Airtelର ବର୍ଷିକିଆ ପ୍ରିପେଡ ପ୍ଳାନ, ଦୈନିକ ୫ ଟଙ୍କାରୁ ବି କମ ଦାମରେ ପାଆନ୍ତୁ ଏତେ ସବୁ ବେନିଫିଟ୍ସ

ଯଦି ଆପଣ ଏୟାରଟେଲ ୟୁଜର, ତେବେ ଏହି ଖବର ଆପଣଙ୍କ ପାଇଁ.. ଏୟାରଟେଲ ଏବେ ନିଜ ପ୍ରିୟ ଗ୍ରାହକଙ୍କ ପାଇଁ ନେଇ ଆସିଛି ବଢ଼ିଆ ପ୍ଲାନ। ଯେଉଁଥିରେ ପ୍ରତିଦିନ ଆପଣଙ୍କୁ ୫ଟଙ୍କାରୁ ବି କମ ଦାମରେ ଅଧିକ ବେନିଫିଟ୍ସ ମିଳିବ। ଜାଣିଲେ ଆପଣ ବି ଚାହିଁବେ ଏହାର ଫାଇଦା ଉଠାଇବାକୁ..
ଏୟାରଟେଲ ଭାରତର ଦ୍ୱିତୀୟ ବଡ଼ ଟେଲିକମ ଅପରେଟର। ଏୟାରଟେଲର ସିଧା ଟକ୍କର ଜିଓ ସହିତ ହୋଇଥାଏ। ଗୋଟିଏ ପଟେ ଜିଓ ନିଜ ଗ୍ରାହକଙ୍କୁ କମ ଦାମରେ ଅଧିକ ବେନିଫିଟ୍ସ ଦେବାର ମୌକା ଛାଡ଼ୁନଥିବା ବେଳେ ଏୟାରଟେଲ ମଧ୍ୟ କୌଣସି ଥିରେ ପଛରେ ରହୁନାହିଁ। ନିଜ ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏୟାରଟେଲ ମଧ୍ୟ ବଢ଼ିଆ ପ୍ଲାନ ନେଇ ଆସୁଛି। ଯଦି ଆପଣ ବି ଏୟାରଟେଲ ୟୁଜ କରୁଛନ୍ତି ତେବେ ଆମେ ଆପଣଙ୍କୁ ଏପରି ଏକ ପ୍ଲ ।ନ ସମ୍ପର୍କରେ କହିବୁ ଯାହା କମ ଦାମରେ ବର୍ଷେ ପର୍ଯ୍ୟନ୍ତ ଚାଲିବ। ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହା ଭାଲିଡିଟି ସହିତ ଦେଉଛି ଅନେକ ବେନିଫିଟ୍ସ।
ଏୟାରଟେଲ ୟୁଜର୍ସଙ୍କୁ ୧୭୯୯ ଟଙ୍କାରେ ପ୍ରିପେଡ ପ୍ଳାନ ଅଫର କରୁଛି। ଏହି ପ୍ଲାନ ୩୬୫ ଦିନ ର ସର୍ଭିସ ଭାଲିଡିଟି ସହିତ ଆସୁଛି। ଏହା ଅନଲିମିଟେଡ ଭୟସ କଲିଂ ଓ ୨୪ଜିବି ଡାଟା ସହିତ ମୋଟ ୩୬୦୦ ଏସଏମଏସ୍ ପ୍ରଦାନ କରୁଛି। ଏହି ଡାଟା ଲମ୍ପସମ ନେଚର ର ହୋଇଥାଏ। ମାନେ ଆପଣଙ୍କୁ ଏଥିରେ ୨ଜିବି କିମ୍ବା ୩ ଜିବି ଡାଟା ଡେଲି ଡାଟା ରେ ସୀମିତ ରଖିବାର ଚିନ୍ତା କରିବାର ଆବଶ୍ୟକତା ନାହିଁ।

