ୧୦୦ ଟଙ୍କା। ଆପଣ ୧୦୦ ଟଙ୍କାରେ ୧୫ ଜିବି ଇଣ୍ଟରନେଟ୍ ଡାଟାର ଲାଭ ଉଠାଇପାରେ। ଏହି ପ୍ଲାନ୍ରେ ଆପଣ ୬.୬୬ ଟଙ୍କା ଖର୍ଚ୍ଚ କରି ୧ ଜିବି ଡାଟା ପାଇପାରିବେ।