ଏୟାରଟେଲର ଜବରଦସ୍ତ ପ୍ଲାନ୍ସ, ଥରେ ରିଚାର୍ଜରେ ଚାଲିବ ୪ ଜଣଙ୍କ ସିମ୍ ତାସହ ଆହୁରି ଅନେକ ଫିଚର୍ସ
ଭାରତୀ ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ସବୁଠାରୁ ବଡ ଟେଲିକମ କମ୍ପାନୀ । କମ୍ପାନୀ ୟୁଜର୍ସଙ୍କୁ ଅନେକ ପ୍ରକାରର ପ୍ଲାନ୍ସ ଅଫର କରିଥାଏ। ଏୟାରଟେଲ ୟୁଜର୍ସ ମାନଙ୍କୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ ସର୍ଭିସ ଉପଲବ୍ଧ ମଧ୍ୟ କରୁଛି । ଏହାର ୨ଟି ପ୍ଲାନ ସହିତ ଆପଣଙ୍କୁ ମେଜର ଓଟିଟି ସବସ୍କ୍ରିପସନ ମଧ୍ୟ ମିଳିବ । ଯଦିଓ ଏୟାରଟେଲ ବର୍ତ୍ତମାନ ୨ଟି ପ୍ଲାନ ସହ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡ଼ିଓ ଏବଂ ଡିଜନୀ ପ୍ଲସ୍ ହଟଷ୍ଟାରର ସବସ୍କ୍ରିପସନ୍ ମଧ୍ୟ ଦେଉଛି । ଏହି ପ୍ଲାନ ସହିତ ଆପଣ ପଇସା ମଧ୍ୟ ବଂଚାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ୨ଟି ପ୍ୟାକ ବିଷୟରେ ।
ଏୟାରଟେଲର ୧୧୯୯ ଟଙ୍କିଆ ପ୍ଲାନ୍
ଏୟାରଟେଲର ୧୧୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ ମେଜର ଓଟିଟି ବେନିଫିଟ୍ସ ସହିତ ଆସୁଛି । ଏହି ପ୍ଲାନ ସହିତ ସିମ୍ ୟୁଜର୍ସଙ୍କୁ Netflix, Amazon Prime Video और Disney+ Hotstar ଦିଆଯାଇଥାଏ । ଏଥିରେ ୧ ରେଗୁଲାର ଏବଂ ୩ ଏଣ୍ଡ ଆନ କନେକ୍ସନ ମିଳୁଛି ।
ଏହି ପ୍ଲାନ ସହିତ 150GB ଡାଟା ଏବଂ ସବୁ ଏଣ୍ଡ-ଅନ୍ କନେକସନ ସହିତ 30GB ଡାଟା ଦିଆଯାଉଛି । ଏହାସହ 200GB ଡାଟା ପର୍ଯ୍ୟନ୍ତ ରୋଲଓଭର ମିଳୁଛି । ଖାଲି ସେତିକି ନୁହଁ, ଅନଲିମିଟେଡ୍ ଭଏସ କଲିଂ ଏବଂ ଡେଲି କଲିଂ ଏବଂ ୧୦୦ ମେସେଜ ମିଳୁଛି ।
ତେବେ ପ୍ଲାନ ସହିତ ଆମାଜନ ପ୍ରାଇମ ଭିଡ଼ିଓ ୬ମାସ ପର୍ଯ୍ୟନ୍ତ ମିଳିଥାଏ। ଏଥିରେ ନେଟ ଫ୍ଲିକ୍ସ ବେସିକ ଏବଂ ଡିଜନୀ + ହଟଷ୍ଟାର ମୋବାଇଲ ଏକ ବର୍ଷ ପର୍ଯ୍ୟନ୍ତ ମିଳିଥାଏ। ଏହାସହ ଏହି ପ୍ଲାନ ସହିତ wynk premiumର ସବସ୍କ୍ରିପସନ ମଧ୍ୟ ଦେଉଛି କମ୍ପାନୀ।
ଏୟାରଟେଲର ୧୪୯୯ ଟଙ୍କିଆ ପ୍ଲାନ୍
ଏୟାରଟେଲର ୧୪୯୯ ଟଙ୍କାର ପୋଷ୍ଟପେଡ ଗୋଟିଏ ରେଗୁଲାର ଏବଂ ଚାରୋଟି ଫ୍ୟାମିଲି ଏଣ୍ଡ-ଅନ୍ କନେକସନ ସହିତ ଆସୁଛି । ୟୁଜର୍ସ ମାନଙ୍କୁ ପ୍ରତି ମାସରେ 200GB ଡାଟା ଏବଂ ସବୁ ଏଣ୍ଡ-ଆନ କନେକସନ ପାଇଁ 30GB ଡାଟା ଦିଆଯାଇଥାଏ । ଏଥିରେ ୨୦୦ଜିବି ଡାଟା ରୋଲଓଭର ଦିଆଯାଉଛି ।
ଏହାସହିତ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଦିଆଯାଉଛି। ଏହି ପ୍ଲାନ୍ ସହିତ ଆମାଜନ ପ୍ରାଇମ୍ ଭିଡିଓ ୬ମାସ ପର୍ଯ୍ୟନ୍ତ ନିଳିବ । ସେହିପରି ନେଟଫ୍ଲିକ୍ସ ଷ୍ଟାଣ୍ଡାର୍ଡ ସବସ୍କ୍ରିପସନ ବର୍ଷ ପାଇଁ ଡିଜନୀ ଏବଂ ହଟଷ୍ଟାର ମୋବାଇଲ ସହ ମିଳୁଛି ।