Airtel ଲଞ୍ଚ୍‌ କଲା ଖାସ୍‌ କ୍ୟାମେରା; ମାତ୍ର ୯୯୯ ଟଙ୍କାରେ ଆପଣଙ୍କ ଘର ଭିତରର ଗତିବିଧି ଉପରେ ରଖିବ ନଜର!

ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ (Bharti Airtel) ଆଡ୍‌ଭାନ୍ସଡ ହୋମ୍‌ ସର୍ଭିଲାନ୍ସ ସଲ୍ୟୁସନ ‘Airtel Xsafe’ ଲଞ୍ଚ୍‌ କରିଛି। ଗ୍ରାହକମାନଙ୍କ ଜୀବନକୁ ଅଧିକ ସୁରକ୍ଷିତ ତଥା ଶାନ୍ତିପୂର୍ଣ୍ଣ ରଖିବା ହେଉଛି ଏହି ଡିଭାଇସ୍‌ର ମୂଳ ଉଦ୍ଦେଶ୍ୟ। କହି ରଖୁଛୁ କି, ଏ ପର୍ଯ୍ୟନ୍ତ ଏୟାରଟେଲ୍‌ ଏହି ସର୍ଭିସ୍‌ର ଟ୍ରାଏଲ କରୁଥିଲା। ଏବେ କିନ୍ତୁ କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ଅଫିସିଆଲ ଭାବେ ଲଞ୍ଚ୍‌ କରି ଦେଇଛି।

Airtel Xsafe କ’ଣ

Airtel Xsafe ଏୟାରଟେଲର ଏକ ସୁରକ୍ଷା ନିରୀକ୍ଷଣ ସେବା, ଯେଉଁଥିରେ ଗ୍ରାହକ ଏୟାରଟେଲ୍‌ରୁ ୩ ଭିନ୍ନ ଭିନ୍ନ ପ୍ରକାରର କ୍ୟାମେରା କିଣି ପାରିବେ ଏବଂ ସେହି କ୍ୟାମେରାଗୁଡ଼ିକୁ ଉପଯୋଗ କରି ନିଜ ଘର କିମ୍ବା ଅଫିସ୍‌ ଭିତରର ଗତିବିଧି ଉପରେ ନଜର ରଖି ପାରିବେ। ବର୍ତ୍ତମାନ ଏହି ସର୍ଭିସ୍‌କୁ ଦେଶର କେବଳ ୪୦ ସହରରେ ଉପଲବ୍ଧ କରାଯିବ। Airtel Xsafe ଡିଭାଇସ୍‌କୁ ବୁକ୍‌ କରିବା ପାଇଁ ଗ୍ରାହକମାନଙ୍କୁ ଏୟାରଟେଲର େଓ୍ଵବ୍‌ସାଇଟକୁ ଯିବାକୁ ହେବ ନଚେତ୍‌ ଏୟାରଟେଲ ଥ୍ୟାଙ୍କ୍‌ସ ବ୍ୟବହାର କରିବାକୁ ପଡ଼ିବ। Airtel Xsafe ସହିତ ୟୁଜରମାନଙ୍କୁ ୩ ପ୍ରକାରର କ୍ୟାମେରା ମିଳିବ। ଏହା ବ୍ୟତୀତ ୧ ମାସ ପାଇଁ ମାଗଣା ସବ୍ସକ୍ରିପ୍ସନ ମଧ୍ୟ ସାମିଲ ରହିଛି।

cam
photo: livehindustan

Sticky Cam (Indoor) ଫିଚର୍ସ:

ଭିଡିଓର 7-ଡେ କ୍ଲାଉଡ୍‌ ଷ୍ଟୋରେଜ୍‌, ଟୁ-େଓ୍ଵ କମ୍ୟୁନିକେସନ, ପେରିମିଟର ଜୋନିଙ୍ଗ୍‌ ସହିତ ସ୍ମାର୍ଟ ଆଲର୍ଟ, ଭିଡିଓ ଫିଡ୍‌ର ଆକ୍ସେସ୍‌ ଏକାଧିକ ଲୋକଙ୍କୁ ମିଳି ପାରିବ। ଏହି କ୍ୟାମେରାର ଦାମ୍‌ ରହିଛି ୨,୪୯୯ ଟଙ୍କା। କ୍ୟାମେରାକୁ ଇନ୍‌ଷ୍ଟଲ କରାଇବା ପାଇଁ ୩୦୦ ଟଙ୍କା ଚାର୍ଜ ଲାଗିବ।

