୮୪ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍ ଆଣିଲା Airtel, କୋଟି କୋର୍ଟ ୟୁଜର୍ସଙ୍କ ଟେନସନ୍ ହେଲା ଦୂର

Airtel ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtel ରେ ବର୍ତ୍ତମାନ ପ୍ରାୟ ୩୮ କୋଟି ୟୁଜର୍ସ ଅଛନ୍ତି । କୋଟି କୋଟି ୟୁଜର୍ସଙ୍କ ବେନିଫିଟ ପାଇଁ କମ୍ପାନୀ ଅନେକ ରିଚାର୍ଜ ପ୍ଲାନ୍ ଅଫର କରିଥାଏ । Airtel ନିଜର ପୋର୍ଟଫୋଲିଓରେ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ ରଖିଛି, ଯାହାକି ୟୁଜର୍ସମାନଙ୍କୁ ପ୍ଲାନ୍ ବାଛିବାରେ କୈଣସି ଅସୁବିଧା ହେବ ନାହିଁ ।

ଯଦି ଆପଣ Airtel ର ସିମ୍ ବ୍ୟବହାର କରୁଛନ୍ତି ଏବଂ ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଟେନସନରେ ରହୁଛନ୍ତି, ତେବେ ଆପଣଙ୍କୁ ଦମଦାର୍ ପ୍ଲାନ୍ ବିଷୟରେ କହିବୁ । କିଛି ଦିନ ପୂର୍ବରୁ TRAI ଟେଲିକମ୍ କମ୍ପାନୀଗୁଡିକୁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ Airtel ତା’ର ୟୁଜର୍ସମାନଙ୍କ ପାଇଁ ଏକ ଦମଦାର୍ ପ୍ଲାନ୍ ଉପସ୍ଥାପନ କରିଛି ।

ଯଦି ଆପଣ Airtel ୟୁଜର୍ସ ଯାହାକୁ ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ ନାହିଁ ଏବଂ ଡାଟା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି, ତେବେ ଆପଣଙ୍କ ଟେନସନ୍ ବର୍ତ୍ତମାନ ଶେଷ ହୋଇଛି । TRAI ନିର୍ଦ୍ଦେଶକ୍ରମେ Airtel ଏପରି ଏକ ପ୍ଲାନ୍ ଆଣିଛି ଯେଉଁଥିରେ ୟୁଜର୍ସମାନଙ୍କୁ କେବଳ କଲିଂ ସୁବିଧା ଦିଆଯାଇଛି ।

Airtel ର ଜବରଦସ୍ତ ରିଚାର୍ଜ ପ୍ଲାନ୍ :

ଆପଣଙ୍କୁ ଯେଉଁ Airtel ପ୍ଲାନ୍ ବିଷୟରେ କହୁଛୁ ତାହାର ମୂଲ୍ୟ ୪୬୯ ଟଙ୍କା । ଏହା କେବଳ ଭଏସ ଏବଂ SMS ପ୍ଲାନ୍ ହୋଇଛି । ଅର୍ଥାତ୍ ଏଥିରେ ଆପଣଙ୍କୁ କେବଳ କଲ ଏବଂ SMS ସୁବିଧା ମିଳିବ । କମ୍ପାନୀ ଏଥିରେ ଡାଟା ପ୍ରଦାନ କରେ ନାହିଁ । Airtel ର ଏହି ରିଚାର୍ଜ ପ୍ଲାନ୍ ୮୪ ଦିନର ଲଙ୍ଗ ଭ୍ୟାଲିଡିଟି ପ୍ରଦାନ କରେ ।

ଅଫର୍ସ ବିଷୟରେ କହିବାକୁ ଗଲେ ଏହି ପ୍ଲାନରେ ଆପଣଙ୍କୁ ୮୪ ଦିନର ଲଙ୍ଗ ଭ୍ୟାଲିଡିଟି ମିଳିବ । ଆପଣ ଲୋକାଲ ଏବଂ STD ସମସ୍ତ ନେଟୱାର୍କରେ ଅନଲିମିଯେଟେଡ୍ ଫ୍ରି କଲିଂ କରିପାରିବେ । କମ୍ପାନୀ ୟୁଜର୍ସଙ୍କୁ କଲିଂ ସହିତ ଏଥିରେ ପୁରା ଭ୍ୟାଲିଡିଟି ପାଇଁ ମୋଟ୍ ୯୦୦ ଫ୍ରି SMS ମିଳିଥାଏ । ଏଥି ସହିତ କମ୍ପାନୀ ଏଥିରେ ଗ୍ରାହକଙ୍କୁ ଫ୍ରି ହେଲୋଟ୍ୟୁନ୍ସ ମଧ୍ୟ ଅଫର କରିଥାଏ ।