ସରକାରଙ୍କ ନୂଆ ନିୟମ, ସବୁ ସିମ୍‌ କାର୍ଡ ୨୪ ଘଣ୍ଟା ପାଇଁ ରହିବ ବନ୍ଦ, ଜାଣନ୍ତୁ ସତ୍ୟ

ନୂଆଦିଲ୍ଲୀ : ଆଜିର ସୂଚନା ଓ ପ୍ରଯୁକ୍ତି ଯୁଗରେ ଗୋଟିଏ ଖବର ମିନିଟରେ ସାରା ବିଶ୍ୱକୁ ଭାଇରାଲ ହୋଇଯାଇପାରେ । ତେଣୁ କୌଣସି ଖବର ସତ୍ୟାସତ୍ୟ ନଜାଣି ଏହାକୁ ଗୋଟିଏ ଫୋନରୁ ଅନ୍ୟ ଫୋନକୁ ପଠାଇବା ଏକ ବଡ଼ ଭୁଲ୍‌ । ଫଳରେ ଏହା ସୋସିଆଲ ମିଡିଆରେ ଏକ ଖରାପ ପ୍ରଭାବ ପକାଇବା ସହ ଲୋକଙ୍କୁ ଭ୍ରମିତ କରିଦେଇପାରେ ।

ନିକଟରେ ଏକ ୟୁଟୁବ ଚ୍ୟାନେଲରେ ଖବର ଭାଇରାଲ ହେବାରେ ଲାଗିଥିଲା ଯେ ଭାରତ ସରକାରଙ୍କ ନୂଆ ନିୟମ ଅନୁଯାୟୀ ସମସ୍ତ ସିମ୍‌ କାର୍ଡ ୨୪ ଘଣ୍ଟା ପାଇଁ ବନ୍ଦ ରହିବ । ତେବେ ସରକାରଙ୍କ ପିଆଇବି ସଂସ୍ଥା ଏହାର ସତ୍ୟାସତ୍ୟ ସମ୍ପର୍କରେ ଏକ ଟ୍ଵିଟ ମାଧ୍ୟମରେ ଜଣାଇଛି ଯେ ଭାରତ ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଯଦି ଜଣେ ନୂଆ ସିମ କାର୍ଡ ପରିବର୍ତ୍ତନ କରନ୍ତି କିମ୍ବା ସ୍ୱାପ କରନ୍ତି, ତେବେ ସେବା ନୁହେଁ କେବଳ ଏସଏମଏସ୍‌ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରହିବ ।

ହେଲେ ଏହି ଖବରକୁ ଭୁଲ ଭାବେ ସୋସିଆଲ ମିଡିଆରେ ପରିବେଷଣ କରାଯାଇଥିବା ପିଆଇବି ଟ୍ଵିଟ୍‌ ପରେ ଜଣାପଡିଛି । ତେଣୁ କୌଣସି ଖବର ଅନ୍ୟକୁ ପଠାଇବା ପୂର୍ବରୁ କିମ୍ବା ଭାଇରାଲ କରିବା ପୂର୍ବରୁ ଖବରର ସତ୍ୟାସତ୍ୟ ସମ୍ପର୍କରେ ଯାଞ୍ଚ କରିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେଣୁ ସମସ୍ତ ସିମ କାର୍ଡ ୨୪ ଘଣ୍ଟା ବନ୍ଦ ରହିବା ନେଇ ରହିଥିବା ଖବର ଭ୍ରମାତ୍ମକ ବୋଲି ପିଆଇବି ପକ୍ଷରୁ ଏକ ଟ୍ଵିଟ୍‌ ଯୋଗେ ପ୍ରକାଶ ପାଇଛି ।