ଚୋରଙ୍କ ମୁହଁକୁ ଡିଟେକ୍ଟ କରିବ ଏୟାରଟେଲର ଏହି ସ୍ମାର୍ଟ ଆଲାର୍ମ ଡିଭାଇସ୍‌, ଦାମ ରହିଛି ମାତ୍ର ୯୯ ଟଙ୍କା

ଆଜି କାଲି ଚୋର ମାନଙ୍କ ସଂଖ୍ୟା ଖୁବ ବଢ଼ିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଯଦି ଆପଣ ବାହାରେ କାମ କରୁଛନ୍ତି ଆଉ ପ୍ରତିଦିନ ଘର ଛାଡ଼ି ଯାଉଛନ୍ତି ତେବେ ମୁୁଣ୍ଡରେ ଚିନ୍ତା ପଶିଯାଏ। ଘରର ସେଫ୍ଟିକୁ ନେଇ। ଚୋର ଘରେ ପଶି ଯେମିତି କିଛି ଚୋରି ନକରୁ। ଏଥିପାଇଁ କିଛି କିଛି ସ୍ଥାନରେ ସିକ୍ୟୁରିଟି ଗାର୍ଡ ରହିଥାନ୍ତି। ଯେଉଁମାନେ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତି।

ତେବେ ସ୍ମାର୍ଟଯୁଗରେ ସମସ୍ତେ ସିସିଟିଭି କ୍ୟାମେରା ଘରେ ଲଗାଉଛନ୍ତି ସତ। ତେବେ ଏହାର କାମ ହେଉଛି ଘରକୁ କିଏ ଯିବା ଆସିବା କରୁଛି ତା ଉପରେ ସବୁ ନଜର ରଖିଥାଏ। ଅନେକ ଚୋର ମଧ୍ୟ ପରେ ଏହି କ୍ୟାମେରା ସାହାଯ୍ୟରେ ପୋଲିସ ଦ୍ୱାରା ଧରାପଡ଼ନ୍ତି। କିନ୍ତୁ ଥରେ ଭାବନ୍ତୁ ତ ଯଦି ଆପଣଙ୍କ ଘରେ ଏପରି କ୍ୟାମେରା ଥିବ, ଯିଏ କି ମଣିଷକୁ ମଧ୍ୟ ଚିହ୍ନିପାରୁଥିବ। ତାର ସବୁ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିପାରୁଥିବ। ମାନେ ଚୋରକୁ ଚିହ୍ନିପାରୁଥିବ।

ଏବେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ଭାରତର ବଡ ମଲ୍ଟିନ୍ୟାସନାଲ ଟେଲିକମ୍‌ କମ୍ପାନୀ ଏୟାରଟେଲ। ଏହା ପାଖାପାଖି ସାଉଥ ଏସିଆ ଓ ଆଫ୍ରିକାର ୧୮ଟି ଦେଶରେ କାର୍ଯ୍ୟକାରୀ ହେଉଛି। ଏବେ ଦେଶରେ ଚୋରି ସମସ୍ୟାକୁ କମାଇବା ସହିତ ଏହାର କିଛି ତୁରନ୍ତ ସମାଧାନ ପାଇଁ କମ୍ପାନୀ ଏକ ଡିଭାଇସ୍‌ ବାହାର କରିଛି। ମାତ୍ର ୯୯ ଟଙ୍କାରେ ଏହି ଡିଭାଇସ୍‌ ମିଳୁଛି।

