ୟୁଜରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଲଞ୍ଚ ହେଲା Air telର ନୂଆ Wi Fi ପ୍ଲାନ ମିଳିବ 4G ଡାଟା ସମେତ ଫ୍ରି ଡୋଙ୍ଗଲ ସେବା

ନିକଟରେ ଭାରତୀ ଏୟାରଟେଲ ପକ୍ଷରୁ ଏକ ନୂଆ Wi Fi ପ୍ଲାନ ଲଞ୍ଚ କରାଯାଇଛି । ଯେଉଁଥିରେ ୧୦୦ GB ପର୍ଯ୍ୟନ୍ତ 4G ଇଣ୍ଟରନେଟ ଡାଟା ସହିତ ଏକ ମାଗଣା ଡୋଙ୍ଗଲ ସୁବିଧା ବି ମିଳିପାରୁଛି । ଯଦି ଆପଣ ଜାଣି ନାହାନ୍ତି ଯେ ଏୟାରଟେଲ ପକ୍ଷରୁ ଲଞ୍ଚ ହୋଇଥିବା ଏହି ସର୍ଭିସ ଟି କଣ ବୋଲି । ତେବେ ବ୍ୟସ୍ତ ହେବାରେ କିଛି ନାହିଁ । ଏହା ଏକ ସିମ୍ପଲ ହଟ ସ୍ପଟ ଡ଼ିଭାଇସ । କମ୍ପାନୀ ପକ୍ଷରୁ B2B ଅଧୀନରେ ଏହାକୁ ବଜାରରେ ଲଂଚ କରଯାଇଛି । ଏହା ସହ କଷ୍ଟମର ମାନଙ୍କୁ ଅଧିକ ରୁ ଅଧିକ ସେବା ଯୋଗାଇବା ପାଇଁ କମ୍ପାନୀ ତରଫରୁ ଡଙ୍ଗଲ ସମେତ ହଟ ସ୍ପଟ ଡିଭାଇସ ମାଗଣାରେ ୟୁଜର ମାନଙ୍କୁ ଯୋଗାଇ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନର ଦର କମ୍ପାନୀ ପକ୍ଷରୁ କେତେ ରଖାଯାଇଛି ଆଉ ଏହାର କଷ୍ଟମର ମାନେ କେମିତି ପ୍ରସ୍ତୁତ ରହିବା ଉଚିତ ଆସନ୍ତୁ ଜାଣି ରଖିବା ।

My Wi Fi ପ୍ଲାନ ଅଧୀନରେ ମାସକୁ ୪୯୯ ଟଙ୍କାରେ ୧୦୦ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ଯୋଗାଇ ଦିଆଯାଉଛି । ଏହା ସହ ଏହି ପ୍ଲାନ ଅଧୀନରେ ୟୁଜର ମାନଙ୍କୁ ୧୦୦ SMS ସମେତ ଏକ ମାଗଣା ଡଙ୍ଗଲ ବି ଯୋଗାଇ ଦିଆଯିବ । ଜାଣିରଖିବା ଉଚିତ ହେବକି ଏହି ଡୋନଗଲର ବୈଧତା ୧୮ ମାସ ପର୍ଯ୍ୟନ୍ତ ହିଁ ରହିବ । ଯଦିବା ଏହି ଅଫର Airtel Bussiness ପକ୍ଷରୁ ଜାରି ହୋଇଛି । ଗ୍ରାହକ ମାନଙ୍କୁ G -Suitର ସୁବିଧା ଗୁଡିକ ମିଳିପାରିବ । ଯେଉଁମାନେ 4G ନେଟୱାର୍କ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ୧୦୦ GB ଡାଟା ସୁବିଧା ବେଶ ସୁହାଇବ । ଆଉ ଯେଉଁମାନେ ୱାର୍କ ଫ୍ରମ ହୋମ ମାଧ୍ୟମରେ କାମ କରୁଛନ୍ତି । ପ୍ରତିଦିନ ଏମାନେ ଭିନ୍ନ ଭିନ୍ନ ସ୍ଥାନରୁ ଆସି କାମ କରୁଛନ୍ତି । ଅବଶ୍ୟ ଏହା Airtel ତରଫରୁ ଉପଲବ୍ଧ ହେଉଥିବା ପ୍ରଥମ Wi -Fi ପ୍ଲାନ ନୁହେଁ ।

ମାତ୍ର ୨୯୯ ଟଙ୍କାରେ ବି କମ୍ପାନୀ ପକ୍ଷରୁ ଏକ ପ୍ଲାନ ଉପଲବ୍ଧ ହେଉଥିଲା । ଏହା ବ୍ୟତୀତ ବଜାରରେ ୩୪୯ ଟଙ୍କିଆ ତଥା ୩୯୯ ଟଙ୍କିଆ ବି ଏକ ପ୍ଲାନ ବଜାରରେ ଲଞ୍ଚ ହୋଇଛି । ଯାହା ମାଧ୍ୟମରେ ଗ୍ରାହକ ମାନେ ୩୦ GB ଡାଟା ସହିତ ୧୦୦SMS ସୁବିଧା ବି ଲାଭ କରିପାରିବେ । କିନ୍ତୁ ଏଥିରେ G -Suitର କୌଣସି ପ୍ରକାର ଲାଭ ମିଳିପାରିବ ନାହିଁ । ଏମିତିକି କମ୍ପାନୀ ପକ୍ଷରୁ ଜାରି ହୋଇଥିବା ୩୪୯ ଟଙ୍କିଆ ପ୍ଲାନରେ ବି G -Suitର ଲାଭ ମିଳୁନାହିଁ । ୟୁଜର ମାନେ ୪୦ GBର ମାସିକ ଡାଟା ସମେତ ୧୦୦ SMS ର ସୁବିଧା ପାଇପାରୁଛନ୍ତି । ଶେଷରେ ୩୯୯ ଟଙ୍କିଆ ପ୍ଲାନରେ କଷ୍ଟମର ମାନେ ୬୦GB ଡାଟା ସହିତ ୧୦୦ SMS ଓ G -Suitର ସୁବିଧା ଲାଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.