ଏବେ ଉଡ଼ାଜାହାଜରେ ଜିନିଷ ପହଞ୍ଚାଇବ Amazon, ଭାରତରେ ଲଞ୍ଚ୍ ହେଲା ସର୍ଭିସ୍; ଜାଣନ୍ତୁ କ’ଣ ରହିଛି ଖାସ୍
Amazon ଏକ ଲୋକପ୍ରିୟ ଇ-କମର୍ସ କମ୍ପାନୀ। ଭାରତରେ ମଧ୍ୟ ଏହା ବହୁତ ପପୁଲାର ରହିଛି। କମ୍ପାନୀ ଭାରତରେ Amazon Air ସର୍ଭିସ୍ ଲଞ୍ଚ୍ କରିଛି। ଏହାଦ୍ୱାରା କ୍ରେତାମାନଙ୍କୁ ଫାଷ୍ଟ୍ ଡେଲିଭରୀ ମିଳିବ। ଏଥି ସହିତ କମ୍ପାନୀର ଯୋଗାଯୋଗ ନେଟ୍ଓ୍ଵାର୍କ ବି ଉନ୍ନତ ହେବ। ଏହାର ସବୁଠାରୁ ବଡ଼ ଫାଇଦା ହେବ, ୟୁଜରମାନଙ୍କୁ ଜିନିଷ ଡେଲିଭରୀ ବହୁତ ଜଲ୍ଦି ମିଳିଯିବ।
ଇ-କମର୍ସ ସାଇଟ୍ Boeing 737-800 ବିମାନର ଫୁଲ୍ କାର୍ଗୋ କ୍ୟାପାସିଟି ୟୁଜ୍ କରିବାକୁ ଚାହୁଁଛି। କମ୍ପାନୀ ଏହାଦ୍ୱାରା ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଦିଲ୍ଲୀରେ ଡେଲିଭରୀ ଫ୍ୟାସିଲିଟି ଦେବ। ଏଥିପାଇଁ Amazon ବେଙ୍ଗାଲୁରୁ ବେସ୍ଡ କାର୍ଗୋ ଏୟାରଲାଇନ୍ Quikjet ସହିତ ପାର୍ଟନରସିପ୍ କରିଛି।
ଏହି ପାର୍ଟନରସିପ୍ ସହିତ ଆମାଜନ୍ ପ୍ରଥମ ଇ-କମର୍ସ କମ୍ପାନୀ ହୋଇପାରିଛି, ଯାହାକି ଥାର୍ଡ ପାର୍ଟି କ୍ୟାରିୟର୍ସ ସହିତ ପାର୍ଟନରସିପ୍ କରି ଉତ୍ସର୍ଗୀକୃତ ଏୟାର ନେଟ୍ଓ୍ଵାର୍କ ଡେଲିଭରୀ ପାଇଁ ଦେବାକୁ ଚାହୁଁଛି। କମ୍ପାନୀ କହିଛି ଯେ ଏହି ଲଞ୍ଚିଂ ଦ୍ୱାରା ସାରା ଦେଶରେ ୧.୧ ମିଲିୟନ ସେଲରଙ୍କୁ ସପୋର୍ଟ ମିଳିବ।
ଲଞ୍ଚ୍ ଅବସରରେ କମ୍ପାନୀ ଆହୁରି ବି କହିଛି, ସେ ଲଗାତାର ସ୍ପିଡ୍ରେ ନିବେଶ କରୁଛି। କମ୍ପାନୀ ଡେଲିଭରୀ ଇନ୍ଫ୍ରାଷ୍ଟ୍ରକ୍ଚରରେ ନିବେଶ କରି ଡେଲିଭରୀ ନେଟ୍ଓ୍ଵାର୍କକୁ ମଜଭୁତ କରିବାକୁ ଚାହୁଁଛି। କମ୍ପାନୀ ଅନୁସାରେ, ଏହାଦ୍ୱାରା ଜିନିଷ ଜଲ୍ଦି ଡେଲିଭର ହେବ।
କହି ରଖୁଛୁ ଯେ Amazon Airକୁ ଆମେରିକାରେ ପ୍ରାୟ ୬ ବର୍ଷ ତଳେ ଲଞ୍ଚ୍ କରାଯାଇଥିଲା। ଏହା ବର୍ଷ ୨୦୧୬ରେ ଲଞ୍ଚ୍ ହୋଇଥିଲା। ଏହାପରେ ବ୍ରିଟେନ୍ରେ ବି ଏହାକୁ ଟେଷ୍ଟ୍ କରାଯାଇଥିଲା।