Airtel ଏବଂ Amazon ମିଶି ଏକ ଶସ୍ତା ପ୍ଲାନ ଲଞ୍ଚ କରିଛନ୍ତି । ସେଟ୍ ଅପ୍ସ ବକ୍ସ କରିଥିବା ଡିଜିଟାଲ ଟିଭି ୟୁଜର୍ସମାନେ ଏଥିରୁ ଏକ ବଡ ଲାଭ ପାଇବାକୁ ଯାଉଛନ୍ତି । ଏହି ପ୍ଲାନରେ ୟୁଜର୍ସମାନେ ୩୫୦ ଲାଇଭ ଟିଭି ଚ୍ୟାନେଲ ପାଇବା ସହିତ ଆମାଜନ ପ୍ରାଇମ୍ ଭିଡିଓକୁ ଫ୍ରି ସବସ୍କ୍ରିପସନ୍ ମଧ୍ୟ ପାଇବେ । ୟୁଜର୍ସମାନେ ସେମାନଙ୍କର ପ୍ରିୟ ୱେବ ସିରିଜ୍ ଏବଂ ପ୍ରାଇମ୍ ଭିଡିଓରେ ମୁଭି ଦେଖିପାରିବେ । ଏହା ବ୍ୟତୀତ ୟୁଜର୍ସମାନେ ଆମାଜନ ପ୍ରାଇମରେ ଥିବା ଅନ୍ୟାନ୍ୟ ବେନିଫିଟ୍ସଗୁଡିକର ଲାଭ ମଧ୍ୟ ପାଇବେ । ଯେପରି ଫ୍ରି ଓ୍ୱାନଡେ ଡେଲିଭରି ଏବଂ ସେଲର ଆର୍ଲି ଆକ୍ସେସ, ଆମାଜନ ମ୍ୟୁଜିକ୍ ଇତ୍ୟାଦି ।
Airtel Digital TV ଏବଂ Amazon ର ଏହି ପ୍ଲାନ୍ ‘ଅଲ୍ଟିମେଟ ଏଣ୍ଡ ଆମାଜନ ପ୍ରାଇମ ଲାଇଟ ’ ନାମରେ ଆସିଛି । ଏଥିରେ ୟୁଜର୍ସମାନଙ୍କୁ HD ଏବଂ SD ଲାଇଭ ଟିଭି ଚ୍ୟାନେଲର ସବସ୍କ୍ରିପସନ ଅଫର ଦିଆଯିବ । ୟୁଜର୍ସମାନେ ନିଜ ପସନ୍ଦ ଅନୁଯାୟୀ ମନ୍ଥଲି କିମ୍ବା ହାପ ୟିରଲି ସବସ୍କ୍ରିପସନକୁ ବାଛି ପାରିବେ ।
୩୦ ଦିନିଆ ପ୍ଲାନରେ ୟୁଜର୍ସମାନେ ୩୦ ଦିନ ଅର୍ଥାତ ଗୋଟିଏ ମାସ ପାଇଁ ହିନ୍ଦୀ ଅଲଟିମେଟ୍ ଏବଂ ଆମାଜନ ପ୍ରାଇମ୍ ଭିଡିଓର ସବସ୍କ୍ରିପସନ୍ ପାଇବେ । ଏହା ବ୍ୟତୀତ କମ୍ପାନୀ ଏଥିରେ ୧୮୦ ଦିନ ଅର୍ଥାତ ୬ ମାସର ଏକ ପ୍ଲାନ ମଧ୍ୟ ଲଞ୍ଚ କରିଛି ଯେଉଁଥିରେ ୧୮୦ ଦିନ ପାଇଁ ହିନ୍ଦୀ ଅଲ୍ଟିମେଟ୍ ଚ୍ୟାନେଲ୍ ପ୍ୟାକ୍ ଏବଂ ଆମାଜନ ପ୍ରାଇମ୍ ଭିଡିଓ ମିଳିବ । ଏହି ପ୍ଲାନର ପ୍ରାଇସ୍ ୨,୨୮୮ ଟଙ୍କା ଅଛି ।
୩୫୦ ଲାଇଭ୍ ଟିଭି ଚ୍ୟାନେଲ୍ :
ଏହି ପ୍ଳାନର ଡିଟେଲ୍ସ Airtel Thanks ଆପ୍ ମାଧ୍ୟମରେ ଉପଲବ୍ଧ ହେବ । ଆପଣ ହିନ୍ଦୀ ଅଲ୍ଟିମେଟ ପ୍ୟାକ୍ ରେ ଥିବା ସମସ୍ତ ୩୫୦ HD ଏବଂ SD ଚ୍ୟାନେଲର ଫ୍ରି ଆକ୍ସେସ ମିଳିବ । ଏଥିରେ ୟୁଜର୍ସଙ୍କୁ ଏଣ୍ଟଟେରମେଣ୍ଟ, ନ୍ୟୁଜ୍, ମ୍ୟୁଜିକ୍, ସ୍ପୋଟ୍ସ, ମୁଭି ଇତ୍ୟାଦିର ଫ୍ୟାସିଲିଟି ମିଳିବ । ଏହି ପ୍ଲାନକୁ ଆକ୍ସେସ କରିବା ପାଇଁ ୟୁଜର୍ସଙ୍କ ପାଖରେ ଲାଟେଷ୍ଟ Airtel Xstream Box ରହିବା ଦରକାର । ଯାହା ମାଧ୍ୟମରେ ୟୁଜର୍ସମାନେ ଲାଇଭ ଟିଭି ଚ୍ୟାନେଲ ସହିତ OTT ମଧ୍ୟ ପାଇପାରିବେ ।
ଏହି ପ୍ଲାନର ଖାସ୍ ବିଷୟ ହେଉଛି ଆପଣ ଡିଜିଟାଲ ଟିଭି ସହିତ ମୋବାଇଲରେ ମଧ୍ୟ Amazon Prime Video ର ବ୍ୟବହାର କରିପାରିବେ । କମ୍ପାନୀ ଏଥିରେ ଦୁଇଟି ଡିଭାଇସ୍ ପାଇଁ ଆମାଜନ ପ୍ରାଇମକୁ ଆକ୍ସେସ ଅଫର କରିଥାଏ । Airtel Digital ଟିଭିର ଏହି ପ୍ଲାନ Tata Play ଏବଂ Dish TV ପାଇଁ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବ । ଏହା ସହିତ OTT କୁ ଯିବା ପାଇଁ ଚାହୁଁଥିବା ୟୁଜର୍ସମାନଙ୍କୁୁ ଡିଜିଟାଲ ଟିଭି ସହିତ ଯୋଡି ହୋଇ ରହିବା ପାଇଁ ବାଧ୍ୟ କରିବ ।