Airtel ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ୨୦୦ ଟଙ୍କାରୁ କମ୍ ରହିଛି ଏହି ପ୍ଲାନ୍

Airtel ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । କମ୍ପାନୀର ବର୍ତ୍ତମାନ ପ୍ରାୟ ୩୮ କୋଟି ମୋବାଇଲ୍ ୟୁଜର୍ସ ଅଛନ୍ତି । Airtel ର ପୋର୍ଟଫୋଲିଓରେ ନିଜର ୟୁଜର୍ସଙ୍କ ପାଇଁ ଅନେକ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ରିଚାର୍ଜ ପ୍ଲାନ୍ ରହିଛି । କମ୍ପାନୀ ନିକଟରେ ନିଜର 2G ୟୁଜର୍ସଙ୍କ ପାଇଁ ବିନା ଡାଟା ଥିବା ଭଏସ୍ ଓନଲି ପ୍ଲାନ୍ ଉପସ୍ଥାପନ କରିଛି, ଯେଉଁଥିରେ ୟୁଜର୍ସଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଅଫର କରାଯାଇଥାଏ । ସେହିଭଳି ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ କମ୍ପାନୀର ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ଏକ ଶସ୍ତ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ସହିତ ଡାଟାର ବେନିଫିଟ୍ ମଧ୍ୟ ମିଳିଥାଏ ।
୨୦୦ ଟଙ୍କାରୁ କମ୍ ରିଚାର୍ଜ ପ୍ଲାନ୍ :
Airtel ର ଏହି ରିଚାର୍ଜ ପ୍ଲାନରେ ୧୯୯ ଟଙ୍କାର ଉପଲବ୍ଧ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ବେନିଫିଟ୍ସ ବିଷୟରେ କହିବାକୁ ଗଲେ, କମ୍ପାନୀ ଏଥିରେ ୟୁଜର୍ସଙ୍କୁ ପୁରା ଭାରତରେ କଲ୍ କରିବା ପାଇଁ ଅନଲିମିଟେଡ୍ କଲିଂ ଅଫର କରିଥାଏ । ଏହା ବ୍ୟତୀତ ୟୁଜର୍ସଙ୍କୁ ପୁରା ଦେଶରେ ଫ୍ରି ନ୍ୟାସନେଲ୍ ରୋମିଙ୍ଗ ମଧ୍ୟ ଅଫର କରାଯାଇଥାଏ । Airtel ର ଏହି ପ୍ଲାନ୍ ୨୮ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏଥିରେ ୟୁଜର୍ସଙ୍କୁ ମୋଟ୍ ୨GB ଡାଟା ପ୍ରଦାନ କରାଯାଉଛି । ଏହି ପ୍ଲାନରେ Airtel ୟୁଜର୍ସଙ୍କୁ ପ୍ରତିଦିନ ୧୦୦ ଫ୍ରି SMS ର ମଧ୍ୟ ସୁବିଧା ମିଳିବ । ଏହା ହେଉଛି କମ୍ପାନୀର ସବୁଠାରୁ ଶସ୍ତା ଅନଲିମିଟେଡ୍ ପ୍ଲାନ୍, ଯାହାର ଭ୍ୟାଲିଡିଟି ୨୮ ଦିନ ରହିଛି ।
ଦୈନିକ ୧.୫ GB ଡାଟା ସହିତ ପ୍ଲାନ୍ :
ଭାରତୀୟ Airtel ନିଜର ୟୁଜର୍ସଙ୍କ ପାଇଁ ୨୮ ଦିନର ଭ୍ୟାଲିଡିଟି ସହିତ ଆଉ ଏକ ପ୍ଲାନ୍ ଅଫର କରୁଛି, ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ ଭଏସ୍ କଲିଂର ବେନିଫିଟ୍ ପାଇପାରିବେ । Airtel ର ଏହି ରିଚାର୍ଜ ପ୍ଲାନରେ ଫ୍ରି ନ୍ୟାସନାଲ୍ ରୋମିଙ୍ଗ ମଧ୍ୟ ଉପଲବ୍ଧ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ପ୍ରତିଦିନ ୧.୫ GB ହାଇ-ସ୍ପିଡ୍ ଡାଟା ଅଫର କରାଯାଇଥାଏ । ଏହା ସହିତ ୟୁଜର୍ସଙ୍କୁ ପ୍ରତିଦିନ ୧୦୦ ଫ୍ରି SMS ର ସୁବିଧା ମଧ୍ୟ ମିଳିବ । ଏହି ରିଚାର୍ଜ ପ୍ଲାନରେ Airtel ନିଜର ୟୁଜର୍ସମାନଙ୍କୁ କମ୍ଲିମେଣ୍ଟାରୀ ସର୍ଭିସେଜ୍ ମଧ୍ୟ ଅଫର କରିଥାଏ । କମ୍ପାନୀର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ୩୪୯ ଟଙ୍କାରେ ଆସିଥାଏ । ଏଥି ପାଇଁ ୟୁଜର୍ସଙ୍କୁ ଦୈନିକ ପ୍ରାୟ ୧୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।