ୟୁଜର୍ସଙ୍କୁ ଖୁସି କଲା Airtel ର ଏହି ୭ଟି ରିଚାର୍ଜ ପ୍ଲାନ୍, ମିଳିବ ଅନଲିମିଟେଡ୍ ଡାଟା

ଗତ ବର୍ଷ ଜୁଲାଇରେ Airtel ନିଜର ମୋବାଇଲ୍ ଟାରିଫକୁ ମହଙ୍ଗା କରିଥିଲା । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ପୁଣିଥରେ ଏହାର ପ୍ଲାନଗୁଡିକ ମହଙ୍ଗା କରିବାକୁ ସଂଙ୍କେତ ଦେଇଛି । ହେଲେ ବୃହତ୍ତମ Airtel ନିଜର ୟୁଜର୍ସମାନଙ୍କୁ ଅନେକ ଶସ୍ତା ପ୍ଲାନ୍ ମଧ୍ୟ ଅଫର କରିଥାଏ, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ, ଡାଟା ସମେତ ଅନେକ ସୁବିଧା ମିଳିଥାଏ । Airtel ର ୧୦୦ ଟଙ୍କାରୁ କମ୍ ମୂଲ୍ୟର ୭ଟି ରିଚାର୍ଜ ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ ଡାଟା ପ୍ରଦାନ କରାଯାଉଛି ।

୯୯ ଟଙ୍କାର ପ୍ଲାନ୍ :

Airtel ର ଏହି ରିଚାର୍ଜ ପ୍ଲାନ୍ ହେଉଛି ଏକ ଡାଟା ଓନଲି ପ୍ଲାନ୍ । ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଡାଟା ଅଫର କରାଯାଇଥାଏ । ଏହି ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୨ ଦିନ ପାଇଁ ରହିଛି । ଏଥିରେ ୟୁଜର୍ସଙ୍କୁ ଦୈନିକ ୨୦ GB ହାଇ ସ୍ପିଡ୍ ଡାଟା ଅଫର କରାଯାଇଥାଏ । ୟୁଜର୍ସମାନେ ସେମାନଙ୍କର ଯେକୈଣସି ଏକଜିଷ୍ଟିଂ ପ୍ଳାନ୍ ସହିତ ଏହି ପ୍ରିପେଡ୍ ପ୍ଲାନ ବ୍ୟବହାର କରିପାରିବେ ।

୭୭ ଟଙ୍କାର ପ୍ଲାନ୍ :

ଭାରତୀ Airtel ର ଏହି ପ୍ଲାନ୍ ମଧ୍ୟ ଏକ ଡାଟା ପ୍ଲାନ୍, ଯେଉଁଥିରେ ୟୁଜର୍ସଙ୍କୁ ୫ GB ଡାଟା ଅଫର କରାଯାଇଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ୭ ଦିନର ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନକୁ ମଧ୍ୟ ୟୁଜର୍ସ ନିଜର ପୂର୍ବରୁ ଥିବା ପ୍ଲାନ୍ ସହିତ ଏହି ପ୍ଲାନ୍ ବ୍ୟବହାର କରିପାରିବେ ।

୪୯ ଟଙ୍କାର ପ୍ଲାନ୍ :

Airtel ର ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ଅନଲିମିଟେଡ୍ ଡାଟା ମଧ୍ୟ ପ୍ରଦାନ କରାଯାଉଛି । ଏହି ରିଚାର୍ଜ ପ୍ଲାନରେ ଭ୍ୟାଲିଡିଟି ମାତ୍ର ଗୋଟିଏ ଦିନ ରହୁଛି । ଏଥିରେ ୟୁଜର୍ସମାନଙ୍କୁ ମୋଟ୍ ୨୦ GB ହାଇ ସ୍ପିଡ୍ ଡାଟା ଅଫର କରାଯାଉଛି ।

୩୩ ଟଙ୍କାର ପ୍ଲାନ୍ :

Airtel ର ଏହି ପ୍ଲାନ ୨ GB ଡାଟା ସହିତ ଆସିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ଗୋଟିଏ ଦିନର ଭ୍ୟାଲିଡିଟି ମିଳିଥାଏ । ଏହା ମଧ୍ୟ ଏକ ଡାଟା ପ୍ଲାନ୍, ଯାହାକୁ ଯେକୈଣସି ପୂର୍ବରୁ ଥିବା ପ୍ଲାନ୍ ସହିତ ବ୍ୟବହାର କରାଯାଇପାରିବ ।

୨୬ ଏବଂ ୨୨ ଟଙ୍କାର ପ୍ଲାନ୍ :

ଭାରତୀ Airtel ର ୨୬ ଟଙ୍କାର ପ୍ଲାନରେ ୟୁଜର୍ସମାନଙ୍କୁ ୧.୫ GB ଡାଟା ମିଳୁଛି । ଏହି ପ୍ଲାନରେ ଭ୍ୟାଲିଡିଟି ମଧ୍ୟ ଗୋଟିଏ ଦିନ । ସେହିଭଳି ୨ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ୧ GB ଡାଟା ମିଳୁଛି ।

୧୧ ଟଙ୍କାର ପ୍ଲାନ୍ :

Airtel ର ଏହି ପ୍ଲାନ୍ ମଧ୍ୟ ଅନଲିମିଟେଡ୍ ଡାଟା ସହିତ ଆସିଥାଏ । ଏହି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ ଇଣ୍ଟରନେଟ୍ ଆକ୍ସେସ୍ କରିପାରିବେ । ଏହି ପ୍ରିପେଡ୍ ପ୍ଲାନର ଭ୍ୟାଲିଡିଟି ୧ ଘଣ୍ଟା ରହିଛି । ଏହି ପ୍ଲାନକୁ ପୂର୍ବରୁ ଥିବା ପ୍ଲାନ୍ ସହିତ ମଧ୍ୟ ବ୍ୟବହାର କରିପାରିବେ ।