ଭାରତରେ ମାସିକିଆ ପ୍ରାଇମ ସବସ୍କ୍ରିପସନ ବନ୍ଦ କଲା Amazon, ଫ୍ରି ଟ୍ରାଏଲ ମଧ୍ୟ ବନ୍ଦ

ଅନଲାଇନ କମର୍ସ ଫ୍ଲିପକାର୍ଟ ଆମାଜନ ଭାରତରେ ନିଜର ମାସିକିଆ ପ୍ରାଇମ ମେମ୍ବରସିପ ସବସ୍କ୍ରିପସନକୁ ବନ୍ଦ କରିଦେଇଛି। କମ୍ପାନୀ କେବଳ ତିନି ମାସିଆ ଏବଂ ବର୍ଷିକିଆ ପ୍ଲାନ ଅଫର କରୁଛି। ଆମାଜନ ପ୍ରାଇମ ସବସ୍କ୍ରିପସନର ଆରମ୍ଭ ୧୨୯ ଟଙ୍କାରେ ଆରମ୍ଭ ହୋଇଥିଲା। କମ୍ପାନୀ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ନୂଆ ନିୟମ ପାଳନ କରିବାକୁ ନେଇ ଏହାକୁ ହଟାଇ ଦେଇଛି।

ଆରବିଆଇର ନୂଆ ଗାଇଡଲାଇନ ଅନୁଯାୟୀ, ବ୍ଯାଙ୍କ ଏବଂ ବିତ୍ତୀୟ ସଂସ୍ଥାରେ ଅନଲାଇନ ଟ୍ରାଞ୍ଜାକସନ ପ୍ରୋସେସ କରିବା ପାଇଁ ଆଡିସନାଲ ଫ୍ଯାକ୍ଟର ଅଫ ଅଥେଣ୍ଟିକେସନକୁ ଲାଗୁ କରିବାକୁ କୁହାଯାଇଛି। ନୂଆ ଆଦେଶ ଲାଗୁ କରିବାର ସମୟ ସୀମା ୩୦ ସେପ୍ଟେମ୍ବର ନିର୍ଦ୍ଧାରିତ କରାଯାଇଛି।

୨୭ ଏପ୍ରିଲରୁ କମ୍ପାନୀ ଆମାଜନ ପ୍ରାଇମ ଫ୍ରି ଟ୍ରାଏଲକୁ ମଧ୍ୟ ନୂଆ ମେମ୍ବେରଙ୍କ ପାଇଁ ଟେମ୍ପୋରାରୀ ଭାବେ ବନ୍ଦ କରିଦେଇଛି। ଯଦି କେହି ନୂଆ ୟୁଜର୍ସ ଆମାଜନ ପ୍ରାଇମ ମେମ୍ବେରସିପକୁ କିଣିବାକୁ ଇଚ୍ଛୁକ ରହିଥାଏ କିମ୍ବା ପ୍ଲାନକୁ ରିନ୍ଯୁ କରିବାକୁ ଚାହାନ୍ତି, ତେବେ ତାକୁ କେବଳ ୩ ମାସିଆ ଏବଂ ବର୍ଷିକିଆ ମେମ୍ବରସିପର ଅପସନ ମିଳିବ। ୩ ମାସିଆ ମେମ୍ବରସିପର ଦାମ ୩୨୯ ଟଙ୍କା ଏବଂ ବର୍ଷିକିଆ ସବସ୍କ୍ରିପସନ ପାଇଁ ୯୯୯ ଟଙ୍କା ରହିଛି।

amazon
photo credit: The Indian Express

ଏହା ସହିତ ଆମାଜନ ଭାରତରେ ଏକ mini Tv ନାମକ ଏକ ନୂଆ ଭିଡିଓ ଷ୍ଟ୍ରିମିଂ ସର୍ଭିସ ମଧ୍ୟ ଲଞ୍ଚ କରାଯାଇଛି। ଏହା କେବଳ ଭାରତରେ ଲଞ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.