ଏୟାରଟେଲର ୪ଟି ଶସ୍ତା ପ୍ଳାନରେ ୟୁଜର୍ସଙ୍କୁ ମିଳିବ ବଢ଼ିଆ ବେନିଫିଟ୍ସ , ଶୀଘ୍ର ଉଠାନ୍ତୁ ଫାଇଦା

ରିଲାଏନ୍ସ ଜିଓକୁ ପଛରେ ପକାଇବା ପାଇଁ ଏୟାରଟେଲ ନେଇ ଆସିଛି ବଢ଼ିଆ ପ୍ଲାନ। ଯାହା ଗ୍ରାହକମାନଙ୍କ ପାଇଁ ରହିଛି ଖୁବ ଶସ୍ତା। କମ୍ପାନୀ ଏହାକୁ ୪ଟି ଭାଗରେ ବିଭକ୍ତ କରିଛି। ଏଥିରେ ୟୁଜର୍ସ ଧାମାକାଦାର ବେନିଫଟ୍ସ ପାଇବେ।

ଏୟାରଟେଲ ନିଜ ୟୁଜର୍ସଙ୍କ ପାଇଁ ଅନେକ ପ୍ରକାରର ପ୍ଲାନ ବାହାର କରିଥାଏ। ଏଥର ନୂଆ ୪ଟି ପ୍ଳାନ ଏୟାରଟେଲ ନିଜ ପ୍ରି୍ରୟ ଗ୍ରାହକଙ୍କ ପାଇଁ ବାହାର କରିଛି। ଏମାନଙ୍କ ମଧ୍ୟରୁ ଦୁଇଟି ରେଟ କଟିଂ ପ୍ଲାନ ଓ ଅନ୍ୟଟି ସ୍ମାର୍ଟ ରିଚାର୍ଜ। ଦୁଇଟି ପ୍ଲାନ ମାସ ପର୍ଯ୍ୟନ୍ତ ମିଳୁଥିବା ବେଳେ ଅନ୍ୟ ଦୁଇଟି ପ୍ଳାନ ୩୦ ଦିନ ପର୍ଯ୍ୟନ୍ତ ଭାଲିଡିଟି ସହିତ ଆସିଛି। ତେବେ ସବୁଠୁ ବଡ଼ କଥା ହେୁଛି ଏସବୁ ଦାମ ୧୪୦ ଟଙ୍କାରୁ ବି କମ। ଏମାନଙ୍କ ମଧ୍ୟରୁ ସବୁଠୁ କମ ଦାମ ହେଉଛି ୧୦୯ ଟଙ୍କା। ସବୁଠୁ ଅଧିକ ଦାମ ରହିଛି ୧୩୧ ଟଙ୍କା ପ୍ଲାନ।

ଏହି ପ୍ଲାନ ସେମାନଙ୍କ ପାଇଁ ବେଷ୍ଟ ରହିବ ଯେଉଁମାନେ ଟଙ୍କା ଖର୍ଚ୍ଚ କରିବାକୁ ଚାହାଁନ୍ତି ନାହିଁ , କେବଳ ଆକ୍ଟିଭ ରହିବା ପାଇଁ ରିଚାର୍ଜ କରିଥାନ୍ତି। ୧୦୯ ଓ ୧୧୧ ଟଙ୍କା ପ୍ଳାନ ୯୯ ଟଙ୍କା ପ୍ଳାନଠୁ ଅଧିକ ଭାଲିଡିଟି ସହ ଡାଟା ଦେଇଥାଏ। ଏବେ ଜାଣନ୍ତୁ ଏହି ସବୁ ଡାଟା ସମ୍ପର୍କରେ..