ଏୟାରଟେଲର ଏହି ପ୍ଳାନ ଅନ୍ୟ କୌଣସି ଡାଟାଳ ପ୍ରଦାନ କରିନଥାଏ। ମାନେ ଯେତେବେଳେ ଆପଣ ପ୍ରଥମେ ୨୪ ଜିବି ଡାଟା କଞ୍ଜ୍ୟୁମ କରିବେ ତେବେ ଆପଣଙ୍କ ମୋବାଇଲ ଡାଟାକୁ ଜାରି ରଖିବା ପାଇ ଁ ଏୟାରଟେଲ ର ୪ଜି ଡାଟା ଭାଉଚର ସହିତ ରିଚାର୍ଜ କରିବାକୁୁ ହେବ। ୨୪ଜିବି ଡାଟା ସରିଲେ ଆପଣଙ୍କୁ ଫ୍ରି ଡାଟା ମିଳିବନି। ଏଥିପାଇଁ ୫୦ ପଇସା ପ୍ରତି ଏମିବ ହିସାବରେ ଖର୍ଚ୍ଚ ହେବ। ଏହି ପ୍ଳାନ ସେହି ୟୁଜର୍ସଙ୍କ ପାଇଁ ଉପଯୁକ୍ତ ହେବ, ଯେଉଁମାନଙ୍କୁ ଅଧିକ ଡାଟାର ଆବଶ୍ୟକତା ନାହିଁ। ଯଦି ଆପଣ ଘରେ କିମ୍ବା ଅଫିସରେ କାମ କରୁଛନ୍ତି ଯେଉଁଠି ଆପଣଙ୍କୁ ବ୍ରଡବ୍ୟାଣ୍ଡ ଓ୍ଵାଇଫାଇ ର ସୁବିଧା ମିଳୁଛି ଆଉ ଆପଣ ମୋବାଇଲ ଡାଟାକୁ ଅଧିକ ବ୍ୟବହାର କରୁନାହାନ୍ତି ତେବେ ଏହି ଯୋଜନାର ଫାଇଦା ଉଠାଇପାରିବେ।
ଏହା ସେହି ଲୋକଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ ଅଧିକ ଡାଟା ବ୍ୟବହାର କରୁନାହାନ୍ତି। ମାନେ କେବଳ ହ୍ଵାଟସଆପର ବ୍ୟବହାର କରୁଛନ୍ତି। ଏଥିରେ ଏୟାରଟେଲ ଅନ୍ୟ ସୁବିଧା ମଧ ୍ୟ ପ୍ରଦାନ କରୁଛି। ୟୁଜର ଆପୋଲୋ ୨୪/୭ ସର୍କିଲ, ଫାଷ୍ଟଟ୍ୟାଗରେ ୧୦୦ ଟଙ୍କାର କ୍ୟାସବ୍ୟାକ, ମାଗଣା କଲରଟ୍ୟୁନ ଓ ଓ୍ଵିଙ୍କ ମ୍ୟୁଜିକ ସୁବିଧା ଦେଉଛି। ଏହାର ୩୬୦୦ ଏସଏମଏସ୍ ଆକ୍ୟୁମେସନ ଭାବେ ଆସିନଥାଏ। ଗୋଟିଏ ଦିନରେ ୟୁଜର ଅଧିକ ତମ ଭାବେ ୧୦୦ ମେସେଜ ପଠାଇପାରିବେ। ଯଦି per day ହିସାକୁ ନେବା ତେବେ ଗୋଟିଏ ଦିନର ଦାମ ହେବ ୪.୯ ଟଙ୍କା। ମାନେ ପ୍ରତିଦିନ ୫ ଟଙ୍କାରୁ କମ ଖର୍ଚ୍ଚରେ ଆପଣ ଡାଟା , ୧୦୦ ଏସଏମଏସ୍ ଓ ଅନଲିମିଟେଡ କଲିଂ ସୁବିଧା ପାଇପାରିବେ।