Airtel ର ସବୁଠୁ ଶସ୍ତା ପ୍ଲାନ୍, ମିଳିବ ଅନେକ ଫାଇଦା
Airtel ୟୁଜର୍ସଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର । ଏକ ବର୍ଷ ପାଇଁ ଆକ୍ଟିଭ୍ ରହିବ ସିମ୍ କାର୍ଡ । ବର୍ତ୍ତମାନ ୟୁଜର୍ସଙ୍କ ଟେନସନ୍ ଦୂର ହେବ । ୟୁଜର୍ସଙ୍କୁ ମିଳିବ ଦମଦାର୍ ଅଫର ସହିତ ଅନେକ ପ୍ରିପେଡ୍ ପ୍ଲାନ୍ । ତେବେ ଆସନ୍ତୁ ଜାଣିବା ଏକ ବର୍ଷର ପ୍ଲାନ ବିଷୟରେ ।
ଯଦି ଆପଣ ଜଣେ Airtel ୟୁଜର୍ସ ହୋଇଥାନ୍ତି ଏବଂ କମ୍ ପ୍ରାଇସରେ ଆପଣଙ୍କର ସିମ୍ କାର୍ଡକୁ ଆକ୍ଟିଭ୍ ରଖିବାକୁ ଚାହୁଁଛନ୍ତି ତେବେ କମ୍ପାନୀର ପୋର୍ଟଫୋଲିଓରେ ଏକ ଖାସ୍ ପ୍ଲାନ୍ ରହିଛି ।
Airtel ଚଳିତ ବର୍ଷ ଜୁଲାଇରେ ନିଜର ପ୍ଲାନ୍ ବଢ଼ାଇଛି । ସେବେଠାରୁ ୟୁଜର୍ସମାନଙ୍କର ଖର୍ଚ୍ଚ ବେସ୍ ବଢ଼ିଚାଲିଛି । କମ୍ପାନୀ ଏପରି କିଛି ପ୍ଲାନ୍ ପ୍ରଦାନ କରୁଛି, ଯେଉଁଥିରେ ଆପଣଙ୍କୁ କମ୍ ପ୍ରାଇସରେ ଅଧିକ ଭ୍ୟାଲିଡିଟି ପାଇପାରିବେ । ଆସନ୍ତୁ ଜାଣିବା ଏହି ପ୍ଲାନର ପ୍ରାଇସ୍ ବିଷୟରେ ।
ଏହି ପ୍ଲାନ୍ ୧୯୯୯ ଟଙ୍କା ରହିଛି । ଏଥିରେ ଆପଣଙ୍କୁ ଗୋଟିଏ ବର୍ଷ ଅର୍ଥାତ୍ ୩୬୫ ଦିନର ଭ୍ୟାଲିଡିଟି ମିଳିବ । ଏଥିରେ ଆପଣ ଡାଟା, କଲିଂ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ । ଏହି ଲୋକମାନଙ୍କ ପାଇଁ ଭଲ ଅପ୍ସନ ହେବ ଯେଉଁମାନେ କେବଳ କଲ ଉପରେ ଫୋକସ୍ କରନ୍ତି । ଏଥିରେ ଆପଣଙ୍କୁ ନାମମାତ୍ର ଡାଟା ମିଳିବ ।
Airtel ର ୧୯୯୯ ଟଙ୍କା ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ୍ ଭଏସ୍ କଲିଂ, ୨୪GB ଡାଟା ଏବଂ ଦୈନିକ ୧୦୦ ଫ୍ରି SMS ର ଲାଭ ପାଇବେ । ଆଡିସ୍ନାଲ୍ ଫାଇଦା ବିଷୟରେ କହିବାକୁ ଗଲେ ଏଥିରେ ସ୍ପାମ୍ ପ୍ରୋଟେକ୍ସନ ମିଳିଥାଏ । ଏହା ବ୍ୟତୀତ Airtel Xstream ଆପର ଆକ୍ସେସ୍ ମିଳିବ ।
ଏହି ରିଚାର୍ଜ ପ୍ଲାନ୍ ସହିତ ଆପଣ Airtel Xstream ର ପ୍ରିମିୟମ ଆକ୍ସେସ୍ ପାଇବେ ନାହିଁ । ଆପଣଙ୍କୁ ଏହି ପ୍ଲାଟଫର୍ମରେ ସମସ୍ତ ଫ୍ରି କଣ୍ଟେଣ୍ଟ ମିଳିବ । ଏହା ବ୍ୟତୀତ ଆପଣ Apollo 24|7 Circle ର ତିନିମାସ ସବସ୍କ୍ରିପସନ୍ ପାଇବେ, Wynk Music ଉପରେ ଫ୍ରି hello tune ମଧ୍ୟ ମିଳିବ ।