ଜାଣିରଖନ୍ତୁ ଯେ ଏୟାରଟେଲ ପାଖରେ ପ୍ରଡକ୍ଟ ମାନଙ୍କର ବ୍ୟାପକ ପୋର୍ଟଫୋଲିଓ ରହିଛି, ଯେଉଁଥିରେ ଏୟାରଟେଲର ଏକ୍ସସେଫ ମଧ୍ୟ ସାମିଲ ରହିଛି। କମ୍ପାନୀ ତରଫରୁ ଏହା ଏକ ଭଲ ଉଦ୍ଦେଶ୍ୟରେ ତିଆରି ହୋଇଛି। ଯାହା ତାର ପ୍ରତ୍ୟେକ ଗ୍ରାହକଙ୍କ ଜୀବନକୁ ସୁରକ୍ଷିତ କରିବା ପାଇଁ ଯୋଜନା କରୁଛି। ଏହି କମ୍ପାନୀ ଏୟାରଟେଲ ୟୁଜର୍ସଙ୍କୁ ୯୯ ଟଙ୍କାରେ ଏକ ଡିଭାଇସ ଦେବ। ଏହା ମାସିକ ଆକାରରେ ଥିବା ବେଳେ ୯୯୯ ଟଙ୍କା ଡିଭାଇସ୍‌ ରହିଛି ଯାହା ବାର୍ଷିକ ଆକାରରେ ଗ୍ରାହକଙ୍କ ସୁରକ୍ଷାର ଧ୍ୟାନଦେବ । ସବୁଠୁ ବଡ଼ କଥା ହେଉଛି ଆପଣ ଏହାକୁ ଯେଉଁଠି ଚାହିଁବେ ସେଠି ରଖିପାରିବେ। ଏହାକୁ ଅଫିସ ହେଉ ଅବା ଘରର ଯେକୌଣସି ସ୍ଥାନରେ ରଖିପାରିବେ। ଏବେ ଜାଣନ୍ତୁ ଏହି କ୍ୟାମେରାରେ ଥିବା ବେଷ୍ଟ ଫିଚର୍ସ ସମ୍ପର୍କରେ। ଯାହା ଦ୍ୱାରା ଏହି ଡିଭାଇସ ଚୋରଙ୍କୁ ଡିଟେକ୍ଟ କରିପାରିବ।

cctv
pc :HikVision

 

ଏୟାରଟେଲ ଏକ୍ସସେଫ ସ୍ମାର୍ଟ ଫିଚର:
ଏଥିରେ କମ୍ପାନୀ ଜବରଦସ୍ତ ଫିଚରକୁ ଆଡ କରିଛି। ଏଥିରେ ପର୍ସନ ଡିଟେକ୍ସନ, ଫୁଲ ଏଚଡି ଭିଡ଼ିଓ, ଟୁ-େଓ୍ଵ ଟାଙ୍କ, କ୍ଲାଉଡ ଷ୍ଟୋରେଜ, ରେକର୍ଡ ଲାଇଭ, ଲାଇଫଟାଇମ କଲ୍‌, ଫିଲ୍ଡ ସପୋର୍ଟ,ଭିଡ଼ିଓ ଡାଉନଲୋଡ ଏବଂ ସେୟାର, ପେରିମିଟର ଜୋନିଂ, ମୋସନ ସେନସିଟିଭିଟି କଣ୍ଟ୍ରୋଲ, ମୋସନ୍‌ ଡିଟେକ୍ସନ ଏବଂ ଇନ –ବିଲ୍ଟ ଡିଭାଇସ୍‌ ଆଲାର୍ମ ଭଳି ସ୍ମାର୍ଟ ଫିଚର୍ସ ରହିଛି। ଏଥିରେ ମୋଟ ୩ଟି କ୍ୟାମେରା ଦିଆଯାଇଛି।

ଭାରତୀ ଏୟାରଟେଲ ଏକ୍ସସେଫ ଏକ୍ଦସେଫରେ ସ୍ମାର୍ଟ କ୍ୟାମେରାକୁ ଫିଟ କରାଯାଇଛି। ଏହି ୩ଟି କ୍ୟାମେରା ମାନେ ଷ୍ଟିକି କ୍ୟାମ, ୩୬୦ ଡିଗ୍ରୀ କ୍ୟାମ ଏବଂ ଆକ୍ଟିଭ ଡିଫେନ୍ସ କ୍ୟାମେରା ରହିଛି। ଷ୍ଟିକି କ୍ୟାମ ୨୪୯୯ ଟଙ୍କା ହୋଇଥିବା ବେଳେ ଏହି କ୍ୟାମେରାର ରୋଲ ଅଧିକ ରହିଛି। ୩୬୦ଡିଗ୍ରୀ କ୍ୟାମେରାର ଦାମ ୨୯୯୯ଟଙ୍କା ଥିବାବେଳେ ଆକ୍ଟିଭ ଡିଫେନ୍ସ କ୍ୟାମେରାର ଦାମ ରହିଛି ୪୪୯୯ ଟଙ୍କା ରହିଛି। ତେବେ ଭାରତୀ ଏୟାରଟେଲର ଏକ ଫାଇବର ବ୍ରଡବ୍ୟାଣ୍ଡ ସେବା ମଧ୍ୟ ରହିଛି। ଯାହାକୁ ଏୟାରଟେଲ ଏକ୍ସଷ୍ଟ୍ରିମ କୁହାଯାଏ। ଏହି ସେବା ଦ୍ୱାରା ସେମାନେ କ୍ୟାମେରାର ସବୁ ଫଙ୍କସନ୍‌ ପ୍ରତି ଧ୍ୟାନ ଦେଇପାରିବେ।