Airtel ଲଞ୍ଚ କରିଛି ନୂଆ ପ୍ଲାନ୍, ଫ୍ରିରେ ମିଳିବ ଅନେକ ବେନିଫିଟ୍ସ
Airtel ନିଜର କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କ ପାଇଁ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । Airtel ର ଏହି ପ୍ରିପେଡ୍ ପ୍ଲାନରେ ୟୁଜର୍ସଙ୍କୁ ଫ୍ରିରେ Disney+ Hotstar ର ସବସ୍କ୍ରିପସନ୍ ଦିଆଯିବ । ଏହା ପୂର୍ବରୁ Jio ନୂଆ ବର୍ଷ ଅବସରରେ ଲମ୍ବା ଭ୍ୟାଲିଡିଟି ସହିତ ଏକ ନୂଆ ପ୍ଲାନ୍ ମଧ୍ୟ ଉପସ୍ଥାପନ କରିଛି, ଯେଉଁଥିରେ ୟୁଜର୍ସମାନେ ୨୦୦ ଦୀନର ଭ୍ୟାଲିଡିଟି ସହିତ ଅନେକ ବେନିଫିଟ୍ସ ପାଇଛନ୍ତି । ଜୁଲାଇରେ ପ୍ଲାନକୁଡିକ ମହଙ୍ଗା ହେବା ପରେ ଟେଲିକମ୍ କମ୍ପାନୀର ୟୁଜର୍ସଙ୍କ ସଂଖ୍ୟା ହ୍ରାସ ପାଇଛି । ଏହି ଲିଡିଙ୍ଗ ଟେଲିକମ୍ ଅପରେଟରମାନେ ସେମାନଙ୍କର ୟୁଜର୍ସଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ।
Airtel ର ଏହି ପ୍ରିପେଡ୍ ପ୍ଲାନ୍ ୩୯୮ ଟଙ୍କା ପାଇଁ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଥିବା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ୟୁଜର୍ସମାନଙ୍କୁ ସମଗ୍ର ଭାରତରେ ଯେକୈଣସି ନେଟୱାର୍କରେ କଲ୍ କରିବାକୁ ଅନଲିମିଟେଡ୍ କଲିଂର ସୁବିଧା ଦିଆଯିବ । ଏହା ବ୍ୟତୀତ ୟୁଜର୍ସଙ୍କୁ ଏଥିରେ ଦୈନିକ ୨GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ୍ 5G ଡାଟା ଅଫର କରାଯାଉଛି । ଏହା କେବଳ 5G ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ମିଳିବ । ଏହା ବ୍ୟତୀତ ଦୈନିକ ୧୦୦ ଫ୍ରି SMS ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆ ଯାଉଛି । Airtel ର ଏହି ପ୍ରିପେଡ୍ ପ୍ଲାନ୍ ୨୮ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏଥିରେ ୟୁଜର୍ସମାନେ ୨୮ ଦିନ ପାଇଁ Disney+ Hotstar ମୋବାଇଲ୍ ଏଡିସନର ଫ୍ରି ସବସ୍କ୍ରିପସନ୍ ମଧ୍ୟ ମିଳିବ ।
Airtel ଏହା ବ୍ୟତୀତ ୩୭୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ପୁରା ଏକ ମାସର ଭ୍ୟାଲିଡିଟି ପ୍ରଦାନ କରେ । ଏହି ପ୍ଲାନରେ ଥିବା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସଙ୍କୁ ଏଥିରେ ଏକ ମାସ ପାଇଁ ଯେକୈଣସି ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ଲାଭ ମିଳିବ । ଏହା ବ୍ୟତୀତ ଏହି ପ୍ଲାନରେ ଦୈନିକ ୨GB ହାଇ ସ୍ପିଡ୍ ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ପାଇବେ । ଏହା ସହ କମ୍ପାନୀର ୩୪୯ ଏବଂ ୩୫୫ ଟଙ୍କା ପ୍ଲାନ୍ ମଧ୍ୟ ରହିଛି। ୩୪୯ ଟଙ୍କା ପ୍ରିପେଡ୍ ପ୍ଲାନରେ ୟୁଜର୍ସମାନଙ୍କୁ ୨୮ ଦିନର ଭ୍ୟାଲିଡିଟି ପ୍ରଦାନ କରାଯାଇଛି । ଏଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ସହିତ ଦୈନିକ ୧.୫ GB ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ପାଇବେ ।
ସେହିଭଳି ୩୫୫ ଟଙ୍କା ପ୍ରିପେଡ୍ ପ୍ଲାନରେ ୟୁଜର୍ସଙ୍କୁ ୩୦ ଦିନର ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ କଲିଂ ସହିତ ଦୈନିକ ୧୦୦ ଫ୍ରି SMS ର ଲାଭ ପାଇବେ । ଏହି ପ୍ଲାନ୍ ୨୫ GB ଡାଟା ସହିତ ଆସିଥାଏ । ଏଥିରେ ୟୁଜର୍ସଙ୍କ ପାଇଁ ଡାଟା ବ୍ୟବହାର କରିବା ପାଇଁ କୈଣସି ଦୈନିକ ଲିମିଟ୍ ସେଟ୍ କରାଯାଇ ନାହିଁ ।