୧୫ ହଜାର ଟଙ୍କା ଜିତିବା ପାଇଁ ଆମାଜନ ଆପଣଙ୍କୁ ଦେଉଛି ବଡ ସୁଯୋଗ, ଜାଣନ୍ତୁ ପ୍ରୋସେସ୍

ବର୍ତ୍ତମାନ ଫୋନ ଆପ୍ ଗୁଡିକ ବିଭିନ୍ନ ପ୍ରକାର ନୂଆ ନୂଆ ଫିଚର ଆଣୁଛି । ଯାହା ଦ୍ୱାରା ୟୁଜର୍ସମାନେ ମଧ୍ୟ ଲାଭ ଉଠାଇ ପାରୁଛନ୍ତି । କିନ୍ତୁ ଆପଣଙ୍କ ପାଇଁ ରହିଛି ଆଉ ଖୁସି ଖବର । ଯାହାକି ଆମାଜନ କମ୍ପାନୀ ଆଣିଛି । ଆପଣ ଯଦି ଆମାଜନ ଆପ୍, ଫୋନରେ ଡାଉନଲୋଡ କରିଛନ୍ତି ତେବେ ଆପଣ ଏହି ଆପ୍ ର କ୍ୱିଜ ଗେମରେ ପ୍ରଶ୍ନର ଉତ୍ତର ଦେଇ ଜିତି ପାରିବେ ୧୫,୦୦୦ ଟଙ୍କା । ଆମାଜନ ଆପ୍ରେ ଡେଲି ଆପ କ୍ୱିଜ ହୋଇଥାଏ । ତେବେ ଆମେ ଆପଣଙ୍କୁ ୧୨ ଜାନୁଆରୀର ପ୍ରଶ୍ନ ଓ ଉତ୍ତର ବିଷୟରେ କହୁଅଛୁ । ତେବେ ଆପଣ ବର୍ତ୍ତମାନ ଆମାଜନ ପେ ମାଧ୍ୟମରେ ଏହି ୫ଟି ପ୍ରଶ୍ନର ଉତ୍ତର ଦେଇ ୧୫ ହଜାର ଟଙ୍କା ଜିତି ପାରିବେ ।

ଆମାଜନ୍ ଆପଣଙ୍କୁ ପୁରସ୍କାର ଜିତିବାର ବଡ ସୁଯୋଗ ଦେଉଛି । ଆମାଜନରେ ପ୍ରତିଦିନ ଆପ୍ କୁଇଜ୍ ଆୟୋଜିତ ହେଉଛି । ଏହାର ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ, ଆପଣ ଆମାଜନ ପେ ରେ ପୁରସ୍କାର ଜିତି ପାରିବେ । ଆଜି ଆପଣଙ୍କୁ ପାଞ୍ଚୋଟି ପ୍ରଶ୍ନର ଠିକ୍ ଉତ୍ତର ଦେବାକୁ ପଡିବ । ଏହା ପରେ ଯାଇଁ ଆପଣ ଜିତି ପାରିବେ ୧୫ ହଜାର ଟଙ୍କାର ପୁରସ୍କାର । ତେବେ ୱିନରର ଚୟନ ଲକି ଡ୍ର ଜରିଆରେ କରାଯିବ । ତେବେ ଏହା ଆମାଜନ ଆପ୍ ର ଏକ ଇଣ୍ଟେରେଷ୍ଟିଙ୍ଗ ଗେମ । ଆମାଜନ କ୍ୱିଜ୍ ରେ ପ୍ରଶ୍ନ ସବୁ ଜେନାରାଲ ନଲେଜ୍ ଓ କରେଣ୍ଟ୍ ଆଫେୟାର୍ସ ଉପରେ ଆଧାରିତ । ତେବେ ଆମାଜନ ଆପରେ ଆପଣଙ୍କୁ ଭାଗ ନେବାକୁ ହେଲେ ପ୍ରଥମେ ଆପଣଙ୍କୁ ନିଜ ଫୋନରେ ଆମାଜନ ଆପ ଡାଉନଲୋଡ କରିବାକୁ ପଡିବ । ଆମାଜନ ଆପ ଆଣ୍ଡ୍ରଏଡ୍ ଓ ଆଇଫୋନ ଉଭୟ ଫୋନରେ ଆପଣ ଡାଉନଲୋଡ କରି ପାରିବେ ।
ଜାଣନ୍ତୁ ଆମାଜନ କ୍ୱିଜ୍ ଖେଳିବାବାର ପ୍ରଣାଳୀ:
ନିଜ ଫୋନରେ ଆପଣ ଆମାଜନ ଆପ୍ ଡାଉନଲୋଡ କରିବା ପରେ ଏଥିରେ ଆପଣ ନିଜର ଏକ ଆକାଉଣ୍ଟ ଖୋଲି ଲଗଇନ୍ କରନ୍ତୁ । ଏହାପରେ ଆପ୍ ରେ ଫନ ଜୋନ୍ ସେକ୍ସନକୁ ଯାଆନ୍ତୁ । ଫନ୍ ଜୋନ୍ ଓପେନ କରିବା ପରେ ଆପଣଙ୍କୁ ତୃତୀୟ କିମ୍ବା ଏହାର ଚତୁର୍ଥ ସୋପାନରେ ଏକ ରେଡ କଲରର ବ୍ୟାନର ଦେଖାଯିବ । ଏଥିରେ ଅପ୍ସନ ଥିବା ଉତ୍ତର ଲେଖାଯାଇଥିବ । ଏହା ପରେ ଆପଣ ଥ୍ରି ବ୍ୟାନର ସ୍ଲାଇଡରେ ଦେଖିପାରିବେ। ଏହା ଉପରେ କ୍ଲିକ୍ କରି ଆପଣ କ୍ୱିଜ ଖେଳି ପାରିବେ ।
ଏହା ଆଜି ପର୍ଯ୍ୟନ୍ତ ହିଁ ଭାଲିଡ । ଏହା କେବଳ ଜଣେ ହିଁ ଜିତି ପାରିବେ । ତେବେ କିଏ ଜିତିବ ତାହା ଲକି ଡ୍ରରୁ ହିଁ ଜଣା ପଡିବ । ଆଜିର ୱିନର କିଏ ତାହା ଆସନ୍ତା କାଲି ମାନେ ୧୩ ତାରିଖରେ ଘୋଷଣା କରାଯିବ । ତେଣୁ ଉଦାହରଣ ସୌରୁପ ଏଠାରେ ଆପଣଙ୍କୁ କିଛି ପ୍ରଶ୍ନ ବିଷୟରେ ଓ ତାର ଉତ୍ତର ବିଷୟରେ କହିଦେଉଛୁ । ଆପଣ ବର୍ତ୍ତମାନ ଦେଖୁଥିବା ପ୍ରଶ୍ନ ଉତ୍ତର ପରି ହିଁ କ୍ୱିଜ ସେସ୍ସନ ରହିବ ।