ନୂଆବର୍ଷରେ ଏୟାରଟେଲ ଦେଉଛି ୟୁଜର୍ସଙ୍କୁ 2GBର ମାଗଣା ଡାଟା, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ଯଦି ଆପଣ ଏୟାରଟେଲ ୟୁଜର ତେବେ ଆପଣଙ୍କ ପାଇଁ ଖୁସି ଖବର। କମ୍ପାନୀ ୟୁଜର୍ସଙ୍କୁ ଦେବ ମାଗଣା ଡାଟା। ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ନୂଆବର୍ଷରେ ମାଗଣା ଡାଟା ଦେଇ ୟୁଜର୍ସଙ୍କ ମନୋରଞ୍ଜନ କରାଇବ ଏୟାରଟେଲ ଟେଲିକମ କମ୍ପାନୀ। କେମିତି ଏହାର ଫାଇଦା ଉଠାଇବେ ଜାଣନ୍ତୁ…

ଏହି ମାଗଣା ଡାଟାର ଫାଇଦା କେବଳ ଏୟାରଟେଲ ୟୁଜର୍ସଙ୍କ ପାଇଁ ରହିଛି। କମ୍ପାନୀ ୟୁଜର୍ସଙ୍କୁ ମାଗଣାରେ ୨ଜିବି ପର୍ଯ୍ୟନ୍ତ ମାଗଣା ଡାଟା ଅଫର କରୁଛି। କିନ୍ତୁ ଏହାକୁ ପାଇବା ପାଇଁ କମ୍ପାନୀ କିଛି ସର୍ତ୍ତ ରଖିଛି। ଏହି ଫ୍ରି ଡାଟା କେବଳ ସେହିମାନଙ୍କୁ ମିଳିବ। ଯେଉଁମାନେ ଏୟାରଟେଲ ଥ୍ୟାଙ୍କସ୍‌ ଆପ୍‌ ର ବ୍ୟବହାର କରୁଥିବେ। ଏୟାରଟେଲ ଥ୍ୟାଙ୍କସ୍‌ ଆପ୍‌ ଏକ ଇନ ହାଉସ୍‌ ଆପ୍‌। ଯାହା ଆଣ୍ଡ୍ରଏଡ ଓ ଆଇଓଏସ୍‌ ରେ ଉପଲବ୍ଧ ରହିଛି।

ଏହି ଆପ୍‌ ରେ ୟୁଜର ଏୟାରଟେଲ ଓ ତାର ପ୍ଲାନ ସମ୍ପର୍କରେ ଡିଟେଲରେ ଜାଣିପାରିବେ। କେବଳ କିଛି ବଛା ବଛା ପ୍ଲାନରେ ୟୁଜର୍ସ ଏହାର ଫାଇଦା ଉଠାଇପାରିବେ। ଏଥିରେ ଆପଣଙ୍କୁ ୨ଜିବିର ମାଗଣା ଡାଟା ମିଳିବ। ଯେଉଁଥିରେ ଟେଡ ପ୍ରିପେଡ ପ୍ଲାନ: ୨୬୫ ଟଙ୍କା, ୩୫୯ ଟଙ୍କା , ୫୪୯ ଟଙ୍କା, ୬୯୯ ଟଙ୍କା , ୭୧୯ ଟଙ୍କା ଓ ୮୩୯ ଟଙ୍କା ର ପ୍ଲାନ ସାମିଲ ରହିଛି। ଏଥିରେ ମାଗଣାରେ ୨ଜିବି ଡାଟାର ଲାଭ ଉଠାଇପାରିବେ।

ଏୟାରଟେଲ ର କହିବା ଅନୁଯାୟୀ ୟୁଜର ଏୟାରଟେଲ ଏକ୍ସ ଷ୍ଟ୍ରିମ ମୋବାଇଲ ପ୍ୟାକର ମାଗଣା ଲା ଭ ଉଠାଇବେ। ଏହି ପ୍ଲାନରେ ପ୍ରତି ମାସରେ ଫାଷ୍ଟାଗ ରେ ୧୦୦ ଟଙ୍କା କ୍ୟାସବ୍ୟାକ , ଫ୍ରି ଓ୍ଵିଙ୍କ ମ୍ୟୁଜିକ ଓ ଏୟାରଟେଲ ହେଲୋଟ୍ୟୁନର ସୁବିଧା ପାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଏୟାରଟେଲ ଥ୍ୟାଙ୍କସ ଅପ୍‌ ର ବ୍ୟବହାର କରିବାକୁ ହେବ।

ଏବେ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏୟାରଟେଲ ଡିଜିଟାଲ ପ୍ଳାଟଫର୍ମର ବେଶି ବ୍ୟବହାର କରୁଛି। ପ୍ରମୋଟ ମଧ୍ୟ କରୁଛି। ଏହି ଆପ୍‌ ରେ ଆପଣଙ୍କ ସବୁ କାମ ଅତି ସହଜ ହୋଇଯିବ। ଆପ୍‌ ରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଭାରତୀ ଏୟାରଟେଲ ର ବ୍ରେକିଂ ସହାୟକ କମ୍ପାନୀ . ଏୟାରଟଲ ସପ୍‌, ଡିସ୍କବର ଓ ହେଲ୍ପ ସେକ୍ସନ ରହିଛି। ଏହି ଆପ୍‌ କୁ ଗୁଗଲ ପ୍ଲେ ଷ୍ଟୋରରେ ୧୦୦ ମିଲିୟନ ରୁ ଅଧିକ ଡାଉନଲୋଡ କରିଛନ୍ତି। ଏଥିରେ ୪.୪ ରେଟିଙ୍ଗସ୍‌ ମଧ୍ୟ ଅଛି। ଆପ୍‌ଲ ଷ୍ଟୋରରେ ୪.୨ ରେଟିଂ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.