ସାବଧାନ! ଟ୍ଵିଟରରେ ଗାଳିଗୁଲଜ କଲେ ଏବେ ବ୍ଲକ୍‌ ହୋଇଯିବ ଆକାଉଣ୍ଟ, ଆସିଲା ନୂଆ ଫିଚର

ଏବେ ଗାଳିଗୁଲଜ କଲେ ବନ୍ଦ ହୋଇଯିବ ଟ୍ଵିଟର ଆକାଉଣ୍ଟ। ଖରାପ ଭାଷା ବ୍ୟବହାର କଲେ ଟ୍ଵିଟର ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ୍‌ ହୋଇଯିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ୟୁଜରଙ୍କୁ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏଣୁ କମ୍ପାନୀ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରର ନାଁ ରହିଛି Safety Mode। କମ୍ପାନୀ ପକ୍ଷରୁ ସେଫ୍ଟି ମୋଡ୍‌ର ଟେଷ୍ଟିଂ ଆରମ୍ଭ କରାଯାଇଛି। ଏହି ଫିଚରରେ ଏଭଳି ୟୁଜର୍ସଙ୍କ ବିପକ୍ଷରେ ବଡ଼ ପଦକ୍ଷେପ ନିଆଯିବ ଯେଉଁମାନେ ଟ୍ଵିଟରରେ ଖରାପ ଭାଷା ବ୍ୟବହାର କରିଥାନ୍ତି। ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ…

ଟ୍ଵିଟରରେ ଲଞ୍ଚ୍‌ ହେବାକୁ ଥିବା Safety Mode ଫିଚର ଆସିବା ପରେ ଯଦି କେହି ଖରାପ କିମ୍ବା ଅଭଦ୍ର ଭାଷା ବ୍ୟବହାର କରିବ ତେବେ ୭ ଦିନ ମଧ୍ୟରେ ତାଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯିବ। ଏବେ ଏହି ଫିଚରର ଟେଷ୍ଟିଂ ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହା ରୋଲ୍‌ ଆଉଟ୍‌ ହେବ। ଯେଉଁ ୟୁଜର ପ୍ରାୟତଃ ଟ୍ଵିଟରରେ ଅପଶବ୍ଦ ବ୍ୟବହାର କରିଥାନ୍ତି, ସେମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ଟ୍ଵିଟର ପକ୍ଷରୁ ଏହି ଫିଚର ଲଞ୍ଚ୍‌ କରାଯାଉଛି।

ଟ୍ଵିଟରରେ ଅପଶବ୍ଦ ବ୍ୟବହାର କରୁଥିବା ୟୁଜର୍ସଙ୍କ ବିରୋଧରେ କମ୍ପାନୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏହି Safety Mode ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟଫର୍ମରେ ଲଞ୍ଚ୍‌ ହେବ। ତେବେ ପ୍ରଥମେ ଏହାକୁ ଲିମିଟେଡ୍‌ ୟୁଜର୍ସଙ୍କ ପାଇଁ ଲଞ୍ଚ୍‌ କରାଯିବ। ପରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.