Airtel ର ୭୭ ଦିନର ଶସ୍ତା ରିଚାର୍ଜ ପ୍ଲାନ୍, ୫୦୦ ଟଙ୍କାରୁ କମ୍ ରହିଛି ଏହାର ପ୍ରାଇସ୍

Reliance Jio ପରେ Airtel ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtel ର ବର୍ତ୍ତମାନ ପ୍ରାୟ ୩୮ କୋଟି ୟୁଜର୍ସ ଅଛନ୍ତି । କମ୍ପାନୀ ନିଜ ୟୁଜର୍ସଙ୍କ ବେନିଫିଟ୍ସ ପାଇଁ ବିଭିନ୍ନ ପ୍ରକାରର ପ୍ଲାନ୍ ପ୍ରଦାନ କରେ । କମ୍ପାନୀ ତାର ୟୁଜର୍ସମାନଙ୍କୁ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ୍ ପ୍ରଦାନ କରିଥାଏ । ହେଲେ ବର୍ତ୍ତମାନ ଆଜି ଆମେ ଆପଣଙ୍କୁ Airtel ର ଏପରି ଏକ ରିଚାର୍ଜ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହା ୭୭ ଦିନର ଲଙ୍ଗ ଭ୍ୟାଲିଡିଟି ମିଳିଥାଏ ।

Airtel ଜୁଲାଇ ୨୦୨୪ ରେ ନିଜର ରିଚାର୍ଜ ପ୍ଲାନକୁ ବଢ଼ାଇଥିଲା । ରିଚାର୍ଜ ମହଙ୍ଗା ହେବା ପରଠାରୁ ଗ୍ରାହକମାନଙ୍କ ମଧ୍ୟରେ ଲଙ୍ଗ ଭ୍ୟାଲିଡିଟି ପ୍ଲାନର ଡିମାଣ୍ଡ ଦ୍ରୁତ ଗତିରେ ବଢ଼ି ଚାଲିଲା । ୟୁଜର୍ସଙ୍କ ବେନିଫିଟ୍ ପାଇଁ କମ୍ପାନୀ ଏବେ ଏହାର ପୋର୍ଟଫୋଲିଓରେ ଏପରି ଅନେକ ପ୍ଲାନ୍ ଆଡ୍ କରିଛି ଯେଉଁଥିରେ ୟୁଜର୍ସମାନଙ୍କୁ ୨୮ ଦିନରୁ ଅଧିକ ଭ୍ୟାଲିଡିଟି ପ୍ରଦାନ କରାଯାଉଛି । ବର୍ତ୍ତମାନ ଆପଣ ୫୦୦ ଟଙ୍କାରୁ କମ୍ ମୂଲ୍ୟରେ ୨ ମାସରୁ ଅଧିକ ସମୟ ପାଇଁ ରିଚାର୍ଜର ଟେନସନରୁ ମୁକ୍ତି ହୋଇପାରିବେ ।

ଆପଣଙ୍କୁ କହିବୁ ଯେ Airtel ନିଜର କୋଟି କୋଟି ୟୁଜର୍ସଙ୍କ ପାଇଁ ୪୮୯ ଟଙ୍କାର ଏକ ପ୍ଲାନ୍ ଆଣିଛି । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ କମ୍ପାନୀ ଗ୍ରାହକମାନଙ୍କୁ ୭୭ ଦିନର ଲଙ୍ଗ ଭ୍ୟାଲିଡିଟି ପ୍ରଦାନ କରୁଛି । ଏହି ପ୍ଲାନ୍ ମଧ୍ୟରେ ଆପଣ ୭୭ ଦିନ ପାଇଁ ସମସ୍ତ ଲୋକାଲ ଏବଂ STD ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂ କରିପାରିବେ । Airtel ର ଏହି ପ୍ଲାନରେ ଗ୍ରାହକଙ୍କୁ ୭୭ ଦିନ ପାଇଁ ଏହି ପ୍ଲାନରେ ୬୦୦ ଫ୍ରି SMS ମଧ୍ୟ ଦେଇଥାଏ ।

ଯଦି ଆପଣ ଅଧିକ ଡାଟା ବ୍ୟବହାର କରିବା ପାଇଁ ଚାହାଁନ୍ତି ତେବେ ଏହି ପ୍ଲାନ୍ ଆପଣଙ୍କୁ ନିରାଶ କରିବ । ଏଥିରେ କମ୍ପାନୀ ୟୁଜର୍ସମାନଙ୍କୁ ୬ GB ଡାଟା ଅଫର କରୁଛି । ଏଥି ସହିତ ଏହି ପ୍ଲାନ୍ ସେହି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହେବ ଯେଉଁମାନଙ୍କୁ କେବଳ କଲ୍ କରିବାର ଆବଶ୍ୟକତା ରହିଛି । ହେଲେ ଯଦି ଆପଣଙ୍କୁ ଡାଟା ଆବଶ୍ୟକ, ତେବେ ଆପଣ ଏକ ଅଲଗା ଡାଟା ଭାଉଚର ସହିତ ପ୍ଲାନକୁ ରିଚାର୍ଜ କରିପାରିବେ ।