୧୦୯ ଟଙ୍କା ପ୍ଳାନ:
ଏୟାରଟେଲର ୧୦୯ ଟଙ୍କା ପ୍ଳାନ ରେ ୩୦ ଦିନର ଭାଲିଡିଟି ରହିଛି। ଏହା ୨୦୦ଏମବି ଡାଟା ସହିତ ୯୯ଟଙ୍କା ଟକଟାଇମ ଦେଇଥାଏ।ପ୍ରତି ସେକେଣ୍ଡ ଅନୁଯାୟୀ ଲୋକାଲ, ଏସଟିଡି ଓ ଲ୍ୟାଣ୍ଡଲାଇନ ଭଏସ୍‌ କଲରେ ୨.୫ ଟଙ୍କା କଟିବ । ପ୍ରତିଟି ଏସଏମଏସ୍‌ ପାଇଁ ୧ଟଙ୍କା କଟିବା ସହିତ ୧.୪୪ ଟଙ୍କା ପ୍ରତି ଏସଟିଡି ଏସଏମଏସ୍‌ ରେ କଟିବ।

୧୧୧ ଟଙ୍କା ପ୍ଲାନ:
ଏୟାରଟେଲ ର ୧୧୧ ଟଙ୍କା ସ୍ମାର୍ଟ ରିଚାର୍ଜରେ ଆପଣଙ୍କୁ ୯୯ ଟଙ୍କା ର ଟକଟାଇମ ଓ ୨୦୦ ଏମବି ର ଡାଟା ମିଳିବ। ଏଥିରେ ଗୋଟିଏ ମାସର ଭାଲିଡିଟି ସହ ଲୋକାଲ, ଏସଟିଡି ଓ ଲ୍ୟାଣ୍ଡଲାଇନ କଲ ର ଦାମ ୨.୫ ଟଙ୍କା ପ୍ରତି ସେକେଣ୍ଡରେ କଟିବ। ଲୋକାଲ ଏସଏମଏସ୍‌ ରେ ୧ ଟଙ୍କା ଓ ଏସଟିଡି ଏସଏମଏସ୍‌ ପାଇଁ ୧.୫ ଟଙ୍କା କମିବ।

୧୨୮ ଟଙ୍କା ପ୍ଳାନ:
ଏୟାରଟେଲର ଏହି ପ୍ଳାନରେ ୩୦ ଦିନର ବୈଧତା ରହିଛି। ଲୋକାଲ ଓ ଏସଟିଡି କଲ ପାଇଁ ୨.୫ ଟଙ୍କା ପ୍ରତି ସେକେଣ୍ଡରେ କଟିବ। ନ୍ୟାସନାଲ ଭିଡ଼ିଓ କଲ ପାଇଁ ୫ ଟଙ୍କା ପ୍ରତି ସେକେଣ୍ଡରେ କଟିବ। ମୋବାଇଲ ଡାଟା ପାଇଁ ୦.୫୦ ଟଙ୍କା ଏମବି ହିସାବରେ ଚାର୍ଜ ହେବ।

୧୩୧ ଟଙ୍କା ପ୍ଳାନ:
ଏୟାରଟେଲ ର ଏହି ପ୍ଲାନରେ ଗୋଟିଏ ମାସ ପାଇଁ ବୈଧ ରହିବ। ୟୁଜର୍ସ ଲୋକାଲ ଓ ଏସଟିଡି କଲ ପାଇଁ ୨.୫ ଟଙ୍କା ପ୍ରତି ସେକେଣ୍ଡରେ ଓ ନ୍ୟାସନାଏ ଭିଡ଼ିଓ କଲ ପାଇଁ ୫ ଟଙ୍କା ପ୍ରତି ସେକେଣ୍ଡରେ ଚାର୍ଜ କରାଯିବ। ଲୋକାଲ ଏସଏମଏସ୍‌ ର ଦାମ ୧ ଟଙ୍କା ହୋଇଥିବା ବେଳେ ଏସଟିଡି ର ଦାମ ୧.୫ ଟଙ୍କାପ୍ରତି ଏସଏମଏସ୍‌ କୁ କଟିବ। ୟୁଜର ୦.୫୦ ଟଙ୍କା ପ୍ରତି ଏମବି ହିସାବରେ ଡାଟା ଚାର୍ଜ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.