WhatsApp ରେ ମିଳିବ କରୋନା ଭାଇରସ୍‌ ସମ୍ବନ୍ଧୀୟ ସମସ୍ତ ସୂଚନା, ସରକାର ଲଞ୍ଚ୍‌ କଲେ ହେଲ୍ପ ଡେସ୍କ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ଅପ୍‌ଡେଟ୍‌ ପାଇଁ ଭାରତ ସରକାର ଏକ ହେଲ୍ପ ଡେସ୍କ ଲଞ୍ଚ୍‌ କରିଛନ୍ତି। ହ୍ଵାଟ୍ସ ଆପ୍‌ରେ କରୋନା ଭାଇରସ୍‌ ସମ୍ବନ୍ଧିତ ସୂଚନା ପାଇଁ MyGov Corona ହେଲ୍ପ ଡେସ୍କ ଲଞ୍ଚ୍‌ ହୋଇଛି। ଚୀନ୍‌ର ବୁହାନ ସହରୁ ଆରମ୍ଭ ହୋଇଥିବା ଏହି ରୋଗ ଯୋଗୁ ସାରା ପୃଥିବୀରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପ୍ରଥମେ ଚୀନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ କିଛି ଦିନ ହେବ ଅଚାନକ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ସବୁଠାରୁ ଅଧିକା ଇଟାଲୀର ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଭାରତରେ ମଧ୍ୟ କରୋନର ପ୍ରଭାବ ଦେଖିବାକୁ ମିଳିଛି। ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ସରକାର ଓ ହ୍ଵାଟ୍ସଆପ୍‌ ମିଳିତ ଭାବେ ଏକ ନୂଆ ସୁବିଧା ଲଞ୍ଚ୍‌ କରିଛନ୍ତି, ଯାହା ଲୋକଙ୍କୁ କୋଭିଡ୍‌-୧୯ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବ।

whatsapp2

କରୋନା ଭାଇରସ୍‌କୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାକୁ କମ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଏକ ଅଫିସିଆଲ ଚାଟ୍‌ ବକ୍ସ ଲଞ୍ଚ କରିଛନ୍ତି, ଯାହା ୟୁଜର୍ସଙ୍କୁ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ମାଧ୍ୟମରେ ଏହି ରୋଗ ବିଷୟରେ ସମସ୍ତ ସୂଚନା ଦେବ।

WhatsApp

ସରକାରଙ୍କ ଦ୍ୱାରା ଲଞ୍ଚ୍‌ କରାଯାଇଥିବା ଏହି WhatsApp ଚାଟ୍‌ବକ୍ସର ନାମ MyGov Corona ଓ ଏହା ଭାରତର ସମସ୍ତ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ। ଏହି ଚାଟବକ୍ସ ଭାଇରସ୍‌ର ବ୍ୟାପିବା ସୂଚନା ସହ ଭାଇରାଲ ହେଉଥିବା ଭୁଲ ଖବର ବିଷୟରେ ମଧ୍ୟ ସଚେତନ କରିବ। ପ୍ରତିଦିନ ୟୁଜର୍ସଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ଭୁଲ ତଥ୍ୟ ମିଳୁଛି। ଏହା ଦ୍ୱାରା ଲୋକଙ୍କ ଭିତରେ ଭୁଲ ଖବର ପହଞ୍ଚୁଛି ଓ ଲୋକେ ଆତଙ୍କିତ ହୋଇପଡ଼ୁଛନ୍ତି। ଏଭଳିସ୍ଥିତିରେ ସରକାରଙ୍କ ଏହି ପଦକ୍ଷେପ ଲୋକଙ୍କୁ ସାହାଯ୍ୟ କରିବ।

ଏହି ସୁବିଧା ପାଇବା ପାଇଁ ୟୁଜରଙ୍କୁ ନିଜ ହ୍ଵାଟ୍ସଆପ୍‌ରେ ୯୦୧୩୧୫୧୫୧୫ ଫୋନ୍‌ ନମ୍ବର ସେଭ୍‌ କରିବାକୁ ପଡ଼ିବ ଓ ହ୍ଵାଟ୍ସ ଆପ୍‌ ମାଧ୍ୟମରେ MyGov Corona Helpdesk କୁ ଏହି ନମ୍ବରରେ ମେସେଜ୍‌ ପଠାଇବାକୁ ପଡ଼ିବ। ଏଭଳି କରିବା ଦ୍ୱାରା ୟୁଜରଙ୍କୁ କରୋନା ଭାଇରସ୍‌ ସମ୍ବନ୍ଧୀୟ ଠିକ୍‌ ସୂଚନା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.