360 degree (indoor) ଫିଚର୍ସ:

ମୋସନ ସେନ୍ସିଟିଭିଟି, କଣ୍ଟ୍ରୋଲ, ସ୍ମାର୍ଟ ଟ୍ରାକିଙ୍ଗ୍‌, ନୋ ବ୍ଲାଇଣ୍ଡ୍‌ ସ୍ପଟ୍‌ସ ଏବଂ ଷ୍ଟିକି କ୍ୟାମ୍‌ ଭଳି ଅନ୍ୟାନ୍ୟ ଫିଚର୍ସ ରହିଛି। ଏହି ଡିଭାଇସ୍‌ର ଦାମ୍‌ ଅଛି ୨,୯୯୯ ଟଙ୍କା।

Active Defense (Outdoor) ଫିଚର୍ସ:

ସ୍ପଟ୍‌ଲାଇଟ, ସାଇରନ, ଧୂଳି ଓ ପାଣି ରେଜିଷ୍ଟାଣ୍ଟ, AI-Based Person Detection, 7-ଡେ କ୍ଲାଉଡ୍‌ ଷ୍ଟୋରେଜ୍‌ ଏବଂ ଟାମ୍ପର୍‌-ପ୍ରୁଫ୍‌ ଫୁଟେଜ୍‌ ଆଦି ଫିଚର୍ସ ଦିଆଯାଇଛି। ଏହି କ୍ୟାମେରାର ଦାମ୍‌ ୪୪୯୯ ଟଙ୍କା ଥିବା ବେଳେ ଇନ୍‌ଷ୍ଟାଲେସନ ଚାର୍ଜ ରହିଛି ୬୦୦ ଟଙ୍କା।

MI Xiaomi Wireless Home Security Camera 2i 2022 Edition

ଅନ୍ୟପଟେ ମାର୍କେଟ୍‌ରେ ଆପଣଙ୍କ ପାଇଁ ଅନ୍ୟ ଅପସନ ମଧ୍ୟ ଉପଲବ୍ଧ ରହିଛି। ଲୋକମାନେ ଚାହିଁଲେ କମ୍‌ ଖର୍ଚ୍ଚରେ ନିଜ ଘରକୁ ସୁରକ୍ଷିତ ରଖି ପାରିବେ। ଯେଉଁ ପ୍ରଡକ୍ଟ ବିଷୟରେ ଆମେ ଆଜି କଥା ହେଉଛେ, ତାହା ପ୍ରକୃତରେ ଏକ ୩୬୦ ଡିଗ୍ରୀ ସିସିଟିଭି କ୍ୟାମେରା। ଏହା ଘରର ସମସ୍ତ ଦିଗକୁ ବୁଲି ସୁରକ୍ଷା ସୁନିଶ୍ଚିତ କରି ପାରିବ। ଏହି କ୍ୟାମେରାର ନାମ ହେଉଛି, MI Xiaomi Wireless Home Security Camera 2i 2022 Edition। ଏହି ସିକ୍ୟୁରିଟି କ୍ୟାମେରାର ଖାସ୍‌ କଥା ହେଉଛି, ଏହା ନିଜ ଜାଗାରେ ରହି ସହଜରେ ଚାରି ଦିଗକୁ ବୁଲି ପାରିବ। ଏଥିରେ ଏକ ମୁଭିଂ ପ୍ଲାଟଫର୍ମ ଦିଆଯାଇଛି, ଯେଉଁଥିରେ ଏକ ମୋଟର ଲାଗିଛି। ଏହି କାରଣରୁ MI ହୋମ୍‌ ସିକ୍ୟୁରିଟି କ୍ୟାମେରା ଚାରି ଆଡ଼କୁ ସହଜରେ ବୁଲି ତୀକ୍ଷ୍‌ଣ ନଜର ରଖି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.