ଆମାଜନର Fab Phones Festରେ ୨୦୦ ଟଙ୍କାରୁ କମ ଦାମରେ କିଣନ୍ତୁ ବଢ଼ିଆ ସ୍ମାର୍ଟଫୋନ, ଲିଷ୍ଟରୁ ଜାଣନ୍ତୁ..

ଦେଶର ପ୍ରମୁଖ ଇ-କମର୍ସ େଓ୍ଵବସାଇଟ ଆମାଜନରେ ଗତ ୧୦ ଅପ୍ରେଲରୁ ଆମାଜନ ଫ୍ୟାବ ଫୋନ୍ସ ଫେଷ୍ଟ ଆରମ୍ଭ ହୋଇସାରିଛି। ଯେଉଁଥିରେ ସମସ୍ତ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ଭାରି ଛାଡ଼ ଦିଆଯାଉଛି। ଏହାସହ ଗ୍ରାହକଙ୍କ ପାଇଁ ଆକର୍ଷକ ଅଫର ମଧ୍ୟ ରଖାଯାଇଛି। ଏହା ଆସନ୍ତା ୧୪ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ। ତେଣୁ ଆଉ ଡେରି ନକରି ଶୀଘ୍ର ଯାଇ ଖୁବ ଶସ୍ତାରେ ସ୍ମାର୍ଟଫୋନକୁ କିଣନ୍ତୁ।

ଆମାଜନ ତାର ଗ୍ରାହକଙ୍କୁ ଖୁସି କରିବା ପାଇଁ ଲୋକପ୍ରିୟ ବ୍ରାଣ୍ଡେଡ ଫୋନ ଉପରେ ଭାରି ଡିସକାଉଣ୍ଟ ଦେଉଛି। ଏମିତିରେ ଆପଣ ଏସମସ୍ତ ସ୍ମାର୍ଟଫୋନକୁ ମାତ୍ର ୨୦୦ ଟଙ୍କା ଭିତରେ କିଣିପାରିବେ ।

Oppo A15s:
ଓପୋର ଏହି ୬୪ ଜିବି ଷ୍ଟୋରେଜ ଏବଂ ଟ୍ରିପଲ ରିୟର କ୍ୟାମେରା ଥିବା ଫୋନର ଦାମ ହେଉଛି ୧୩,୯୯୦ ଟଙ୍କା। ଯାହାକୁ ଆପଣ ୧୦,୯୯୦ ଟଙ୍କାରେ କିଣିପାରିବେ। HSBC କ୍ୟାସବ୍ୟାକ କାର୍ଡ ବ୍ୟବହାର କରୁଥିବା ଲୋକ ୫% ମାନେ ୫୫୦ଟଙ୍କା ଡିସକାଉଣ୍ଟ ପାଇପାରିବେ। ଏକ୍ସଚେଞ୍ଜ ଅଫର ମିଶିବା ପରେ ଆପଣ ୧୦,୨୫୦ ଟଙ୍କା ବଞ୍ଚାଇପାରିବେ। ମାନେ ଆପଣ ଏହାଦ୍ୱାରା ମାତ୍ର ୧୯୦ ଟଙ୍କାରେ ଫୋନକୁ କିଣିପାରିବେ।

Redmi 9A Sport:
ଏହି ଫୋନ ଆମାଜନରେ ୬,୯୯୯ ଟଙ୍କାରେ ବିକ୍ରି ହେଉଛି। ପ୍ରକୃତରେ ଏହାର ଦାମ ହେଉଛି ୮,୪୯୯ ଟଙ୍କା। HSBC କ୍ୟାସବ୍ୟାକ କାର୍ଡ ବ୍ୟବହାର କଲେ ଏବଂ ଏକ୍ସଚେଞ୍ଜ ଅଫର ମିଶାଇ ପୁରା ୬,୬୦୦ ଟଙ୍କା ଡିସକାଉଣ୍ଟ ପାଇପାରିବେ। ମାନେ ରେଡମିର ଏହି ମଡେଲକୁ ଆପଣ ମାତ୍ର ୪୯ ଟଙ୍କାରେ କିଣିପାରିବେ।

Techno pop 5:
5000 mAh ବ୍ୟାଟେରୀ ସହ ଦମଦାର ଡିସପ୍ଲେ ଥିବା ଏହି ଷ୍ଟାଇଲିସ ସ୍ମାର୍ଟଫୋନ ଦାମ ହେଉଛି ୮,୯୯୯ ଟଙ୍କା। କିନ୍ତୁ ସେଲରେ ଏହାକୁ ୬,୫୯୯ ଟଙ୍କାରେ ବିକାଯାଉଛି। HSBC କ୍ୟାସବ୍ୟାକ କାର୍ଡ ବ୍ୟବହାର କଲେ ଆପଣ ୫% ମାନେ ୩୩୦ ଟଙ୍କା ଛାଡ ପାଇବେ। ଏକ୍ସଚେଞ୍ଜ ଅଫର ମିଶାଇଲେ ଆପଣ ୬,୨୦୦ ଟଙ୍କା ଛାଡ ପାଇପାରିବେ। ମନେ ମାତ୍ର ୬୯ ଟଙ୍କା ଦେଇ ଆପଣ ଏହି ସ୍ମାର୍ଟ ମଡେଲକୁ କିଣିପାରିବେ।

Samsung galxy m12:
ସାମସଙ୍ଗର ଏହି ମଡେଲ କୁ ଆପଣ ୧୨,୯୯୯ ଟଙ୍କା ବଦଳରେ ୧୦,୪୯୯ ଟଙ୍କାରେ କିଣିପାରିବେ। ଏହା ବ୍ୟତିତ HSBC କ୍ୟାସବ୍ୟାକ କାର୍ଡ ବ୍ୟବହାର କଲେ ୫% ଛାଡ ମିଳିବ ଏହାସହିତ ଏକ୍ସଚେଞ୍ଜ ଅଫର ମିଶାଇଲେ ୯,୮୦୦ ଟଙ୍କା ବଞ୍ଚାଇପାରିବେ। ଏମିତି ହେଲେ ସାମସଙ୍ଗ ର ଏହି ମଡେଲକୁ ଆପଣ ୧୭୪ ଟଙ୍କା ରେ ଘରକୁ ନେଇପାରିବେ।

Lava X2:
ଦମଦାର ବ୍ୟାଟେରୀ ଏବଂ ବଢ଼ିଆ ଡିସପ୍ଲେ ସହିତ ଲାଭାର ଏହି ମଡେଲ ୭,୯୯୯ଟଙ୍କା ବଦଳରେ ୬,୯୯୮ଟଙ୍କାରେ କିଣିପାରିବେ। HSBC କ୍ୟାସବ୍ୟାକ କାର୍ଡ ବ୍ୟବହାର କଲେ ୩୫୦ ଟଙ୍କା ଡିସକାଉଣ୍ଟ ମିଳିବ। ଏକ୍ସଚେଞ୍ଜ ଅଫର ମିଶିଲେ ୬,୬୦୦ ଟଙ୍କା ପର୍ଯ୍ୟନ୍ତ ଆପଣ ଛାଡ ପାଇପାରିବେ। ଏମିତିରେ ଆପଣ ଏହି ମଡେଲକୁ ମାତ୍ର ୪୮ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.