୨୦୦୦ ସହରରେ Airtel ଲଞ୍ଚ କଲା IPTV ସର୍ଭିସ୍, ଫ୍ରିରେ ମିଳିବ ୩୫୦TV ଚ୍ୟାନେଲ ସମେତ ଅନେକ OTT ଆପ୍

Airtel ଦେଶର ୨୦୦୦ ସହରରେ ଏକା ସହିତ IPTV ଅର୍ଥାତ୍ ଇଣ୍ଟରନେଟ୍ ପେ୍ରାଟୋକଲ୍ ଟେଲିଭିଜନ୍ ସର୍ଭିସ୍ ଲଞ୍ଚ କରିଛି । ବ୍ରଡବ୍ୟାଣ୍ଡ ପ୍ଲାନ୍ ସହିତ ୟୁଜର୍ସମାନେ ଫ୍ରିରେ ୩୫୦ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ୨୯ ଟି OTT ଆପ୍ସର ସବସ୍କ୍ରିପସନ୍ ପାଇବେ । Airtel ଏହି ସର୍ଭିସ୍ କୁ ନିଜର ବ୍ରଡବ୍ୟାଣ୍ଡ ପ୍ଲାନ୍ ସହିତ ଇଣ୍ଟିଗେ୍ରଡ୍ କରିଛି, ଯେଉଁଥିରେ ୟୁଜର୍ସମାନଙ୍କୁ ୪୦Mbps ରୁ ୧Gbps ପଯ୍ର୍ୟନ୍ତ ସ୍ପିଡରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯିବ । Airtel ପୂର୍ବରୁ BSNL କିଛି ମାସ ପୂର୍ବରୁ ଫାଇବର ବ୍ରଡବ୍ୟାଣ୍ଡ ବେସ୍ଡ IFTV ମଧ୍ୟ ଲଞ୍ଚ କରିଥିଲା ।

IPTV ସହିତ Airtel ର ବ୍ରଡବ୍ୟାଣ୍ଡ ପ୍ଲାନଗୁଡିକ ରେଗୁଲାର୍ ପ୍ଲାନ୍ ଅପେକ୍ଷା ୨୦୦ ଟଙ୍କା ମହଙ୍ଗା ହେବ । ଯେଉଁଥିରେ ୟୁଜର୍ସଙ୍କୁ ଇଣ୍ଟରନେଟ୍ କନେକେ୍ଟଭିଟି ସହିତ ଲାଇଭ୍ ଟିଭି ଚ୍ୟାନେଲର ମଧ୍ୟ ଲାଭ ମିଳିବ । ଏହା ସହିତ ଅନେକ ଲିଡିଙ୍ଗ OTT ଆପ୍ସକୁ ମଧ୍ୟ ସବସ୍କ୍ରିପସନ୍ ଅଫର କରାଯାଇଥାଏ । କମ୍ପାନୀ ଏକ ନୂଆ IPTV ପ୍ଲାନ୍ କିଣିବା ଉପରେ ୩୦ ଦିନର ଫ୍ରି ସର୍ଭିସ୍ ଅଫର କରୁଛି । ଯେଉଁ ସହରଗୁଡିକରେ ଏୟାରଟେଲର ବ୍ରଡବ୍ୟାଣ୍ଡ ସର୍ଭିସ୍ ଉପଲବ୍ଧ, ସେଠାରେ ୟୁଜର୍ସମାନେ ଏହି ସୁବିଧା ପାଇପାରିବେ ।

୬୯୯ ଟଙ୍କିଆ ପ୍ଲାନ୍ :
ଏୟାରଟେଲର ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୪୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ ୨୬ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି ।

୮୯୯ ଟଙ୍କିଆ ପ୍ଲାନ୍ :
ଏୟାରଟେଲର ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୨୦୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ ୨୬ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି ।

୧,୦୯୯ ଟଙ୍କିଆ ପ୍ଲାନ୍ :
ଏଥି ସହ ୧,୦୯୯ ଟଙ୍କିଆ ପ୍ଲାନରେ, ଏୟାରଟେଲର ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୨୦୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ ୨୮ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି । ଏଥିରେ ଦୁଇଟି ଆଡିସ୍ନାଲ୍ ଆପ୍ Apple TV+ ଏବଂ Amazon Prime ର ମଧ୍ୟ ଆକ୍ସେସ୍ ମିଳିବ ।

୧,୫୯୯ ଟଙ୍କିଆ ପ୍ଲାନ୍ :
ଏୟାରଟେଲର ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୩୦୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ ୨୯ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି । ଏଥିରେ ତିନୋଟି ଆଡିସ୍ନାଲ ଆପ୍ – Apple TV+, Netflix ଏବଂ Amazon Prime ର ଆକ୍ସେସ୍ ମିଳିବ ।

୩,୯୯୯ ଟଙ୍କିଆ ପ୍ଲାନ୍ :
ଏୟାରଟେଲର ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୧Gbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ୨୯ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି । ଏଥିରେ ମଧ୍ୟ ତିନୋଟି ଆଡିସ୍ନାଲ ଆପ୍ ଯାହା – Apple TV+, Netflix ଏବଂ Amazon Prime ର ମଧ୍ୟ ଆକ୍ସେସ୍ ମିଳିବ ।