ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏୟାରଟେଲ୍ ର ବଢ଼ିଆ ପ୍ଲାନ୍, ମିଳିବ OTT ଆପ୍ସର ମାଗଣା ସବସ୍କ୍ରିପସନ୍

ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଏୟାରଟେଲ୍ ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଅନେକ ପ୍ରକାରର ଶସ୍ତା ଏବଂ ଦାମୀ ରିଚାର୍ଜ ପ୍ଲାନ୍ ଦେଉଛି । କମ୍ପାନୀ ନିଜ ଗ୍ରାହକମାନଙ୍କ ସୁବିଧା ପାଇଁ ସବୁବେଳେ ନୂଆ ସର୍ଭିସ ଯୋଗାଉଛି । ବର୍ତ୍ତମାନ କମ୍ପାନୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀ ସହିତ ପାର୍ଟନରସିପ୍ କରିଛି ଯାହା ଦ୍ଵାରା ଦୁର୍ଗମ ଅଞ୍ଚଳରେ ମଧ୍ୟ ୟୁଜର୍ସଙ୍କୁ ଇଣ୍ଟରନେଟ୍ କନେକ୍ସନ୍ ଯୋଗାଇ ଦିଆଯାଇପାରିବ। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏୟାରଟେଲ୍ ଅନେକ ପ୍ଲାନରେ OTT ଆପ୍ ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ମାଗଣା କଲିଂ ସହିତ ଲୋକପ୍ରିୟ OTT ଆପ୍ସର ମାଗଣା ସବସ୍କ୍ରିପସନ୍ ମିଳିବ।

ଆପଣଙ୍କୁ କହି ରଖୁଛୁ ଯେ ଏୟାରଟେଲ ନିଜ ରିଚାର୍ଜ ପ୍ଲାନର ମୂଲ୍ୟ ବଢ଼ାଇବା ପର ଠାରୁ, କମ୍ପାନୀ ନିଜ ପୋର୍ଟଫୋଲିଓରେ ଲମ୍ବା ଭ୍ୟାଲିଡିଟି ପ୍ଲାନ ସଂଖ୍ୟାକୁ ବୃଦ୍ଧି କରିଛି। ଏବେ ଅଧିକାଂଶ ପ୍ଲାନରେ ଗ୍ରାହକମାନଙ୍କୁ ଗୋଟିଏ ମାସରୁ ଅଧିକ ଭ୍ୟାଲିଡିଟି ଅଫର ଦିଆଯାଉଛି । ଯଦି ଆପଣ ମଧ୍ୟ ବାରମ୍ବାର ମାସିକ ପ୍ଲାନର ଟେନସନରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ପ୍ଲାନର ଲାଭ ଉଠାଇପାରିବେ ।

ଏୟାରଟେଲ୍ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଢ଼ିଆ ଶସ୍ତା ୮୪ ଦିନର ପ୍ଲାନ୍ ଆଣିଛି । ଏହାର ମୂଲ୍ୟ ମାତ୍ର ୧,୧୯୯ ଟଙ୍କା । ଏହି ପ୍ରିପେଡ୍ ପ୍ଲାନରେ, କମ୍ପାନୀ ସମସ୍ତ ଲୋକାଲ୍ ଏବଂ ଏସଟିଡି ନେଟୱାର୍କରେ ଗ୍ରାହକମାନଙ୍କୁ ୮୪ ଦିନ ପାଇଁ ଅନଲିମିଟେଡ୍ ଫ୍ରି କଲିଂ ଦେଉଛି । ଏବେ ଆପଣ ବିନା ଟେନସନରେ ସମ୍ପର୍କୀୟଙ୍କୁ ଅନଲିମିଟେଡ୍ କଲିଂ କରିପାରିବେ । ଏହି ପ୍ଲାନରେ ୮୪ ଦିନ ପାଇଁ ପ୍ରତିଦିନ ୧୦୦ଟି ମାଗଣା SMS ମଧ୍ୟ ଦିଆଯାଉଛି ।

ଏୟାରଟେଲ୍ ର ଏହି ପ୍ଲାନରେ ଉପଲବ୍ଧ ଥିବା ଡାଟା ବିଷୟରେ କହିବାକୁ ଗଲେ, ଅଧିକ ଡାଟା ଚାହୁଁଥିବା ଲୋକଙ୍କ ପାଇଁ ଏହି ପ୍ରିପେଡ୍ ପ୍ଲାନ୍ ବେଷ୍ଟ ହେବ । ଏୟାରଟେଲ୍ କୋଟି କୋଟି ୟୁଜର୍ସଙ୍କୁ ଏହି ପ୍ଲାନରେ ୮୪ ଦିନ ପାଇଁ ୨୧୦ GB ଡାଟା ଦେଉଛି । ଆପଣ ପ୍ରତିଦିନ ୨.୫GB ପର୍ଯ୍ୟନ୍ତ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଏହି ପ୍ଲାନରେ ଆପଣ 5G ନେଟୱାର୍କରେ ଅନଲିମିଟେଡ୍ 5G ଡାଟା ମଧ୍ୟ ବ୍ୟବହାର କରିପାରିବେ ।

ଯଦି ଆପଣ ଲାଟେଷ୍ଟ ଫିଲ୍ମ ଏବଂ ୱେବ୍ ସିରିଜ୍ ଦେଖିବାକୁ ପସନ୍ଦ କରନ୍ତି, ତେବେ ଏୟାରଟେଲ୍ ର ଏହି ପ୍ଲାନ୍ ଆପଣଙ୍କ ପାଇଁ ବେଷ୍ଟ । କାରଣ ଏହି ରିଚାର୍ଜ ପ୍ଲାନ୍ ଦ୍ବାରା ଏୟାରଟେଲ୍ ଏହାର ଗ୍ରାହକମାନଙ୍କୁ ୮୪ ଦିନ ପାଇଁ Amazon Prime ସବସ୍କ୍ରିପସନ୍ ମଧ୍ୟ ଦେଉଛି । ତେଣୁ OTT ରେ ଆପଣଙ୍କର ଅତିରିକ୍ତ ଖର୍ଚ୍ଚ ହେବ ନାହିଁ । କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ ଯେ ରିଚାର୍ଜ ପ୍ଲାନ୍ ରେ ଦିଆଯାଉଥିବା Amazon Prime ସବସ୍କ୍ରିପସନ୍ କେବଳ ଗୋଟିଏ ଡିଭାଇସ୍ ପାଇଁ ରହିବ ।

Also Read: BSNL ର କୋଟି କୋଟି ୟୁଜର୍ସଙ୍କୁ ମିଳିଲା ରିଲାକ୍ସ, ସାମ୍ନାକୁ ଆସିଲା ୩୩୬ ଦିନର ଶସ୍ତା ରିଚାର୍ଜ ପ୍ଲାନ୍