ଜାନୁଆରୀ ୨୬ରେ ଲଞ୍ଚ ହେବ ‘ଫୌଜି ଗେମ୍’, ଅକ୍ଷୟ କୁମାର ସେୟାର କଲେ ଆପ୍ ର ଆନ୍ଥେମ ଗୀତ

ଭାରତ ସରକାର ଅନେକ ଚୀନ ଆପ୍କୁ ବ୍ଯାନ କରିଦେଇଥିଲେ। ଏହି ଚୀନ ଆପ୍ ବନ୍ଦ ହେବା ପରେ ଅକ୍ଷୟ କୁମାର ଏକ ଗେମିଂ ଆପ୍ ଲଞ୍ଚ କରିଥିଲେ। ଯାହାର ନାମ ରଖାଯାଇଥିଲା ଫୌଜି। ଦେଶରେ ଏହି ଗେମର ଘୋଷଣା ସେହି ସମୟରେ ଆସିଥିଲା ଯେତେବେଳେ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା। ବ୍ଯାନ ହୋଇଥିବା ଆପ୍ ଲିଷ୍ଟରେ ପବଜି ସାମିଲ ଥିଲା। ଏହାପରେ ଦେଶରେ ଭାରତୀୟ ଗେମିଂ ଆପ୍ ଫୌଜି ଗେମ ର ଘୋଷଣା କରାଯାଇଥିଲା। ଏବେ ଏହି ଗେମର ଲଞ୍ଚିଂ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୬ରେ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏହି ଗେମକୁ ଲଞ୍ଚ କରାଯିବ। ଏବେ ଅକ୍ଷୟ କୁମାର ହି ଆପର ଆନ୍ଥେମ ଗୀତ ରିଲିଜ କରିଛନ୍ତି।

ଭାରତର ସ୍ବଦେଶୀ ଗେମ ଫୌଜିର ଦମଦାର ଆନ୍ଥେମ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର । ରବିବାର ଦିନ ଅକ୍ଷୟ କୁମାର ଏହି ଗେମର ଆନ୍ଥେମ ସେୟାର କରିବା ସହିତ ଗେମର ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ମଧ୍ୟ ଲିଙ୍କ ସେୟାର କରିଛନ୍ତି। ଏହି ଲିଙ୍କ ଦ୍ବାରା ୟୁଜର୍ସ ଗେମ ରେଜିଷ୍ଟ୍ରେସନ୍ କରିପାରିବେ। ସୂଚନାଯୋଗ୍ଯ, ଅନେକ ଦିନରେ ଅକ୍ଷୟ କୁମାର ଏହି ଗେମ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଲାଇଥିଲେ।

You might also like