ଏୟାରଟେଲ ଆଣିଲା ଦମଦାର୍ ପ୍ଲାନ୍, ମାତ୍ର ୫ ଟଙ୍କାରେ ମିଳୁଛି ୧ ଜିବି ଡାଟା ଓ ଅନଲିମିଟେଡ୍ କଲିଂ

କରୋନା ଭାଇରସ ଏବଂ ଲକଡାଉନ୍ ମଧ୍ୟରେ ଲୋକମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିଛନ୍ତି । ୱର୍କ ଫ୍ରମ୍ ହୋମ୍ ଯୋଗୁଁ ଇଣ୍ଟରନେଟର ଅଧିକ ବ୍ୟବହୃତ ହୋଇଛି । ଏହାକୁ ନଜରରେ ରଖି ଟେଲିକମ୍ କମ୍ପାନୀମାନେ ନିଜ ବିଜନେସ୍ ବଢାଇବା ପାଇଁ ଲାଗିପଡିଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ଉପରେ ଅଫର ଦେଉଛନ୍ତି । ଏବେ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏମିତି ଏକ ନୂଆ ପ୍ଲାନ୍ ଆଣିଛି । ଏଥିରେ ୟୁଜର୍ସ କେବଳ ୫ ଟଙ୍କାରେ ୧ ଜିବି ଡାଟା ପାଇପାରିବେ ।

ଏୟାରଟେଲ୍ କମ୍ପାନୀର ଏହି ନୂଆ ପ୍ଲାନର ଦାମ୍ ୪୪୮ ଟଙ୍କା । ୨୮ ଦିନର ବୈଧତା ବିଶିଷ୍ଟ ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି । ଏହି ପ୍ରକାର ୨୮ ଦିନରେ ଆପଣ ସମୁଦାୟ ୮୪ ଜିବି ଡାଟାର ଲାଭ ଉଠାଇପାରିବେ । ଏହି ହିସାବରେ ଆପଣଙ୍କୁ ପ୍ରାୟ ୫ ଟଙ୍କାରେ ୧ ଜିବି ଡାଟା ପ୍ରତିଦିନ ମିଳୁଛି । କମ୍ପାନୀ ଏହି ପ୍ଲାନରେ ନିଜ ୟୁଜର୍ସଙ୍କୁ ଡେଲି ୧୦୦ ଫ୍ରି ଏସଏମଏସ୍ ଏବଂ ଅନଲିମିଟେଡ୍ କଲିଂର ସୁବିଧା ଦେଉଛି । ଗ୍ରାହକ ଏହାର ଲାଭ ଉଠାଇ ସାରା ଦେଶରେ କୌଣସି ବି ନେଟୱର୍କରେ କଲ୍ କରିପାରିବେ ।

ଖାସ୍ କଥା ହେଉଛି କମ୍ପାନୀ ତରଫରୁ ଏହି ପ୍ଲାନରେ ବର୍ଷେ ପାଇଁ disney+ hotstarର ଫ୍ରି ସବସ୍କ୍ରିପ୍ସନ ଦିଆଯାଉଛି । ଏହାକୁ ଅଲଗା କିଣିବା ପାଇଁ ୩୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏକାଠି ଏତେ ବେନିଫିଟ୍ସ ମିଳିବା ଫଳରେ ଏହି ପ୍ଲାନର ଡାଟା କଷ୍ଟ୍ କମ୍ ହୋଇଯାଏ ଏବଂ ଆପଣ ପ୍ରାୟ ୫ ଟଙ୍କାରେ ପ୍ରତିଦିନ ୧ ଜିବି ଡାଟା ହାସଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.