ଲଞ୍ଚ୍ ହେଲା ‘ଏୟାରଟେଲ୍ ୱାର୍ଲ୍ଡ ପାସ୍’ : ଏଣିକି ୧୮୪ ଦେଶ ଯାତ୍ରା ପାଇଁ ହେବ ଗୋଟିଏ ପ୍ୟାକ୍, ଜାଣନ୍ତୁ ଏହାର ଦାମ୍ ଓ ଫିଚର୍ସ

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତ ଏୟାରଟେଲ୍ ‘ଏୟାରଟେଲ୍ ୱାର୍ଲ୍ଡ ପାସ୍’ ଲଞ୍ଚ କରିବାକୁ ଘୋଷଣା କରିଛି। କମ୍ପାନୀ କହିବା ଅନୁଯାୟୀ ଏୟାରଟେଲ୍ ୱର୍ଲ୍ଡ ପାସ୍ ୧୮୪ ଦେଶରେ ଯାତ୍ରା ପାଇଁ ଗୋଟିଏ ପ୍ୟାକ୍ ହେବ । ଯଦି ଆପଣ ଏକାଧିକ ଦେଶ ଯାତ୍ରା କରୁଛନ୍ତି ତେବେ ଗୋଟିଏ ପ୍ୟାକ୍ ଏବେ ଆପଣଙ୍କ ସମସ୍ତ ରୋମିଂ ଆବଶ୍ୟକତାକୁ ପୁରା କରିବ ।

airtel

ଗୋଟିଏ ଦିନର ବୈଧତା ସହିତ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ବିକଳ୍ପ ପାଇଁ ‘ଏୟାରଟେଲ ୱାର୍ଲ୍ଡ ପାସ୍’ ଡାଟା ପ୍ୟାକ୍ ୬୪୯ ରୁ ଆରମ୍ଭ ହୋଇଥାଏ । ଏଥିରେ ୧୦୦ ମିନିଟର କଲିଂ ଅନଲିମିଟେଡ଼ ଡାଟା ମିଳିଥାଏ (୫୦୦MB ହାଇ ସ୍ପିଡ୍) । ୧୪,୯୯୯ ଟଙ୍କା ପ୍ୟାକ୍ ରେ ଅନଲିମିଟେଡ଼ ଡାଟା (୧୫ ଜିବି ହାଇ ସ୍ପିଡ୍) ଏବଂ ୩୬୫ ଦିନର ବୈଧତା ସହିତ (ପୋଷ୍ଟପେଡ୍) ସହିତ ୩୦୦୦ ମିନିଟ୍ କଲିଂ ସୁବିଧା ପ୍ରଦାନ କରିବ ।

କମ୍ପାନୀ କହିଛି କି ଏଥିରେ ୟୁଜର୍ସଙ୍କୁ ଅନେକ ଦେଶ ବା ଟ୍ରାଞ୍ଜିଟ୍ ଏୟାରପୋର୍ଟ୍ସରେ ପ୍ୟାକ୍ କିଣିବା ଆବଶ୍ୟକ ପଡ଼ିବନି । ଭାରତୀ ଏୟାରଟେଲର କଞ୍ଜ୍ୟୁମର ବିଜନେସ୍ ଡାଇରେକ୍ଟର ଶାଶ୍ୱତ ଶର୍ମା କହିଛନ୍ତି କି ଏହା ଆମର ଗ୍ରାହକଙ୍କୁ ସାରା ବିଶ୍ୱ ପାଇଁ ଗୋଟିଏ ପ୍ୟାକ୍ ପ୍ରଦାନ କରିଥାଏ । ଜରୁରିକାଳୀନ ସମୟରେ ଏହା ବହୁତ ସହାୟକ ହେବ ।

 

Leave A Reply

Your email address will not be published.