Airtel କୋଟି କୋଟି ଗ୍ରାହକଙ୍କୁ ଦେଇଛି ବଡ଼ ଝଟକା, ଲିଷ୍ଟରୁ ହଟାଇ ଦେଇଛି ଏହି ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ୍

Airtel ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtel ପାଖରେ ପ୍ରାୟ ୩୮ କୋଟି ଗ୍ରାହକ ଅଛନ୍ତି । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉପଯୋଗୀ ଖବର ରହିଛି । ନିକଟରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟେଲିକମ୍ କମ୍ପାନୀଗୁଡିକୁ ଭଏସ ଓନଲି ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏଭଳି ସ୍ଥିତିରେ Airtel ୟୁଜର୍ସମାନେ ଶସ୍ତା ଭଏସ୍ ଓନଲି ପ୍ଲାନ ଲଞ୍ଚ କରିବାକୁ କମ୍ପାନୀକୁ ଅପେକ୍ଷା କରିଥିଲେ, କିନ୍ତୁ ବତ୍ତର୍ମାନ କମ୍ପାନୀ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି । Airtel ନିଜର ପୋଟଫୋଲିଓରୁ ଦୁଇଟି ଶସ୍ତା ପ୍ଲାନ୍ ହଟାଇ ଦେଇଛି ।
ଯଦି ଆପଣ ଜାଣିନାହିଁନ୍ତି , ତେବେ ଆପଣଙ୍କୁ କହିବୁ ଯେ ଭଏସ୍ ଓନଲି ପ୍ଲାନ୍ ହେଉଛି ଏପରି ରିଚାର୍ଜ ପ୍ଲାନ୍ ଯେଉଁଥିରେ ଡାଟା ପ୍ରଦାନ କରାଯାଏ ନାହିଁ । ବର୍ତ୍ତମାନ Airtel ସମେତ ପ୍ରାୟ ସମସ୍ତ କମ୍ପାନୀ ସେମାନଙ୍କ ଭଏସ୍ କଲିଂ ପ୍ଲାନ୍ ସହିତ ଡାଟା ପ୍ରଦାନ କରୁଛନ୍ତି ଏବଂ ଏଥିପାଇଁ ଚାର୍ଜ ମଧ୍ୟ ନିଆଯାଉଛି । ଏପରି ସ୍ଥିତିରେ ଯଦି କାହାର ଡାଟା ଆବଶ୍ୟକତା ନାହିଁ, ତେବେ ସେହି ୟୁଜର୍ସଙ୍କୁ ମଧ୍ୟ ଏକ ଡାଟା ପ୍ଳାନ୍ ନେବାକୁ ପଡିବ । ଏହି ସମସ୍ୟାର ସମାଧାନ ପାଇଁ TRAI ଏପରି ଶସ୍ତା ପ୍ଲାନ୍ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଥିରେ ଗ୍ରାହକମାନେ କେବଳ ଭଏସ୍ କଲିଂ ସୁବିଧା ପାଇପାରିବେ ।
ଗତକାଲି ଅର୍ଥାତ୍ ବୁଧବାର, Airtel ର ଲିଷ୍ଟରେ ଏପରି ଦୁଇଟି ପ୍ଲାନ୍ ଦେଖିବାକୁ ମିଳିଥିଲା ଯେଉଁଥିରେ କେବଳ ଭଏସ୍ କଲିଂ ଦିଆଯାଇଥିଲା । ଏହା ପରେ କମ୍ପାନୀ ସ୍ପଷ୍ଟ କରିଛି ଯେ ସେମାନେ କେବଳ ଭଏସ୍ ଓନଲି ପ୍ଳାନ୍ ପ୍ରସ୍ତୁତ କରିନାହାଁନ୍ତି । ୱେବସାଇଟରେ ଟେକ୍ନୋଲୋଜି ତ୍ରୁଟି ହେତୁ ରିଚାର୍ଜ ପ୍ଲାନରୁ ଟାଡା ଅଫର ହଟାଗଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ଅଫରଡେବଲ୍ ପ୍ଲାନଗୁଡିକ ଅନେକ ମାସ ଧରି କମ୍ପାନୀ ଲିଷ୍ଟରେ ରହିଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ସେମାନଙ୍କୁ ଲିଷ୍ଟରୁ ହଟାଇ ଦେଇଛି ।
Airtel ର ୫୦୯ ପ୍ଲାନ୍ :
Airtel ର ପୋର୍ଟୋଫୋଲିଓରୁ ୫୦୯ ଟଙ୍କାର ରିଚାର୍ଜ ପ୍ଲାନ୍ ହଟାଇ ଦିଆଯାଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ଭ୍ୟାଲିଡିଟି ମିଳୁଥିଲା । ପ୍ଲାନରେ ୟୁଜର୍ସଙ୍କୁ ୮୪ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ ଫ୍ରି କଲିଂ ଅଫର କରାଯାଉଥିଲା । ଏହା ସହିତ ଏଥିରେ ଗ୍ରାହକଙ୍କୁ ସମସ୍ତ ନେଟୱୋର୍କ ପାଇଁ ୯୦୦ ଫ୍ରି SMS ମଧ୍ୟ ଦିଆଯାଇଥିଲା । Airtel ଏହି ପ୍ଲାନରେ ଗ୍ରାହକଙ୍କୁ ୬ GB ଡାଟା ମଧ୍ୟ ଅଫର କରିଛି ।
Airtel ର ୧୯୯୯ ଟଙ୍କାର ପ୍ଲାନ୍ :
Airtel ନିଜର ଲିଷ୍ଟରେ ୧୯୯୯ ଟଙ୍କାର ଶସ୍ତା ରିଚାର୍ଜ ପ୍ଲାନ୍ ମଧ୍ୟ ହଟାଇଦେଇଛି । ଏହି ରିଚାର୍ଜ ପ୍ଲାନ୍ ଗ୍ରାହକଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଅଫର କରାଯାଉଥିଲା । ଏହି ପ୍ଲାନରେ ମଧ୍ୟ ଗ୍ରାହକଙ୍କୁ ୩୬୫ ଦିନ ପାଇଁ ସମସ୍ତ ନେଟୱେର୍କରେ ଅନଲିମିଡେଟ୍ ଫ୍ରି କଲିଂ ଦିଆଯାଇଥିଲା । ୟୁଜର୍ସଙ୍କୁ ସମସ୍ତ ସକର୍ଲ ପାଇଁ ପ୍ଲାନରେ ମୋଟ୍ ୩୬୦୦ ଫ୍ରି SMS ମଧ୍ୟ ମଳୁଥିଲା । ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏହି ପ୍ଲାନ୍ ଗ୍ରାହକଙ୍କୁ ୨୪GB ଡାଟା ଅଫର କରିଥିଲା । ଯଦି ଆପଣ ଏହି ପ୍ଲାନ ନେବାକୁ ଯାଉଛନ୍ତି, ତେବେ ଆପଣ ଏହାକୁ Airtel ର ପୋର୍ଟୋଫୋଲିଓରେ ପାଇବେ ନାହିଁ । କମ୍ପାନୀ ଏହି ପ୍ଲାନକୁ ମଧ୍ୟ ଲିଷ୍ଟରୁ ହଟାଇ ଦେଇଛି ।