ଏୟାରଟେଲର ୨ଟି ବଢ଼ିଆ ପ୍ଲାନ, କମ ଦାମରେ ମାସେ ଯାଏ ପାଇବେ ବମ୍ପର ଇଣ୍ଟରନେଟ ସହ ବଢ଼ିଆ ବେନିଫିଟ୍ସ

ଏୟାରଟେଲ ଲଞ୍ଚ କଲା ନୂଆବର୍ଷରେ ଧମାକାଦାର ପ୍ଲାନ। ଯାହା ଗ୍ରାହକଙ୍କୁ କରିଦେବ ଏକଦମ ଖୁସି। ଏହି ପ୍ଲାନରେ କମ ଦାମରେ ୟୁଜର୍ସଙ୍କୁ ମାସ ମାସ ମିଳିବ ବମ୍ପର ଇଣ୍ଟରନେଟ। ଭାରତୀ ଏୟାରଟେଲ ନୁଆ ବର୍ଷରେ ବଢ଼ିଆ ପ୍ଲାନ ଲଞ୍ଚ କରିଛି। ଦୁଇଟି ପ୍ଳାନ ବାହାର କରିଛି । ଏହି ଦୁଇଟି ପ୍ଲାନ ବଲ୍‌କ ଡାଟା ସହିତ ଆସେ। ଏବେ ବହୁତ କମ ବଲ୍କ ଡାଟା ପ୍ଲାନ୍ସ ଆସୁଛି। ଏୟାରଟେଲ ଏବେ ଏହାକୁ ଧ୍ୟାନରେ ରଖି ୪୮୯ ଟଙ୍କା ଓ ୫୦୯ ଟଙ୍କା ର ପ୍ରିପେଡ ପ୍ଲାନ ବାହାର କରୁଛି। ଏଥିରେ ଡେଲି ଡାଟା ଲିମିଟ ବଦଳରେ ବିନା ଡାଟା ମିଳେ। ମାନେ ଆପଣ ଦିନକୁ କେତେ ବି ଡାଟା ବ୍ୟବହାର କରନ୍ତୁ ନୋ ଟେନସନ। ଏହି ପ୍ଳାନରେ ଆପଣ ଅନ୍ୟଧମାକାଦାର ବେନିଫିଟ୍ସ ମଧ୍ୟ ପାଇବେ।

ଏୟାରଟେଲ ୪୮୯ ଟଙ୍କା ପ୍ଲାନ:
ଏୟାରଟେଲର୪୮୯ଟଙ୍କା ପ୍ରିପେଡ ପ୍ଲାନରେ ୩୦ ଦିନ ପର୍ଯ୍ୟନ୍ତ ଭାଲିଡିଟି ସହିତ ଆସିଥାଏ। ଏଥିରେ ଅନଲିମିଟେଡ କଲିଂ, ୩୦୦ ମେସେଜ ମିଳୁଛି। ଏହାବ୍ୟତିତ ୩୦ ଦିନ ପାଇଁ ୫୦ଜିବି ଡାଟା ଅଫର କରିଥାଏ। ଏହି ପ୍ଲାନ ରେ ୟୁୁଜର୍ସ ଙ୍କୁ ଓ୍ଵିଙ୍କ ମ୍ୟୁଜିକ ଫ୍ରି ରେ ମିଳିବ। ଏହାସହିତ ଫ୍ରିରେ ହାଲୋ ଟ୍ୟୁନ , ଆପୋଲୋ ୨୪ ବାୟ ୭ସର୍କିଲ ଓ ଫାଷ୍ଟଟ୍ୟାଗ ରେ କ୍ୟାସବ୍ୟାକ ଭଳି ବେନିଫିଟସ୍‌ ମିଳିବ।

ଏୟାରଟେଲ ୫୦୯ ପ୍ରିପଡେ ପ୍ଲାନ:
ଏୟାରଟେଲର ଏହି ପ୍ଲାନରେ ୧ ମାସର ଭାଲିଡିଟି ମିଳିବ। ଏଥିରେ ଅନଲିମିଟେଡ ଡାଟା, ୩୦୦ ମେସେଜ ମିଳିବ। ଏହାବ୍ୟତିତ ୧ ମାସ ପାଇଁ ୬୦ଜିବି ଡାଟା ମିିଳିବ। ଏହା ବଲ୍କ ରେ ଆସିଥାଏ। ଏଥିରେ ମଧ୍ୟ ଫ୍ରିରେ ହାଲୋ ଟ୍ୟୁନ , ଆପୋଲୋ ୨୪ ବାୟ ୭ସର୍କିଲ ଓ ଫାଷ୍ଟଟ୍ୟାଗ ରେ କ୍ୟାସବ୍ୟାକ ଭଳି ବେନିଫିଟସ୍‌ ମିଳିବ।

ଏହି ଦୁଇଟି ପ୍ଲାନକୁ ନେଇ ଆପଣ ଏୟାରଟେଲର ୫ଜି ନେଟଓ୍ଵାର୍କ ର ବ୍ୟବହାର କରିପାରିବେ। ଏୟାରଟେଲର ଏହି ବଲ୍କ ଡାଟା ପ୍ଲାନରେ ଗ୍ରାହକ ୫ଜି ପ୍ଲସ ଥିବା ସହରରେ ୫ଜି ସେବାର ଆନନ୍ଦ ନେଇପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫ଜି ଫୋନ ହେବା ଜରୁରୀ। ତେବେ ୫ଜି ର ଜବରଦସ୍ତ ସ୍ପିଡ ୪ଜି ସ୍ପିଡରୁ ୨୦ରୁ ୩୦ ଗୁଣା ଅଧିକ ରହିବ।

Leave A Reply

Your email address will not be published.