ସତ ନା ସ୍ବପ୍ନ! Airtel ଲଞ୍ଚ କରିବ ୫,୦୦୦ ଟଙ୍କାର ଶସ୍ତାର ନୂଆ 5G ଫୋନ୍

ଯଦି ଆପଣ ଚାହୁଁଛନ୍ତି ଶସ୍ତାରେ 5G ଫୋନ କିଣିବା ପାଇଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦେଶର ଦ୍ୱିତୀୟ ସର୍ବ ବୃହତ୍‌ ଟେଲିକମ୍‌ କମ୍ପାନି ଏୟାରଟେଲ ଆଣୁଛି ସବୁଠାରୁ ଶସ୍ତା ସ୍ମାର୍ଟ ଫୋନ ଯାହାର ମୂଲ୍ୟ ପାଖା ପାଖି ୫,୦୦୦ରୁ ୧୦,୦୦୦ ଟଙ୍କା ଭିତରେ ହେବ।
ଏୟାରଟେଲର ଏହି ଶସ୍ତା ସ୍ମାର୍ଟ ଫୋନ୍ ଆସନ୍ତା ବର୍ଷ ସୁଧା ଲଞ୍ଚ ହେଇଯିବ।

ତେବେ ଭାରତରେ ଏବେ ପର୍ଯ୍ୟନ୍ତ 5G ସ୍ମାର୍ଟ ଫୋନର ହାରାହାରି ମୂଲ୍ୟ ପାଖାପାଖି ୧୩,୦୦୦ ଟଙ୍କା ରହିଛି, ଯାହା ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ନିଶ୍ଚିତ ମହଙ୍ଗା ସାବ୍ୟସ୍ତ ହେଉଛି।

Xiaomi ଏବଂ Realme ଭଳି କମ୍ପାନି ସବୁ ଗ୍ରାହାକ ମାନଙ୍କ ସୁବିଧାକୁ ନଜରରେ ରଖି ୧୦,୦୦୦ ରେଞ୍ଜ ଭିତରେ 5G ଫୋନ ତିଆରି କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଶାସ୍ତା 5G ଫୋନ ରେସ୍‌ରେ ଘରୋଇ କମ୍ପାନି ମଧ୍ୟ ପଛରେ ନାହାନ୍ତ । ଆଇଏମ୍‌ସି ୨୦୨୨ରେ ଲାଭା ତାର Lava Blaze 5G ସ୍ମାର୍ଟ ଫୋନ୍‌ କୁ ଲଞ୍ଚ କରିଛି, ଏପର୍ଯ୍ୟନ୍ତ କମ୍ପାନି ଏହାର ମୂଲ୍ୟ ନିର୍ଦ୍ଧାରଣ ନ କରିଥିବା ବେଳେ ,ଏହାର ମୂଲ୍ୟ ୧୦,୦୦୦ ଟଙ୍କାରୁ କମ୍‌ ହେବ ବୋଲି କୁହାଯାଇଛି। Lava Blaze 5G ର ବିକ୍ରି ଦିଓ୍ଵାଲି ଠାରୁ ଆରମ୍ଭ ହେବ ବୋଲି କୁହାଯାଇଛି।

ଏଠାରେ ସୂଚନା ଥାଯେ ଇଣ୍ଡିଆ ମୋବାଇଲ କଂଗ୍ରେସ ରେ ଅକ୍ଟୋବର ୧ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ 5G ସେବାର ଉଦ୍‌ଘାଟନ କରିଛନ୍ତି। ଏହାର ଉଦ୍‌ଘାଟନ ସହିତ ଦେଶର ୮ ଟି ସହରରେ 5G ସେବା ସେବା ସାମିଲ କରା ଯାଇଛି। ଯେଉଁ ସହରଗୁଡ଼ିକରେ ଦିଲ୍ଲୀ, ମୁମ୍ବାଇ ଏବଂ ବାରଣାସୀ ଭଳି ସହର ସାମିଲ ଅଛି।

ଜିଓ’ର 5G ସର୍ଭିସ୍‌ ଦିଓ୍ଵାଲୀରେ ଲଞ୍ଚ ହେବାକୁ ଯାଉଥିବା ବେଳେ ୨୦୨୩ ମସିହା ର ଶେଷ ବେଳକୁ ଦେଶର କୋଣ କୋଣରେ 5G ସର୍ଭିସ୍‌ ପହଞ୍ଚି ଯାଇଥିବ। ଏକ ରିପୋର୍ଟ ଅନୁସାରେ ୨୦୨୨ର ଶେଷ ବେଳକୁ ଦେଶରେ 5G ସ୍ମାର୍ଟ ଫୋନ ୟୁଜର୍‌ସ ୭୦ ରୁ ୮୦ ମିଲିୟନ ଅର୍ଥାତ୍‌ ୮ କୋଟି ଛୁଇଁ ଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.